ଲିଭର କ୍ୟାନସରରେ ପୀଡିତ ଦୀପିକା କକ୍କର, ୟୁଟ୍ୟୁବ୍‌ରେ ଖୁଲାସା କଲେ ସ୍ଵାମୀ ସୋଏବ

Published By : Prameya-News7 Bureau | May 28, 2025 IST

ମୁମ୍ଵାଇ ୨୮।୦୫; ଟେଲି ଅଭିନେତ୍ରୀ ଦୀପିକା କକ୍କର । ତାଙ୍କ ପରିବାର ପାଇଁ ଏବେ ସବୁଠାରୁ କଷ୍ଟକର ସମୟ । ଅଭିନେତା ଏବଂ ୟୁଟୁବର ସୋଏବ ଇବ୍ରାହିମ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପତ୍ନୀ ଦୀପିକା ଦ୍ୱିତୀୟ ପର୍ଯ୍ୟାୟ ଯକୃତ କର୍କଟ ରୋଗରେ ପୀଡିତ ଥିବା ନେଇ ବିଷୟରେ ପ୍ରକାଶ କରିଛନ୍ତି । ଲୁହକୁ ଚାପି ରଖି ସୋଏବ ଏହାକୁ ତାଙ୍କ ଜୀବନର ‘ବଡ଼ କଠିନ ପର୍ଯ୍ୟାୟ’ ବୋଲି କହିଛନ୍ତି । ସେ କହିଛନ୍ତି ଯେ ତାଙ୍କର ଆଲ୍ଲାହଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଦୀପିକା ଶୀଘ୍ର ସୁସ୍ଥ ହୋଇଯିବେ। ସୋଏବ ତାଙ୍କ ବ୍ଲଗରେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ପେଟ ଯନ୍ତ୍ରଣା ଲିଭର ଟ୍ୟୁମର ଯୋଗୁଁ ନୁହେଁ ବରଂ ଅନ୍ୟ କୌଣସି ପ୍ରମୁଖ କାରଣ ଯୋଗୁଁ ହେଉଥିଲା ।

ଦୀପିକା ଇନଷ୍ଟାଗ୍ରାମରେ ପୋଷ୍ଟଟି ସେୟାର କରିବା ପରେ, ସୋଏବ ଇବ୍ରାହିମ ୟୁଟ୍ୟୁବରେ ଏକ ବ୍ଲଗ୍ ସେୟାର କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ ଏହି ସପ୍ତାହରେ ଅପରେସନ୍ ହେବାର ଥିଲା, କିନ୍ତୁ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଡାକ୍ତରମାନେ ଏହାକୁ ସ୍ଥଗିତ ରଖିଛନ୍ତି । ‘ଆହ୍ଲାଙ୍କ କୃପାରୁ, ସ୍କାନ ରିପୋର୍ଟ ସ୍ପଷ୍ଟ ହୋଇଛି’ । ଭାଇରସ କିମ୍ବା ଏହାର କୋଷଗୁଡ଼ିକ ଶରୀରର ଅନ୍ୟ ଅଂଶକୁ ବ୍ୟାପି ନାହିଁ । ଯାହା ହେଉନା କାହିଁକି, ଏହା ଟ୍ୟୁମର ମଧ୍ୟରେ ସୀମିତ ଏବଂ ଅପରେସନ୍ ଦ୍ୱାରା ଟ୍ୟୁମରକୁ ବାହାର କରିବା ପରେ ଏହା ଠିକ୍ ହୋଇଯିବ । ବର୍ତ୍ତମାନ ଡାକ୍ତରମାନେ କହୁଛନ୍ତି ଯେ ସବୁକିଛି ନିୟନ୍ତ୍ରଣରେ ଅଛି । ହେଲେ ଭବିଷ୍ୟତରେ କ’ଣ ହେବ ତାହା କେବଳ ଆହ୍ଲା ଭଲ ଭାବରେ ଜାଣନ୍ତି’ ।

ଦୀପିକା ଭିଡିଓରେ ଆହୁରି କହିଛନ୍ତି, ‘ଆମେ ଡାକ୍ତରମାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରୁଛୁ । ନିଶ୍ଚିତ ଭାବରେ, ରୋଗୀ ହୁଅନ୍ତୁ କିମ୍ବା ତାଙ୍କ ପରିବାର, ସମସ୍ତଙ୍କ ଜୀବନରେ ଏକ ଶବ୍ଦ ‘କ୍ୟାନସର୍’ ଶୁଣିବା ଭୟଙ୍କର । ଏହା ଏପରି ଏକ ରୋଗ ଯାହା ଆପଣଙ୍କୁ ମାନସିକ ଭାବରେ ଭାଙ୍ଗିଦିଏ । କିନ୍ତୁ ଆମେ ଦୃଢ଼ ଅଛୁ, ବିଶ୍ୱାସ ରଖିଛୁ ଏବଂ ଆଶା ମଧ୍ୟ କରୁଛୁ । ବ୍ଲଗରେ ଆହୁରି ମଧ୍ୟ ସୋଏବ ପ୍ରକାଶ କରିଛନ୍ତି ଯେ ଦୀପିକାଙ୍କ ପେଟ ଯନ୍ତ୍ରଣା ହେଉଥିଲା । ତା’ପରେ ଆମେ ଏକ ସିଟି ସ୍କାନ କରାଇଥିଲୁ ଏବଂ ପ୍ରଥମ ଥର ପାଇଁ ଜଣାପଡିଲା ଯେ ଏହା ଏକ ଟ୍ୟୁମର ଥିଲା । ତା’ପରେ କ୍ୟାନସର୍ ରୋଗ ଚିହ୍ନଟ ହୋଇଥିଲା। ଭଗବାନଙ୍କୁ ଧନ୍ୟବାଦ ଯେ ସେହି ଯନ୍ତ୍ରଣା ଯୋଗୁଁ, ଏହି ବଡ଼ ରୋଗ ଠିକ୍ ସମୟରେ ସ୍ପଷ୍ଟ ଭାବରେ ଜଣାପଡ଼ିଛି ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.