Delhi pollution: ପ୍ରଥମ ଦିନରେ ୩,୭୦୦ ଗାଡ଼ିର ଚାଲାଣ କାଟିଲା ଦିଲ୍ଲୀ ପ୍ରଶାସନ

NEWS7
dhenkanal-medical-new-born-baby-died

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଉଠାଇଥିବା ପକ୍ଷେପକୁ କଡ଼ାକଡ଼ି କାର୍ଯ୍ୟାକାରୀ କରାଯାଇଛି। ପ୍ରଦୂଷଣ ରୋକିବାକୁ ସରକାର ନୋ ପିୟୁସି, ନୋ ଫ୍ୟୁଲ୍ ଅଭିଯାନ ଚଳାଇବାର ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୭୦୦ରୁ ଅଧିକ ଗାଡ଼ିର ଚାଲାଣ କଟାଯାଇଛି। ନିୟମ ପାଳନ କରୁ ନଥିବା କିମ୍ବା ଭୁଲ ଜାଗା ଯାଉଥିବା ୫୭୦ ଗାଡ଼ିକୁ ଫେରାଇ ଦିଆଯାଇଛି। ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ସୂଚନା ଦେଇଛନ୍ତି।

ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏବଂ ପରିବହନ ବିଭାଗର ମିଳିତ ଟିମ୍ର ଚଢ଼ାଉରେ ପ୍ରଥମ ଦିନରେ ଜାତୀୟ ରାଜଧାନୀର ପ୍ରମୁଖ ପ୍ରବେଶ ସ୍ଥାନରେ ପ୍ରାୟ ୫,୦୦୦ ଯାନବାହନ ଯାଞ୍ଚ କରିଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିବା ପାଇଁ ୩,୭୪୬ ଗାଡ଼ିର ଚାଲାଣ କଟା ଯାଇଥିଲା। ସେହିପରି ଭୁଲ୍ରେ ଆସୁଥିବା ୫୬୮ ଗାଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ମନା କରାଯାଇଥିଲା। ଏହାସହିତ, ସହର ମଧ୍ୟକୁ ଅନାବଶ୍ୟକ ପ୍ରବେଶକୁ ରୋକିବା ପାଇଁ ୨୧୭ ଅନବାଶ୍ୟକ ଟ୍ରକକୁ ପୂର୍ବ ଏବଂ ପଶ୍ଚିମ ପେରିଫେରାଲ ଏକ୍ସପ୍ରେସୱେ ଦେଇ ଗତିପଥ ପରିବର୍ତ୍ତନ କରାଯାଇଥିଲା।

ଏହି ଅଭିଯାନ ସହିତ ଦିଲ୍ଲୀରେ ପିୟୁସିସି ଆବେଦନ ବହୁ ସଂଖ୍ୟାରେ ବଢ଼ି ଯାଇଥିଲା। ଡିସେମ୍ବର ୧୭ ରୁ ୧୮ ମଧ୍ୟରେ ୬୧,୦୦୦ରୁ ଅଧିକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଯାହା ନିୟମ କାର୍ଯ୍ୟକାରୀ ହେବା ପରେ ଲୋକଙ୍କ ନିୟମ ଅନୁପାଳନରେ ସଚେତନାକୁ ସୂଚିତ କରୁଛି।