୪ ଦଶନ୍ଧିର ସେବା ପରେ ଅବସର ନେଲେ କାନ୍ଦାହାର ହାଇଜ୍ୟାକ୍‌ର ହିରୋ

Published By : Prameya-News7 Bureau | January 06, 2025 IST

ନୂଆଦିଲ୍ଲୀ: ୪ ଦଶନ୍ଧିର ସେବା ପରେ ଅବସର ନେଇଛନ୍ତି କାନ୍ଦାହାର ବିମାନ ହାଇଜ୍ୟାକ୍‌ର ହିରୋ କ୍ୟାପ୍ଟେନ ଦେବୀ ଶାରନ । ୬୫ ବର୍ଷୀୟ କ୍ୟାପ୍ଟେନ ଦେବୀ ଶାରନ ଡିସେମ୍ୱର ୪ରେ ମେଲବର୍ଣ୍ଣରୁ ଦିଲ୍ଲୀ ପାଇଁ ନିଜ କ୍ୟାରିୟରର ଶେଷ ବିମାନ ଉଡାଣ ଉଡ଼ାଇଥିଲେ । ଏୟାର ଇଣ୍ଡିଆ ଡ୍ରିମଲାଇନରକୁ ଅବତରଣ କରାଇବା ପରେ ପାଇଲଟ୍ ସିଟ୍‌କୁ ଅଲବିଦା କହିଛନ୍ତି । ୧୯୯୯ ମସିହାରେ ହାଇଜ୍ୟାକ୍ ହୋଇଥିବା ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ୍ IC ୮୧୪ର ତତ୍କାଳୀନ କମାଣ୍ଡର ଥିଲେ ଦେବୀ ଶାରନ ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ପ୍ରତିକ୍ରିୟା ଦେଇ କ୍ୟାପ୍ଟେନ ଶାରନ କହିଛନ୍ତି, 'ଏବେ ଜଣେ ସାଧାରଣ ଯାତ୍ରୀ ଭାବେ, ମୁଁ ସବୁବେଳେ ମୋ ଆ‌ଖପାଖରେ ଥିବା ଲୋକମାନେ ଠିକ ଅଛନ୍ତି କି ନାହିଁ ଏବଂ କିଛି ଭୁଲ ହେଉନି ତ’ ତାହା ଦେଖିବି । ଏକ ଭୟାବହ ସନ୍ଦେହ ସବୁବେଳେ ଜାରି ରହିବ।'

ଅନ୍ୟପଟେ ନିଜ ସହକର୍ମୀଙ୍କୁ କରିଥିବା ମେଲରେ କ୍ୟାପ୍ଟେନ ଶାରନ ଲେଖିଛନ୍ତି, 'ଏବେ ତ ପାର୍ଟି ଆରମ୍ଭ ହୋଇଛି ।' ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ କ୍ୟାପ୍ଟେନ ଶାରନଙ୍କ ଶେଷ ଉଡ଼ାଣ ପର ଭିଡିଓ ସେୟାର ହୋଇଛି । ଭିଡିଓରେ କ୍ୟାପ୍ଟେନ ଶାରନ ଶେଷ ଉଡ଼ାଣ ପରେ ନିଜର ବ୍ୟାଗ ଧରି କକପିଟରୁ ବାହାରୁଥିବା ନଜର ଆସୁଛନ୍ତି । 

କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା । ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ । ୧୯୯୯ ମସିହା ଡିସେମ୍ବର ୨୪ରେ ଆଇସି ୮୧୪ ଅପହରଣ ବେଳେ ସେ ଜାତୀୟ ହିରୋ ପାଲଟି ଯାଇଥିଲେ । ଦୀର୍ଘ ୪୦ ବର୍ଷ ଧରି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ନିଜ ସେବା ପ୍ରଦାନ କରିବା କରିବା ଏବେ ସେ ଅବସର ନେଇଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.