LIVE TV

ଜଳ ନକମିବା ଯାଏ ଗାଡ଼ି ଚଳାଚଳ ମନା, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ SRC

NEWS7

ଭୁବନେଶ୍ୱର ୨୦/୦୭: ଜଳମଗ୍ନ ବ୍ରିଜ ଓ ରାସ୍ତାରେ ଗାଡ଼ି ଚଳାଚଳ ମନା । ଜଳ ନକମିବା ଯାଏ ଗାଡ଼ି ଚଳାଚଳ ମନା । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ SRC । ସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୋଲିସ ରହିବା ଜରୁରୀ । 

ସୂଚନା ଥାଉକି, ବଙ୍ଗୋପସାଗରେ ଅବପାତ ସକ୍ରିୟ ରହିଛି ୨୪ ଘଣ୍ଟାରେ ଧୀରେ ଧୀରେ ଦୁର୍ବଳ ହେବ ଅବପାତ । ଯାହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ। ସେହିଭଳି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ,ବଲାଙ୍ଗୀର ଓ ନୂଆପଡାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି । ଜିଲ୍ଲାରେ ୧୧୦ ମିଲି ମିଟର ବର୍ଷା ହୋଇପାରେ । ଚିଲିକା ଉପକୂଳ ନିକଟରେ ଏହାର ସ୍ଥିତି ରହିଛି । ପଶ୍ଚିମ – ଉତର ପଶ୍ଚିମ ଦେଇ ଛତିଶଗଡ ମୁହାଁ ହେବ । 

ଗୋପାଳପୁର ଠାରୁ ପୂର୍ବ – ଉତର- ପୂର୍ବ ଦିଗରୁ ୭୦ କିଲୋମିଟରର ଦୂରରେ ଗତି କରୁଛି ଅବପାତ । ଆଜି ସଂଧ୍ୟା ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିବ ଏହି ଅବପାତ। ତେବେ ଆସନ୍ତା ୨୪ଘଣ୍ଟାରେ ଅବପାତ ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ମାଲକାନଗିରିରେ ରେକର୍ଡ ବର୍ଷା । ଲଗାଣ ବର୍ଷାରେ ମାଲକାନଗିରି କାଲିମେଳାରେ ଜନଜୀବନ ଅସ୍ତବ୍ୟସ୍ତ। 

କାଙ୍ଗେରୁକୋଣ୍ଡା ପୋଲ ଉପରେ ୧୦ ଫୁଟର ପାଣି। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଥିବା ବେଳେ କାଲିମେଳାରେ ୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏମଭି ୯୬, ଏମଭି ୯୦ ଓ କାଙ୍ଗୁରୁକୋଣ୍ଡା ପୋଲ ଉପରେ ୩ ରୁ ୪ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି ଜିଲ୍ଲା ସହିତ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଛିନ ହୋଇପଡିଛି। 

ଏଥିଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ ହୋଇଯାଇଛି। ତିନିଟି ସ୍ଥାନରେ ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଥିବାର ଦେଖା ଯାଇଛି। ସ୍ରୋତ ଅଧିକ ଥିବାରୁ ପୋଲ ଉପରେ ନ ଯିବାକୁ ବାରଣ କରୁଛି ପୁଲିସ। ଲଗାଣ ବର୍ଷା ଯୋଗୁଁ କୌଣସି ତଳିଆ ଅଞ୍ଚଳ ରେ ପାଣି ପଶି ନଥିବାର ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କ ହୋଇପଡିଛନ୍ତି ସରକାର ।