ନୂଆଁଖାଇ ପୂର୍ବରୁ ହାଟକୁ ଯାଇ ସମ୍ବଲପୁରୀ ବସ୍ତ୍ର କିଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର

Published By : Prameya-News7 Bureau | August 27, 2025 IST

ବରଗଡ଼ ୨୭।୮: ବେହେରା ସମ୍ବଲପୁରୀ ହସ୍ତତନ୍ତ କପଡା ବଜାରରେ ବିକାଶ ଫାଉଣ୍ଡେସନର ଚେୟାରମ୍ୟାନ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର । ନୂଆଁଖାଇ ପୂର୍ବରୁ ବସ୍ତ୍ର ହାଟକୁ ଯାଇ ସମ୍ବଲପୁରୀ ବସ୍ତ୍ର କିଣିବା ଦୃଶ୍ୟ ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ବୁଧବାର ବଡ଼ି ଭୋରରୁ ବସୁଥିବା ସମ୍ବଲପୁରୀ ହାଟରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର । ବସ୍ତ୍ର କିଣିବାର ଅନୁଭୂତି ବଖାଣିଛନ୍ତି ମୃଦୁଳା । ସେ କହିଛନ୍ତି, ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ବସ୍ତ୍ର ବୁଣାକାର ମାନେ ଏ ଅଞ୍ଚଳର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ପ୍ରକୃତି, ପରିବେଶ, ଚାଲିଚଳଣି, ଜାନି ଜାତରା ସହ ବିଭିନ୍ନ ବିଷୟବସ୍ତୁକୁ ନିଜ ମନରେ ପରିକଳ୍ପନା କରି ବାନ୍ଧ ସାହାଯ୍ୟରେ ବସ୍ତ୍ର ମାଧ୍ୟମରେ ପ୍ରସ୍ଫୁଟିତ କରିଥାନ୍ତି । ବସ୍ତ୍ରର ଚାହିଦା ବୃଦ୍ଧି କରିବା ଏବଂ ବୁଣାକାର ପରିବାରର ଆର୍ଥିକ ସ୍ଥିତିକୁ ଉନ୍ନତି କରିବା ପାଇଁ ମଧ୍ୟ ସେମାନେ ପ୍ରୟାସ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ଵ ଦେଇ ବୁଣାକାର ପରିବାର ମାନଙ୍କ ପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖି ବିଭିନ୍ନ ଉନ୍ନତି ମୂଳକ ଯୋଜନାର କାର୍ଯ୍ୟ ହାତକୁ ନେଇଛନ୍ତି ବୋଲି ମୃଦୁଳା ଠାକୁର କହିଛନ୍ତି ।


You Can Read:

କଟକ ରେଳ ଷ୍ଟେସନରେ ଅଘଟଣ : ପ୍ଲାଟଫର୍ମରେ ଭୁଶୁଡ଼ିଲା ନିର୍ମାଣାଧୀନ ସେଡ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.