ଗାଁ ଭିତରକୁ ପଶି ଆସିଲା ବାଘ : ଘର ଭିତରୁ ବାହାରିଲାନି ମହାବଳ, ଛାତ ଉପରେ ପରିବାର, ଭିଡିଓ ଭାଇରାଲ

NEWS7
dharmendra-pradhan-statement-to-tathagat-sathpathy

କାଟଣୀ, ୩୦/୧୨:ଗାଁକୁ ପଶି ଆସିଲା ମହାବଳ । ଜଣେ ବକ୍ତିଙ୍କୁ ଆକ୍ରମଣ କରି ଘାଇଲା କଲା । ଖାଲି ଏତିକି ନୁହେଁ ଗୋଟିଏ ଘରେ ପଶି ଅନେକ ସମୟ ଧରି ଖଟିଆ ଉପରେ ବସି ରହିଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାନ୍ଧବଗଡ ଅଭୟାରଣ୍ୟ ନିକଟବର୍ତ୍ତୀ ଗାଁରେ ।

ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶରେ ରହିଛି ପ୍ରସିଦ୍ଧ ବାନ୍ଧବଗଡ ଅଭୟାରଣ୍ୟ । ଏହା ମହାବଳ ବାଘଙ୍କ ପାଇଁ ପ୍ରସିଦ୍ଧ । ଏଠାରେ୧୦୦ରୁ ଅଧିକ ମହାବଳ ବାଘ ଅଛନ୍ତି । ତେବେ ସୋମବାର ଅଭୟାରଣ୍ୟ ପାଖରେ ଥିବା କଟଣୀ ଜିଲ୍ଲାର ଏକ ଗାଁକୁ ବାଘଟି ପଶିଆସିଥିଲା । ଏଠାରେ ସେ ପ୍ରଥମେ ଜଣେ ଯୁବକଙ୍କୁ ଆକ୍ରମଣ କରି ଘାଇଲା କରିଥିଲା । ଆହତ ଯୁବକ ଗୋପଳ କୋଲଙ୍କୁ କଟଣୀ ଜିଲ୍ଲାର ବରହି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗୋପାଳଙ୍କୁ ଆକ୍ରମଣ ପରେ ବାଘଟି ଦୁର୍ଗା ପ୍ରସାଦ ଦ୍ୱିଓ୍ୱେଦୀ ନାମକ ଜଣେ ବ୍ୟକ୍ତିଙ୍କ ଘର ମଧ୍ୟକୁ ପ୍ରବେଶ କରିଥିଲା । ଏଠାରେ ବାଘଟି ଏକ ଖଟିଆ ଉପରେ ଅନେକ ସମୟ ଧରି ବସି ରହିଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଭାଇରାଲ ହେଉଛି । ବାଘକୁ ଦେଖି ଦୂର୍ଗାଙ୍କ ପରିବାର ଲୋକେ ଛାତ ଉପରକୁ ଭୟରେ ପଳାଇଥିଲେ ।

ପ୍ରଥମେ ସକାଳ୧୦ଟାରେ ବାଘକୁ ଗାଁ ପାଖରେ ଦେଖିଯାଇଥିଲା । ଯାହା ବଫର ଜୋନର ସୀମାକୁ ଲାଗି ରହିଛି । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲା । ଏହି ସମୟ ଭିତରେ ସେ ଚାଷ ଜମିରେ ପ୍ରବେଶ କରିଥିଲା । ପରେ ତାକୁ ଗ୍ରାମବାସୀ ଜଙ୍ଗଳକୁ ତଡିବା ବେଳେ ସେ ଗୋପାଳକୁ ଆକ୍ରମଣ କରିଥିବା ଜଣା ପଡିଛି ।

 

ତେବେ ବନ ବିଭାଗ ବାଘକୁ ଟ୍ରାଙ୍କୁଲାଇଜ୍ କରି ଜଙ୍ଗଲରେ ଛାଡିଦେଇଛି । ଏହା କେବଳ ଗୋଟିଏ ଘଟଣା ନୁହେଁ କିଛି ଦିନ ପୂର୍ବରୁ ଗାଁ ନିକଟରେ ଅନେକ ବାଘ ଦେଖିବାକୁ ମିଳିଥାନ୍ତି ।