‘ଛାବା’କୁ ନେଇ ଦଙ୍ଗା; ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଗୃହମନ୍ତ୍ରୀଙ୍କୁ ଚିଠି

Published By : Prameya-News7 Bureau | March 21, 2025 IST

ନୂଆଦିଲ୍ଲୀ ୨୧।୦୩; ବଲିଉଡ୍ ମୁଭି ’ଛାୱା’କୁ ନେଇ ନାଗପୁରରେ ସୃଷ୍ଟି ହୋଇଛି ବବାଲ । ଫିଲ୍ମରେ ଦେଖାଯାଇଥିବା କିଛି ଗୁରୁତ୍ବପୂର୍ଣ୍ଣ ଦୃଶ୍ୟକୁ ଦାୟୀ କରିଛନ୍ତି ମୌଲାନା ଶହାବୁଦ୍ଦିନ ରଜୱି । ଫିଲ୍ମକୁ ବ୍ୟାନ୍ କରିବା ସହ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ମୌଲାନା । 

ମୌଲାନାଙ୍କ ଅଭିଯୋଗ, ମୁଭି ଛାୱା’ରେ ଔରଙ୍ଗଜେବ ବାଦଶାହଙ୍କୁ ହିନ୍ଦୁ ବିରୋଧୀ ଭାବେ ପ୍ରଦର୍ଶନ କରି ହିନ୍ଦୁ ଯୁବଗୋଷ୍ଠୀଙ୍କୁ ଉସକା ଯାଉଛି। ଫଳରେ ମାର୍ଚ୍ଚ ୧୭ ତାରିଖରେ ନାଗପୁରରେ ଦଙ୍ଗା ପରିସ୍ଥିତି ଦେଖାଦେଇଥିଲା । ନାଗପୁରର ଉଲେମା ଏବଂ ମସଜିଦର ଇମାମଙ୍କ ସହ ଯୋଗାଯୋଗ କରି ପରିବେଶକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ।  ମୌଲାନାଙ୍କ ଅନୁଯାୟୀ ଘୃଣା ଭାଷଣ ଉପରେ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତେ ଏହାକୁ ଅନୁସରଣ କରିବା ଉଚିତ୍ ।  ଯଦି ଫିଲ୍ମ ଏହିପରି ଜାରି ରହେ ତେବେ ଦେଶରେ ଏଭଳି ଘଟଣା ଘଟିପାରେ । ଶାନ୍ତି ପାଇଁ ପ୍ରତିବନ୍ଧକ ଆବଶ୍ୟକ ।

ଆହୁରି କହିଛନ୍ତି ଯେ ମୁଁ ମୋର ଚିଠିରେ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଭାରତର ମୁସଲମାନମାନେ ଔରଙ୍ଗଜେବଙ୍କୁ ସମ୍ରାଟ ଭାବରେ ବିବେଚନା କରନ୍ତି । ସେମାନଙ୍କର ନେତା ନୁହଁନ୍ତି। କିନ୍ତୁ କେତେକ ହିନ୍ଦୁ ସଂଗଠନ ଯୁବକମାନଙ୍କୁ ଉସକାଉଛନ୍ତି। ହିନ୍ଦୁ କିମ୍ବା ମୁସଲମାନ ହେଉ ଏହା ବିରୋଧରେ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ମୁଁ ଛାବା ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିବି। ଭବିଷ୍ୟତରେ ଏପରି ଘଟଣା ଯେପରି ନହୁଏ, ସେଥିପାଇଁ ସେ ଫିଲ୍ମ 'ଛାବା'ର ନିର୍ଦ୍ଦେଶକ, ନିର୍ମାତା ତଥା ଲେଖକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.