ଜାନୁଆରୀ ୨୬ରେ ହୋଇପାରେ ଆକ୍ରମଣ ! ଚିନ୍ତା ବଢ଼ାଇଲା ଗୁଇନ୍ଦା ରିପୋର୍ଟ

NEWS7
driver-and-helper-died-in-tractor-accident-in-subernapur

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି । ସାଧାରଣତନ୍ତ୍ର ଦିବସରେ ଖଲିସ୍ତାନୀ ଏବଂ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀ ବଡ଼ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ଆଧାରରେ ଆଲର୍ଟ ଜାରି ହୋଇଛି । ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ, ‘ଜାନୁଆରୀ ୨୬ ପୂର୍ବରୁ, ଗୁଇନ୍ଦା ଏଜେନ୍ସିଗୁଡ଼ିକ ଏକ ସତର୍କ ସୂଚନା ଜାରି କରିଛନ୍ତି ଯେ, ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ଏବଂ ବାଂଲାଦେଶୀ ଆତଙ୍କବାଦୀ ସଂଗଠନ ଦିଲ୍ଲୀ ଏବଂ ଦେଶର ଅନ୍ୟାନ୍ୟ ସହରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିପାରନ୍ତି।’

ସୂଚନା ଅନୁସାରେ, ପଞ୍ଜାବର ଗ୍ୟାଙ୍ଗଷ୍ଟରଙ୍କୁ ଆକ୍ରମଣ ଲାଗି ନିୟୋଜତି କରିପାରନ୍ତି ଖଲିସ୍ତାନୀ ଆତଙ୍କବାଦୀ । ଏଥିପାଇଁ ବିଦେଶରୁ ମଧ୍ୟ ଲୋକ ଆଣାଯିବାର ସମ୍ଭାବନା ରହିଛି।  ଏହି ହ୍ୟାଣ୍ଡଲରମାନେ ସେମାନଙ୍କର ଏଜେଣ୍ଡାକୁ ଆଗକୁ ବଢାଇବା ଏବଂ ଆଭ୍ୟନ୍ତରୀଣ ସୁରକ୍ଷାକୁ ଦୁର୍ବଳ କରିବା ପାଇଁ ସ୍ଥାନୀୟ ଅପରାଧିକ ନେଟୱାର୍କଗୁଡ଼ିକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଏପରି ଗ୍ୟାଙ୍ଗଷ୍ଟରମାନେ ହରିୟାଣା ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ସକ୍ରିୟ ଅଛନ୍ତି।  ଧୀରେ ଧୀରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ  ସମ୍ପର୍କ ସ୍ଥାପନ କରୁଛନ୍ତି। ଜାନୁଆରୀ ୨୬ ଦିନ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସରକାର ସଜାଗ ରହିଛନ୍ତି । ବିଭିନ୍ନ ଏଜେନ୍ସି ଏଭଳି କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ।

ଭାରତ ଆଉ ୮ ଦିନ ପରେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏଭଳି ସମୟରେ ଗୁଇନ୍ଦା ଏଜେନ୍ସିଗୁଡ଼ିକର ଏଭଳି ରିପୋର୍ଟ ଚିନ୍ତା ବଢ଼ାଇଛି । ଦିଲ୍ଲୀ ଏବଂ ଅନ୍ୟ ସହରରେ ଆତଙ୍କବାଦୀ କାର୍ଯ୍ୟକଳାପ ହୋଇପାରେ ବୋଲି ଆଶଙ୍କା ବୃଦ୍ଧି ପାଇଛି । ଇଣ୍ଟେଲ ମିଳିସାରିଥିବା ବେଳେ ଏବେ କେନ୍ଦ୍ର ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।