ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଛି । ଏହାରି ଭିତରେ ଭାରତ ଲଗାତାର ନିଜ ହତିଆର ଓ ମିସାଇଲ ପରୀକ୍ଷଣ କରୁଛି । ସୋମବାର ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ହାସଲ କରିଛି । ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଓ ଭାରତୀୟ ନୌସେନା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ମଲ୍ଟି ଇଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ୍ (MIGM) ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ଉପଲବ୍ଧି ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।
The @DRDO_India and @indiannavy successfully undertook combat firing (with reduced explosive) of the indigenously designed and developed Multi-Influence Ground Mine (MIGM).
— रक्षा मंत्री कार्यालय/ RMO India (@DefenceMinIndia) May 5, 2025
Raksha Mantri Shri @rajnathsingh has complimented DRDO, Indian Navy and the Industry on this… pic.twitter.com/pOvynpBcr5
ଏହି ପ୍ରଣାଳୀ ଭାରତୀୟ ନୌସେନାର ଅଣ୍ଡରୱାଟର କ୍ଷମତା ବହୁ ଗୁଣା ବଢିବ । ଏହି ମିସାଇଲ୍ ଶତ୍ରୁ ଦେଶର ଗୁଇନ୍ଦା ଜାହାଜ ପାଇଁ ମଧ୍ୟ କାଳ ହୋଇପାରେ । MIGMର ସଫଳତାକୁ ନୌସେନାର ବଡ଼ ଉପଲବ୍ଧି ବୋଲି କୁହାଯାଉଛି । ବିଶେଷଜ୍ଞଙ୍କ ମତରେ ଏହାକୁ ଯେକୌଣସି ସ୍ଥାନରେ ସହଜରେ ମୁତୟନ କରାଯାଇପାରିବ । ଏହାକୁ ଜାହାଜ, ବୁଡ଼ା ଜାହାଜ, ଅଣ୍ଡରସି ଅପରେଟିଂ ପ୍ଲାଟଫର୍ମରେ ବି ମୁତୟନ କରାଯାଇପାରିବ । ନୌସେନାକୁ ଏହି ସଫଳତା ଏପରି ସମୟରେ ମିଳିଛି, ଯେତେବେଳେ ପାକିସ୍ତାନ ସହ ଭାରତ ସମ୍ପର୍କର ଉତ୍ତେଜନାପୂର୍ଣ୍ଣ ରହିଛି । ଭାରତର ଗୋଟିଏ ପରେ ଗୋଟିଏ ଆକ୍ସନରେ ପାକିସ୍ତାନରେ ଭୟର ମାହୋଲ ରହିଛି ।
MIGM ଏକ ନୌ-ସୈନିକ ମାଇନ୍ ଅଟେ, ଯାହାକୁ ଆଧୁନିକ ଷ୍ଟିଲ୍ଥ ଜାହାଜର ବଢୁଥିବା ବିପଦର ମୁକିବାଲ ପାଇଁ ଡିଆରଡିଓ ଦ୍ୱାରା ନିର୍ମାଣ କରାଯାଇଛି । MIGM ସାମୁଦ୍ରିକ ଜାହାଜ ଦ୍ୱାରା ଉତ୍ପନ୍ନ ଶବ୍ଦ, ଚୁମ୍ୱକୀୟ ଓ ଅନ୍ୟ ଚାପକୁ ସହଜରେ ଚିହ୍ନଟ କରିପାରିବ । ଉଲ୍ଲେଖଯୋଗ୍ୟ ଯେ ଷ୍ଟିଲ୍ଥ ଜାହାଜ ଅନ୍ୟ ଦେଶର ଜାହାଜକୁ ଟ୍ରାକ୍ କରିବା ଓ ଟାର୍ଗେଟ୍ କରିବା ପାଇଁ ଏହିପରି ସଂକେତର ପ୍ରୟୋଗ କରିଥାଏ । MIGM ଭାରତୀୟ ନୌସେନାକୁ ଏହି ବିପଦର ମୁକାବିଲା କରିବାରେ ସକ୍ଷମ କରିବ ।