ଦିଶା ସାଲିଆନଙ୍କୁ ଗଣଦୁଷ୍କର୍ମ ହୋଇଛି, ଆଦିତ୍ୟ ଠାକରେଙ୍କ ବିରୋଧରେ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି: ଓକିଲ

Published By : Prameya-News7 Bureau | March 21, 2025 IST

indiatoday

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଥିବା ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାରେ ଶିବସେନା ୟୁବିଟି ନେତା ଆଦିତ୍ୟ ଠାକରେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଦିଶାଙ୍କ ବାପା ନିଯୁକ୍ତି ଦେଇଥିବା ଓକିଲ ନୀଲେଶ ଓଝା ଏକ ଚମକାଇ ଦେଲା ଭଳି ବୟାନ ଦେଇଛନ୍ତି। ଅଭିନେତା ଆଦିତ୍ୟ ପାଞ୍ଚୋଲି, ଡିନୋ ମୋରିଆ, ଶିବସେନା (UBT) ବିଧାୟକ ଆଦିତ୍ୟ ଠାକରେ ଏବଂ ତାଙ୍କ ସିକ୍ୟୁରିଟିମାନେ ଦିଶାଙ୍କୁ ଗଣବଳତ୍କାର କରିଥିବା ପ୍ରମାଣ ଅଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି ବୋଲି ଓକିଲ ଓଝା ଦାବି କରିଛନ୍ତି।  

ଆଡଭୋକେଟ୍ ନିଲେଶ ଓଝା କହିଛନ୍ତି ଯେ ତାଙ୍କର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି, କିନ୍ତୁ ଦିଶାଙ୍କ ମୃତ୍ୟୁର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଉପରେ ଭରସା ନାହିଁ।

ପଢନ୍ତୁ-‘ଛାବା’କୁ ନେଇ ଦଙ୍ଗା; ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଗୃହମନ୍ତ୍ରୀଙ୍କୁ ଚିଠି

ଦିଶାଙ୍କ ମୃତ୍ୟୁର ତଦନ୍ତ ପାଇଁ ଏକ ତାଙ୍କ ବାପା ବମ୍ବେ ହାଇକୋର୍ଟରେ ଏକ ନୂଆ ଆବେଦନ କରିବା ପରେ ମହାରାଷ୍ଟ୍ରରେ ଶାସକ ମହାୟୁତି ଏବଂ ଶିବସେନା(UBT) ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ଘଟଣାରେ ଦିଶା ବାପାଙ୍କ ଓକିଲ ନୀଲେଶ କହିଛନ୍ତି “ ଆମ ପାଖରେ ପ୍ରଚୁର ପ୍ରମାଣ ରହିଛି। ଏହା ବ୍ୟତୀତ, ଏପରି ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି ଯେଉଁମାନେ ଆଦିତ୍ୟ ପାଞ୍ଚୋଲି, ଡିନୋ ମୋରିଆ, ଆଦିତ୍ୟ ଠାକରେ ଏବଂ ତାଙ୍କ ଅଙ୍ଗରକ୍ଷୀମାନେ ପୀଡିତାଙ୍କୁ ଗଣବଳାତ୍କାର କରୁଥିବାର ଦେଖିଛନ୍ତି" 

ଦିଶା ସାଲିଆନ ମୃତ୍ୟୁ ଘଟଣା:

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ୮ ଜୁନ୍ ୨୦୨୦ରେ ମୁମ୍ବାଇର ଏକ ଉଚ୍ଚ କୋଠାରୁ ଖସି ପଡ଼ିବାରୁ ହୋଇଥିଲା। ଏହାପରେ ପୋଲିସ ଏଥିରେ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ ମାମଲା ରୁଜୁ କରିଥିଲା। ଘଟଣାର ୬ ଦିନ ପରେ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ବାନ୍ଦ୍ରା ସ୍ଥିତ ସେ ରହୁଥିବା ଏଖ ଫ୍ଲାଟରୁ ଉଦ୍ଧାର କରାଯାଇଥିଲା। ଏହାର ତଦନ୍ତ ଭାର ସିବିଆଇ ନିଜ ହାତକୁ ନେଇଛି। ହେଲେ ଦିଶାଙ୍କ ମୃତ୍ୟୁର ତଦନ୍ତ ୨୦୨୩ ମସିହାରେ ସରକାରଙ୍କ ଦ୍ୱାରା ଗଠିତ ଏକ ଏସଆଇଟି  ଟିମ୍ ଦ୍ୱାରା କରାଯାଉଛି।

ପଢନ୍ତୁ- ବିଚାରପତିଙ୍କ ଘରୁ ଟଙ୍କା ମିଳିବା ଘଟଣା: ସୁପ୍ରିମକୋର୍ଟଙ୍କ ତଦନ୍ତ ଆରମ୍ଭ,ସେପଟେ ବଦଳିକୁ ବିରୋଧ

ଦିଶାଙ୍କ ବାପା ତାଙ୍କ ଆବେଦନରେ ଦାବି କରିଛନ୍ତି ଯେ ଜୁନ୍ ୮ ତାରିଖରେ ତାଙ୍କ ଝିଅ ଦିଶା ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ଆଦିତ୍ୟ ଠାକରେ, ଅଭିନେତା ସୂରଜ ପାଞ୍ଚୋଲି ଏବଂ ଡିନୋ ମୋରିଆ ଯୋଗ ଦେଇଥିଲେ। ଆବେଦନରେ ଠାକରେଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରାଯାଇଛି। ହେଲେ ଠାକରେ ଏଭଳି ଦାବିକୁ ଖଣ୍ଡନ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.