ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ମହାଦେବ ଓ ମା' ପାର୍ବତୀଙ୍କ ବିବାହ, ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଶେଷ

Published By : Prameya-News7 Bureau | June 11, 2024 IST

ସମ୍ବଲପୁର ୧୧।୬: ଆଡମ୍ବରପୂର୍ଣ୍ଣ ଭାବେ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହେଲା ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ଶିବ ବିବାହ କାର୍ଯ୍ଯକ୍ରମ । ବ୍ରାହ୍ମ ମୁହୂର୍ତ୍ତରେ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ବର ବାବାଙ୍କ ବିବାହ କାର୍ଯ୍ଯ ସମ୍ପନ୍ନ ହୋଇଛି । ଶୁଭ ଲଗ୍ନରେ ହସ୍ତଗଣ୍ଠି ପଡିଛି ।  

ସମ୍ବଲପୁର ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ବର ବାବା, ମୁଦିପଡାର ଜାଗେଶ୍ୱର ବାବା, ଝାଡୁଆପଡାର ଲୋକନାଥ ବାବା ଓ ବଡବଜାରର ଶୀତଳେଶ୍ୱର ବାବାଙ୍କ ସହ ଅନ୍ୟ ସମସ୍ତ ଶୀତଳଷଷ୍ଠୀ କମିଟି ପକ୍ଷରୁ ଶିବ ବିବାହ ସମ୍ପନ୍ନ କରାଯାଇଛି । ପ୍ରଥମେ ଦେବ ଦେବ ମହାଦେବଙ୍କୁ ବର ବେଶରେ ସୁସଜ୍ଜିତ କରାଯିବା ସହ ଭୋଳାବାବାଙ୍କ ମଧ୍ୟରାତ୍ରିରେ ମହାଆଳତୀ କରାଯାଇଥିଲା । 

ତେବେ ଆଳତୀ ପରେ ଶିବଙ୍କ ବରାନୁଗମନ କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ଶତାଧିକ ସାଂସ୍କୃତିକ ଦଳ ଭାଗ ନେଇ ଭୋର ୩ଟାରୁ ୪ଟା ମଧ୍ୟରେ କନ୍ୟା ଘରେ ପହଞ୍ଚିବା ପରେ ବାହାଘର ଆରମ୍ଭ ହୋଇଥିଲା । ବିବାହ ବେଦୀରେ ଦେବ ଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହ ସମ୍ପୂର୍ଣ୍ଣ  ଲୋକାଚାର  ଓ ବୈଦିକ ରିତିରେ ଅନୁଷ୍ଠିତ ହୋଇଥିଲା । ବାହାବେଦୀରେ ନବ ଦମ୍ପତ୍ତି ଯୁଗଳ ଦର୍ଶନ ଦେବା ସହ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ କରୁଛନ୍ତି ।

You Can Read :

ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ, ରାସ୍ତାରେ ପଡିଛି ମୃତଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.