ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ, ଇନଷ୍ଟାଗ୍ରାମରେ ଭିଡିଓ ଭାଇରାଲ

Published By : Prameya-News7 Bureau | June 16, 2025 IST

ପୁରୀ: ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ। ଡ୍ରୋନ ଉଡ଼ାଇ ପତାକାଲାଗି ସମୟର ଦୃଶ୍ୟ ରେକର୍ଡ କରିବା ସହ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ନୀଲକମଲ୍ ସାହୁ ନାମକ ବ୍ୟକ୍ତି ଇନଷ୍ଟାଗ୍ରାମ ଆଇଡିରେ ସେୟାର ହୋଇଛି ଭିଡିଓ। ତେବେ ଏହି ଭିଡିଓ କିପରି ଓ କେଉଁ ପରିସ୍ଥିତିରେ ରେକର୍ଡ କରାଯାଇଛି ତାହାକୁ ନେଇଁ ଉଠିଛି ପ୍ରଶ୍ନ ? 

ପୂର୍ବରୁ ଜୁନ ୧ ତାରିଖରେ ମଧ୍ୟ ସମାନ ଢଙ୍ଗରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଭିଡିଓ ଭାଇରାଲ କରାଯାଇଥିଲା। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଆଉ ବାରମ୍ବାର ଏଭଳି ଘଟଣା ସାମ୍‌ନାକୁ ଆସୁଥିବାରୁ ଶ୍ରୀମନ୍ଦିରରେ ଆଣ୍ଟି ଡ୍ରୋନ ସିଷ୍ଟମ ଲଗାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏବେ ପୁଣି ଏହ ଘଟଣା ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.