ଆପଣ ଜାଣନ୍ତି ୟୁକ୍ରେନର କେତେ ଅଞ୍ଚଳ ରହିଛି ରୁଷ୍‌ର ନିୟନ୍ତ୍ରଣରେ ? ଏହାର ମୋଟ କ୍ଷେତ୍ରଫଳ ଏହି ଦେଶ ଗୁଡ଼ିକ ସହ ସମାନ

Published By : Prameya-News7 Bureau | August 19, 2025 IST

ନୂଆଦିଲ୍ଲୀ –ହ୍ୱାଇଟ୍‌ ହାଇସ୍‌ ସୋମବାର (୧୮ ଅଗଷ୍ଟ)ରେ ନୂଆ ନକ୍ସା ପ୍ରଦର୍ଶିତ କରିଥିଲା ,ଯେଉଁଥିରେ ୟୁକ୍ରେନୀ ଅଞ୍ଚଳରେ ରୁଷୀୟ ନିୟନ୍ତ୍ରଣାଧୀନ ଅଞ୍ଚଳ ଦେଖାଯାଇ ଥିଲା , ଠିକ୍‌ ସେହି ସମୟରେ ଯେତେବେଳେ ୟୁକ୍ରେନୀ ରାଷ୍ଟ୍ରପତି ଭଲୋଜଡିମିର ଜେଲେନସ୍କି ଓ ୟୁରୋପୀୟ ନେତା ଯୁଦ୍ଧ ବନ୍ଦ କରିବା ପାଇଁ ଆଲୋଚନା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଆସି ଥିଲେ। ଏହି ନକ୍ସାରେ , ଗୋଟେ ପଟେ ରୁଷୀୟ ସେନାର ଅନୁପ୍ରବେଶ ଓ ଏହାର ଫଳସ୍ୱରୂପ ତାଙ୍କର ଭୂମି ଦଖଲକୁ ଆନୁଷ୍ଠାନିକ ଭାବ ଚିତ୍ରଣ କରାଯାଇ ଥିଲା। ଯଦି ରୁଷ୍‌ ଦ୍ୱାରା କବଜା କରାଯାଇ ଥିବା ବାସ୍ତବିକ ଓ ପ୍ରୋଜେକ୍ଟେଡ୍‌ ଅଞ୍ଚଳକୁ ମିଶ୍ରଣ କରାଯାଏ , ତ ଏହା ଅତି କମ୍‌ରେ ସାତୋଟି ଦେଶ ସହ ସମାନ ହେବ। 

 ୟୁକ୍ରେନ୍‌ର କେତେ ବର୍ଗ କିଲୋମିଟର କ୍ଷେତ୍ରରେ ରୁଷ୍‌ର ନିୟନ୍ତ୍ରଣ ରହିଛି ? 

ଏହା ଲେଖା ହେବା ବେଳକୁ ଏହା ଅନୁମାନ ଯେ ,  ୟୁକ୍ରେନର ପାଖାପାଖି ୧୮.୩ ପ୍ରତିଶତରୁ ୨୦ପ୍ରତିଶତ ଅଞ୍ଚଳ ଉପରେ ରୁଷ୍‌ର ନିୟନ୍ତ୍ରଣ ରହିଛି, ଯାହା ୟୁକ୍ରେନର ମୋଟ ୬୦୩,୫୪୮ ବର୍ଗ କିଲୋମିଟର କ୍ଷେତ୍ରଫଳର ପାଖାପାଖି ୧୧୦,୦୦୦ରୁ ୧୨୦,୦୦୦ବର୍ଗ କିଲୋମିଟର ରହିଛି। ଏଥିରେ କ୍ରିମିଆ ମଧ୍ୟ ଅନ୍ତର୍ଭୁକ୍ତ ଅଛି, ଯାହାକୁ ରୁଷ୍‌ ୨୦୧୪ରେ ନିଜ ସହ ସାମିଲ କରି ଦେଇଥିଲା। ୨୦୨୨୨ରୁ ଆରମ୍ଭ ହୋଇଥିବା ନିଜର ସାମରିକ ଅଭିଯାନରେ ରୁଷ୍‌ ଡୋନେଟସ୍କ, ଲୁହାନସ୍କ, ଜାପୋରିଜ୍ଜିଆ ଓ ଖେରସାନ ଓବ୍ଲାଷ୍ଟ ବା ପ୍ରଶାସନିକ ଅଞ୍ଚଳର ବଡ଼ ଅଂଶକୁ ଅଧିକାର କରି ନେଇ ଥିଲା, ଏହାସସହ ଖାର୍କିଭ, ସୁମି ଓ ନିପ୍ରାପେଟ୍ରୋସର ଛୋଟ ଛୋଟ ଅଞ୍ଚଳ ଉପରେ ମଧ୍ୟ କବଜା କରି ନେଇଛି। 

କ୍ରିମିଆ, ଯାହାକୁ ୨୦୧୪ରେ ରୁଷ୍‌ ଏକ ସାମରିକ ଅଭିଯାନରେ ନିଜ ଅକ୍ତିଆର କରି ଥିଲା, ପାଖାପାଖି ୨୭,୦୦୦ ବର୍ଗ କିଲୋମିଟର ଯାଏ ବ୍ୟାପିଛି। ୟୁକ୍ରେନ ଓ ଅନ୍ତର୍ଜାତୀୟ କମ୍ୟୁନିଟ୍‌ର ଅଧିକାଂଶ ଦେଶ ଏବେ ବି ଏହାକୁ ୟୁକ୍ରେନର କ୍ଷେତ୍ର ଭାବେ ମାନ୍ୟତା ଦିଅନ୍ତି , ଏହା ସତ୍ତ୍ୱେ ରୁଷ୍‌ କ୍ରିମିଆକୁ ଦୁଇଟି ସଂଘୀୟ ବିଷୟ ଭାବେ ପରିଚାଳନା କରି ଆସୁଛି। ୨୦୨୨ରେ ଆରମ୍ଭ ହୋଇ ଥିବା ରୁଷୀୟ ସାମରିକ ଅଭିଯାନ, ବା ପାଶ୍ଚାତ ଦେଶ ଗୁଡ଼ିକ ଅନୁସାରେ ଯାହାକୁ ଆକ୍ରମଣ କୁହାଯାଉଛି, ଏହି କାରଣରୁ ୟୁକ୍ରେନର ଅନେକ ଓବ୍ଲାଷ୍ଟ ବା ପ୍ରଶାସନିକ ଅଞ୍ଚଳରେ ରୁଷ୍‌ର ନିୟନ୍ତ୍ରଣ ହୋଇ ଯାଇଛି।   

ୟୁକ୍ରେନରେ ରୁଷ୍‌ ଅଧିକୃତ କ୍ଷେତ୍ରର ମୋଟ କ୍ଷେତ୍ରଫଳ -

ଏସବୁ ଯୋଡ଼ିଲେ, ଆନୁମାନିକ ୧୧୦,୦୦୦ରୁ ୧୧୬,୦୦୦ ବର୍ଗ କିମି ଯାଏ ହୋଇପାରେ। ଯେମିତି ପୂର୍ବରୁ ଉଲ୍ଲେଖ କରାଯାଇଛି , ଏହା ସ୍ପଷ୍ଟ ନୁହେଁ, କାରଣ ଯୁଦ୍ଧର ପ୍ରଗତି ସହ ଏହାର ଉତ୍ସ ଓ ପରିସ୍ଥିତିରେ ପରିବର୍ତ୍ତନ ହୋଇଥାଏ। ଉଦାହରଣ ସ୍ୱରୂପ, ଫ୍ରାନ୍ସିସୀ ଖବରକାଗଜ ଲେ ମୋଣ୍ଡେ ମାର୍ଚ୍ଚ ୨୦୨୫ରେ ରୁଷୀୟ ନିୟନ୍ତ୍ରଣରେ ଥିବା ମୋଟ କ୍ଷେତ୍ରଫଳକୁ ୧୧୦,୪୦୦ ବର୍ଗ କିମି ଦର୍ଶାଇ ଥିଲା। ଯାହାକି ଅଲ ଜଜିରା ଅଗଷ୍ଟରେ ଏହି କ୍ଷେତ୍ରଫଳର ୧୧୪,୫୦୦ ବର୍ଗ କିମି ଥିବା ଅନୁମାନ କରିଥିଲା। 

ୟୁକ୍ରେନରେ ରୁଷ୍‌ର ଅଧିକୃତ ଅଞ୍ଚଳ ଏହି ଦେଶ ଗୁଡ଼ିକ ତୁଳନାରେ ସମାନ କିମ୍ୱା ଏହାଠାରୁ ବଡ଼

ୟୁକ୍ରେନରେ ରୁଷ୍‌ର ବାସ୍ତବିକ ବା କଥିତ ନିୟନ୍ତ୍ରଣର କ୍ଷେତ୍ରଫଳ ସର୍ବିୟା ( ୮୮,୩୬୧ ବର୍ଗ କି.ମି), ଜାର୍ଡନ (୮୯, ୩୪୨ ବର୍ଗ କି.ମି ) , ପର୍ତ୍ତୃଗାଲ ( ୯୨,୦୯୦ ବର୍ଗ କି.ମି )  ହଙ୍ଗେରୀ (୯୩ ,୦୩୦ ବର୍ଗ କି.ମି)ର ମୋଟ କ୍ଷେତ୍ରଫଳରୁ ମଧ୍ୟ ବଡ଼। 

ଏହି କ୍ଷେତ୍ରଫଳ କ୍ୟୁବା ( ୧୦୯,୮୮୪ବର୍ଗ କି.ମି)ର ପାଖାପାଖି ସମାନ କିମ୍ୱା ଏହାଠାରୁ କିଛି ମାତ୍ରାରେ ବଡ଼। ଏହି ଆଇସଲାଣ୍ଡ (୧୦୩,୦୦୦ ବର୍ଗ କି.ମି ) ଓ  ଦକ୍ଷିଣ କୋରିଆ (୧୦୦,୨୧୦ ବର୍ଗ କି.ମି) ରୁ ମଧ୍ୟ ବଡ଼। ଏହା ଆମେରିକାର ପେନସିଲଭାନିଆ ରାଜ୍ୟ ସହ ସମାନ , ଯାହାର କ୍ଷେତ୍ରଫଳ ୧୧୯,୨୮୦ ବର୍ଗ କି.ମି ଅଟେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.