ଆହତ ପରେ ବି କାହିଁକି ଖେଳୁଛନ୍ତି IPL ? ସାମ୍ନାକୁ ଆସିଲା ମାହୀଙ୍କ କାରଣ…

Published By : Prameya-News7 Bureau | May 12, 2024 IST

ନୂଆଦିଲ୍ଲୀ ୧୨।୦୫:  ଏମ୍‌ ଏସ୍‌ ଧୋନୀ । ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ । ସେ ପଡିଆକୁ ଓହ୍ଲାନ୍ତୁ କି ନାହିଁ, ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ଇଣ୍ଟରନ୍ୟାସନାଲ୍‌ କ୍ରିକେଟରୁ ସନ୍ୟାସ୍‌ ନେଇସାରିଛନ୍ତି କ୍ୟାପଟେନ୍‌ କୁଲ୍ । କିନ୍ତୁ ଫ୍ୟାନ୍ସ ତାଙ୍କୁ ଆଇପିଏଲ୍‌ରେ ଖେଳୁଥିବା ଦେଖୁଛନ୍ତି । ଏଥିରେ ବି କରୁଛନ୍ତି ଜୋରଦାର୍‌ ପର୍ଫମ୍ । 

ଧୋନୀ ଆଇପିଏଲ୍‌ର ଶେଷ ୨ ଓଭରକୁ ଆସି କରୁଛନ୍ତି ଦମ୍‌ଦାର୍‌ ବ୍ୟାଟିଂଙ୍ଗ । ସେ ଚୌକା ଛକା ଲଗାଇବାରୁ ବର୍ତ୍ତୁନାହାନ୍ତି । ନିକଟରେ ହୋଇଥିବା ମ୍ୟାଚ୍‌ରେ ୯ମ ସ୍ଥାନରେ ଆସି କରିଥିଲେ ବ୍ୟାଟିଙ୍ଗ୍ । ଏହାପୂର୍ବରୁ ମଧ୍ୟ ଶେଷ କିମ୍ବା ତାପୂର୍ବ ଓଭରରେ ଆସି କରିଥିଲେ ବ୍ୟାଟିଙ୍ଗ୍ । ବର୍ତ୍ତମାନ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ, ଭଲ ବ୍ୟାଟର ହୋଇ ମଧ୍ୟ ଏତେ ପଛରେ ବ୍ୟାଟିଙ୍ଗ୍ ପାଇଁ ଆସୁଛନ୍ତି କାହିଁକି ? 

ବର୍ତ୍ତମାନ ଏହାକୁ ନେଇ ଖୁଲାସା ହୋଇଛି । ରିପୋର୍ଟ ଅନୁଯାୟୀ ଧୋନୀଙ୍କ ଗୋଡ ମାଂସପେଶୀରେ ଆଘାତ ଲାଗିଛି । ଯେଉଁ କାରଣରୁ ସେ ଅଧିକ ଦୌଡି ପାରୁନାହାନ୍ତି । ଯଦି ମାହୀ ଶୀଘ୍ର ବ୍ୟାଟିଂ ପାଇଁ ଆସନ୍ତି ତେବେ ସେ ଓ୍ବିକେଟ ମଝିରେ ଦୌଡି ପାରିବେନି । ଏହି କାରଣରୁ କ୍ୟାପଟେନ୍‌ କୁଲ୍‌ ଶୀଘ୍ର ବ୍ୟାଟିଂ ପାଇଁ ଆସୁନାହାନ୍ତି । 

ତେବେ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ କୋଲକତା ନାଇଟ୍‌ ରାଇଡର୍ସର ପୂର୍ବ ଟିମ୍‌ ଡାଏରେକ୍ଟର୍‌ ଜୟ ଭଟ୍ଟାଚାର୍ଯ୍ୟ ଏକ ରୋଚକ କଥା କହିଛନ୍ତି । ସେ କହିଛନ୍ତି କି ଧୋନୀ ବୋଧହୁଏ ଚଳିତ ସିଜିନ୍‌ରେ ଟିମ୍‌କୁ ତାଙ୍କ ବିନା ଖେଳିବା ପାଇଁ ରେଡ୍ଡି କରିବା ପାଇଁ ଖେଳୁଛନ୍ତି   । ଅନ୍ୟ ଅର୍ଥରେ କହିବାକୁ ଗଲେ ମାହୀ ଚଳିତ ସିଜିନ୍‌ର ଶେଷରେ ସନ୍ୟାସ୍‌ ନେଇପାରନ୍ତି । ଏହି କଥାକୁ ଜୟ ଭଟ୍ଟାଚାର୍ଯ୍ୟ ନିଜ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । 

ଜୟ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି, "ଧୋନୀ ତାଙ୍କ ଫ୍ୟାନ୍‌ ଏବଂ ଟିମ୍‌ ପାଇଁ ମାଂସପେଶୀ ଯନ୍ତ୍ରଣା ସତ୍ତ୍ୱେ ଖେଳୁଛନ୍ତି । ପୁରା ଦେଶର ଫ୍ୟାନ୍ସଙ୍କୁ ଅଲବିଦା କହିବା କଥା ତ ଜଣାପଡୁଛି, କିନ୍ତୁ ବୁଝି ହେଉନି ସେ  ଟିମ୍‌ ପାଇଁ କାହିଁକି ଖେଳୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "କନୱେ ଆହତ ହୋଇଛନ୍ତି । ଏହାର ଅର୍ଥ ହେଉଛି ଟିମ୍‌ରେ ଆଉ ଜଣେ ହିଁ ୱିକେଟକିପର ରହିଛନ୍ତି । ଯିଏକି ହେଉଛନ୍ତି ଅରବାଲି ଅବିନାଶ। ଅରବାଲି ପ୍ରଥମ ଏକାଦଶରୁ ଦୂରେଇ ରହିଛନ୍ତି । 

ଧୋନି ବୋଧହୁଏ ରୁତୁରାଜ ଗାଇକୱାଡଙ୍କୁ ଏତେ ସମର୍ଥନ କରିବାକୁ ଚାହୁଁଛନ୍ତି ଯେ ଏଥର ପରିବର୍ତ୍ତନ ସୁରୁଖୁରୁରେ ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଆସନ୍ତାବର୍ଷ ଏକ ବଡ ନିଲାମ ହେବ । ଯଦି ସେ ଚଳିତବର୍ଷ ଦଳର ଦାୟିତ୍ୱ ନିଅନ୍ତି, ତେବେ ସେ ବହୁତ ଟଙ୍କା ଏବଂ ଯୁବ ଖେଳାଳିଙ୍କ ସହ ପଡ଼ିଆକୁ ଓହ୍ଲାଇବେ । ଆଉ ଦଳର କମାଣ ସମ୍ଭାଳିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.