ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଆଜି ଅଚାନକ ବିଭିନ୍ନ ଅଞ୍ଚଳରେ ଝାଡ଼ା ବାନ୍ତି ବ୍ୟାପିଛି। ଫଳରେ ଧର୍ମଶାଳା ମେଡିକାଲରେ ପାଖାପାଖି ୪୦ରୁ ଉର୍ଦ୍ଧ୍ଵ ରୋଗୀ ଧର୍ମଶାଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ଝାଡ଼ା ବାନ୍ତି ରୋଗୀ ଆସିବା ଫଳରେ ମେଡିକାଲରେ ରୋଗୀ ମାନେ ତଳେ ଶୋଇ ଚିକିତ୍ସା ହେଉଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
ଆଜି ଧର୍ମଶାଳା ବ୍ଲକ ବଉଳମାଳ, ମାଟିଆ, ରଘୁନାଥପୁର, ଜାରକା, ରଗଡ଼ିପଶି, ଗଡମଧୁପୁର,ପାଖର, ଚଡେଇଧରା, ପାଖର ଆଦି ଅଞ୍ଚଳରୁ ଅନେକ ସଂଖ୍ୟାରେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ରୋଗୀ ମାନଙ୍କୁ ସଠିକ୍ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି। ଏତେ ସଂଖ୍ୟାରେ ମେଡିକାଲରେ ରୋଗୀ ପହଞ୍ଚିବା ଫଳରେ ରୋଗୀ ସେବାରେ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି।
Also read: ଥାନା ଭିତରେ ଉଡ଼ିଲା ଚେୟାର ଆଉ ଫୁଲକୁଣ୍ଡ, ଅଭିଯୁକ୍ତକୁ କୋର୍ଟ ଫରଓ୍ବାର୍ଡ ପରେ ତାତିଲେ ଗ୍ରାମବାସୀ
ତେବେ ଖବର ପାଇ ଯାଜପୁର ସିଡିଏମଓ ପ୍ରକାଶ ଚନ୍ଦ୍ର ବଳ ଧର୍ମଶାଳା ମେଡିକାଲ ପରିଦର୍ଶନ କରି ସ୍ଥିତି ପରଖି ଥିଲେ। ରୋଗୀ ମାନଙ୍କ ସ୍ବାସ୍ଥ୍ୟ ବସ୍ଥା ପଚାରି ବୁଝିଥିଲେ। ରୋଗୀ ମାନଙ୍କୁ କିପରି ଭଲ ଚିକିତ୍ସା ଦିଆଯିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଚାନକ ପାଣି ପାଗର ପରିବର୍ତ୍ତନ ଯୋଗୁଁ ବିଭିନ୍ନ ସ୍ଥାନରେ ଝାଡ଼ା ବାନ୍ତି ରୋଗ ବ୍ୟାପିଛି ବୋଲି ସିଡିଏମଓ କହିଛନ୍ତି। ଏ ନେଇ ସ୍ଥିତି ସ୍ବାଭାବିକ ରହିଥିବା ବେଳେ ମେଡିକାଲ ଟିମ୍ ବିଭିନ୍ନ ଅଞ୍ଚଳରେ ନିୟୋଜିତ ରହିଛନ୍ତି।