ବ୍ରହ୍ମପୁର: ରାଜ୍ୟ ଭାରତ୍ତୋଳନ ସଂଘରେ ଦେଖା ଦେଇଛି ବିବାଦ। ପୂର୍ବତନ ଭାରତ୍ତୋଳନ ଖେଳାଳି କେ.ରବି କୁମାର ସମ୍ପାଦକ ପଦରୁ ଇସ୍ତଫା ଦେବା ପରେ ସଂଘ ସଭାପତି ଏକ ଜରୁରୀ ବୈଠକ ନେଇ ନୋଟିସ କରିଥିଲେ। ଯେଉଁଥିରେ ପୁରୀଠାରେ ବୈଠକ ହେବା ନେଇ କୁହାଯାଇଥିଲା। ତେବେ ସଙ୍ଗେ ସଙ୍ଗେ ଏଭଳି ବୈଠକ ଡକାଯିବାର କୌଣସି ବିଧି ନଥିବା କହି ସଂଘର ଅନ୍ୟ କର୍ମକର୍ତ୍ତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏନେଇ ସେମାନେ ଅଲିମ୍ପିକ ସଂଘକୁ ଜଣାଇଥିବା ନେଇ ବ୍ରହ୍ମପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି। ସଦସ୍ୟମାନେ କହିଛନ୍ତି ଏଭଳି ହଠାତ ବୈଠକ ନଡାକି ସପ୍ତାହେ ପୂର୍ବରୁ ଅବଗତ କରାଇବା କଥା। ଏତେ ତରବରିଆ ଭାବେ ଏଭଳି ବୈଠକ ଡାକିବାର କାରଣ କଣ ବୋଲି ସଂଘର ଅନ୍ୟ କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି। ତେବେ ବ୍ରହ୍ମପୁରରେ ଥିବା ରାଜ୍ୟ ଭାରତ୍ତୋଳନ ସଂଘକୁ ଏବେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଚକ୍ରାନ୍ତ ଚାଲିଛି କି’ ବୋଲି ପ୍ରଶ୍ନ ଉଠାଇଛନ୍ତି ?