ବିଜେପିର ବିଏମ୍‌ସି ଦଖଲ ପରେ ଠାକରେଙ୍କ ଉପରେ ବର୍ଷିଲେ କଙ୍ଗନା, କହିଲେ-ଯିଏ ମୋ ଘର ଭାଙ୍ଗିଥିଲେ...

NEWS7
donald-trump-warns-brics-say-goodbye-to-america-if-us-dollar-is-replaced

ମୁମ୍ବାଇ ୧୭।୦୧: ବିଜେପି ବିଏମସି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି । ମୁମ୍ବାଇରେ ଠାକରେ ପରିବାରର ଲମ୍ବା ସମୟ ଧରି ଚାଲି ଆସୁଥିବା କ୍ଷମତା ପତ୍ତନ ହୋଇଛି । ଏହାକୁ ନେଇ ଭାଜପା ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ଠାକରେ ପରିବାକୁ ଟାର୍ଗେଟ କରି ବର୍ଷିଛନ୍ତି । ସେ କହିଛନ୍ତି,ଯେଉଁମାନେ ମୋ ଘର ଭାଙ୍ଗିଲେ, ମୋତେ ଗାଳି ଦେଲେ ମହାରାଷ୍ଟ୍ର ଛାଡିବାକୁ ଧମକ ଦେଲେ ଜନତା ସେମାନଙ୍କୁ ସଠିକ ଦିଗ ଦେଖାଇଛନ୍ତି ।

୨୦୨୦ରେ ଅବିଭାଜିତ ଶିବସେନାର ସତ୍ତାରେ ବିଏମସି କଙ୍ଗନା ବାନ୍ଦ୍ରାସ୍ଥିତ ବଙ୍ଗଳା ଭାଙ୍ଗିଥିଲା । ଏହାକୁ ମନେ ପକାଇ ଠାକରେ ପରିବାରକୁ ଟାର୍ଗେଟ କରି କଙ୍ଗନା ଆହୁରି କହିଛନ୍ତି, ମହିଳାଙ୍କୁ ଘୃଣା କରୁଥିବା, ଧମକାଉଥିବା ଲୋକ । ମୁଁ ଖୁସି ଏମିତି ଲୋକ ମହାରାଷ୍ଟ୍ରରୁ ବିଦା ହୋଇଛନ୍ତି । ଜନତା ଜନାର୍ଦ୍ଦନ ସବକ୍ ଶିଖାଇଛନ୍ତି । ବିଜେପିର ବିଏମ୍ସି ଦଖଲ- ମୁମ୍ବାଇରେ ଶେଷ ହୋଇଛି ଠାକ୍ରେ ପରିବାରର ରାଜ । ଅଭେଦ୍ୟ ଗଡ଼ ଭେଦିଛି ବିଜେପି । ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୪ ବର୍ଷ ପରେ ହୋଇଥିବା ବୃହତ ମୁମ୍ବାଇ ମହାନଗରନିଗମ (ବିଏମ୍ସି ) ନିର୍ବାଚନରେ ବିଜେପିକୁ ବିପୁଳ ଭୋଟ ମିଳିଛି ।

ଏଥିରେ ବିଜେପି ସବୁଠୁ ବଡ଼ ଦଳ ହୋଇ ଉଭା ହୋଇଛି । ବିଜେପି ନେତୃତ୍ୱାଧୀନ ମହାୟୁତିର ଏକତରଫା ବିଜୟ ପରେ ମୁମ୍ବାଇ ଇତିହାସରେ ପ୍ରଥମ କରି ବିଜେପିରୁ କେହି ମେୟର ହେବାକୁ ଯାଉଛନ୍ତି । ଗତ ୩୦ ବର୍ଷରେ ପ୍ରଥମ ଥର ପାଇଁ ଠାକ୍ରେ ପରିବାର ବିଏମ୍ସି ଶାସନରୁ ବେଦଖଲ ହୋଇଛି । ବିଏମ୍ସି ନିର୍ବାଚନରେ ୨୨୭ ଆସନରୁ ବିଜେପି ନେତୃତ୍ୱାଧୀନ ମେଣ୍ଟ ମହାୟୁତି ୧୨୬ ଆସନ ପାଇଛି । କେବଳ ବିଜେପି ୯୯ ଆସନ ପାଇଥିବାବେଳେ ଏକନାଥ ସିନ୍ଦେଙ୍କ ଶିବସେନା ୨୬ ଆସନ ପାଇଛି । ଏନ୍ସିପି (ଅଜିତ ଗୋଷ୍ଠୀ)କୁ ଗୋଟିଏ ଆସନ ଯାଇଛି । ସେହିପରି କଂଗ୍ରେସକୁ ୧୪, ଏନ୍ସିପି (ଏସ୍ପି) କୁ ଗୋଟିଏ, ଶିବସେନା (ଉଦ୍ଧବ ଠାକ୍ରେ)କୁ ୬୦ ଏବଂ ରାଜ୍ ଠାକ୍ରେଙ୍କ ଏମ୍ଏନ୍ଏସ୍ ମାତ୍ର ୯ଟି ଆସନ ପାଇପାରିଛି ।