ମୁମ୍ଵାଇ ୦୭।୦୫; ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଗତକାଲି ମଧ୍ୟରାତ୍ରରେ ପାକ୍ ସୀମାରୁ ୧୦୦ କିଲୋମିଟର ଭିତରକୁ ପଶି ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍ କରିଛି । ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ୧୪୦ କୋଟି ଭାରତୀୟ ଯେଉଁ ବଡ଼ କାର୍ଯ୍ୟାନୁଷ୍ଠାନ ଅପେକ୍ଷା କରିଥିଲେ, ତାହା ୭ ମଇରେ କରାଯାଇଥିଲା। ଭାରତୀୟ ସେନାର ମିଳିତ ଅପରେସନ ସିନ୍ଦୁରରେ, ପାକିସ୍ତାନରେ ୪ଟି ଏବଂ PoKରେ ୫ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଥିଲା।
ଏବେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଛନ୍ତି ବୟାନ । କହିଥିଲେ ମୁଁ ଜାଣିଥିଲି ଭାରତ ପ୍ରତିଶୋଧ ନେବ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଥିଲେ ପୂର୍ବରୁ ଆଶଙ୍କା କରାଯାଉଥିଲା କିଛି ହେବ ବୋଲି ।
ଆଉ ଆଶା ଥିଲା ଏହା ବହୁତ ଶୀଘ୍ର ଶେଷ ହେବ ବୋଲି । ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ମୁଁ ଏବେ ଏବେ ଅପରେସନ ସିନ୍ଦୂର ବିଷୟରେ ଜାଣିଲି । ଅତିତ ଘଟଣାକୁ ନେଇ ଏପରି କିଛି ଘଟିବାର ପୂର୍ବାନୁମାନ ଥିଲା ବୋଲି ଟ୍ରମ୍ପ କହିଛନ୍ତି । ଏପଟେ ଭାରତର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ ର ପୃଷ୍ଟି କରିଛି ପାକିସ୍ତାନର ସେନା । ପାକ୍ ର ସେନା କହିଛି ଭାରତୀୟ ମିସାଇଲ୍ ଆକ୍ରମଣରେ ପାକିସ୍ତାନର ସୀମା ଭିତରର ତିନିଟି ସ୍ଥାନ ମୁଜାଫରବାଦ, କୋଟଲୀ ଏବଂ ବହାବଲପୁରର ଅହମ୍ମଦ ଇଷ୍ଟ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି ।