LIVE TV

ଘୋଡାହାଡ଼ ନଦୀରେ ବନ୍ୟାସ୍ଥିତି, ଆସିକା- ଦିଗପହଣ୍ଡି-ପାଟପୁର ଯୋଗାଯୋଗ ବିଚ୍ଛିନ୍ନ

NEWS7
doctor-claims-corona-virus-causing-blood-clotting-leading-to-death

ଦିଗପହଣ୍ଡି ୦୩/୧୦: ଗଞ୍ଜାମ ଜିଲ୍ଲା ଘୋଡ଼ାହାଡ଼ ନଦୀରେ ବନ୍ୟାସ୍ଥିତି । ନଦୀର ଉପରମୁଣ୍ଡରେ ଥିବା ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟାରୁ ଘୋଡ଼ାହାଡ଼ ନଦୀର ପାଟପୁର-ପଳାଶପୁର ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଆସିକା-ପାଟପୁର-ଦିଗପହଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।

ସେହିପରି ହରିଣା ଗ୍ରାମ ନିକଟ ଘୁଷୁରୀ ନାଳ ବ୍ରିଜକୁ ସଂଯୋଗ କରୁଥିବା ଖୁଲୁଡ଼ି-ନୂଆଗଡ ରାସ୍ତା ବର୍ଷା ଜଳରେ ଧୋଇଯାଇଛି । ସ୍ଥିତି ଏମିତି ହୋଇଛି ଯେ, ଯାତାୟତ ବନ୍ଦ ରହିଛି । ସେହିଭଳି ଭୀଷ୍ମଗିରି ଗ୍ରାମ ନିକଟରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ କରୁଥିବା ଠିକାଦାର କ୍ୟାମ୍ପରେ ବର୍ଷାଜଳ ପଶିଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ୟାମ୍ପ ସମ୍ମୁଖରେ ଥିବା ଗାଡ଼ି ,ଯନ୍ତ୍ରାଂଶ ଓ ସିମେଣ୍ଟ ମିକ୍ସର ମେଶିନ ଭାସି ଯାଇଥିବା ଜଣାପଡିଛି । ସାନଖେମୁଣ୍ଡି ବ୍ଲକ ପଳାସପୁର ପୋଲ ଉପରେ ଚାଲିଛି ବନ୍ୟା ଜଳ । 

ଭ୍ରମରପୁର ଅସ୍ଥାୟୀ ରାସ୍ତା ଉପରେ ପାଣି ଜମାହୋଇଛି । ରାତି ଅଧରେ ପୁରା ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ । କେବଳ ସମୀକ୍ଷା କରିନାହାଁନ୍ତି ତ ବିଭାଗୀୟ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଆଞ୍ଚଳ ପାଇଁ ସତର୍କ ସୂଚନା ଜାରି ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସର୍ତକ କରାଇଛି ଘୋଡ଼ାହାଡ଼ ଜଳ ସେଚନ ବିଭାଗ ।