କାନପୁର ଗଣଦୁଷ୍କର୍ମ: ଦୁଇ ଘଣ୍ଟା ଧରି ପୋଲିସ ଗାଡିରେ ଚିତ୍କାର କଲେ ନାବାଳିକା, ଶୁଣିଲେନି ଯୌନ ରାକ୍ଷସ

NEWS7
derek-o-brien-in-farewel-speech-of-vice-president

କାନପୁର ୦୯/୦୧: ନିର୍ଯାତନାର ସବୁ ସାମୀ ପାର୍ । ଦୁଇ ଘଣ୍ଟା ଧରି ପୋଲିସ ଗାଡିରେ ଚିତ୍କାର କଲେ ନାବାଳିକା । ତଥାପି ଶୁଣିଲେ ଯୌନ ରାକ୍ଷସ । ବାରମ୍ୱାର କରିଚାଲିଲେ ଦୁଷ୍କର୍ମ । ଉତ୍ତର ପ୍ରଦେଶର କାନପୁର ଘଟଣାକୁ ନେଇ ସବୁଠି ହଇଚଇ । କାନପୁର ସଚେନ୍ଦି ଅଞ୍ଚଳରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ଏବେ ଛିଡା କରିଛ ଅନେକ ପ୍ରଶ୍ନବାଚୀ । ଘଟଣାରେ ଜଣେ ୟୁଟ୍ୟୁବରକୁ ଗିରଫ କରାଯାଇଛି । ତେବେ ଅନ୍ୟ ଜଣେ ଅଭିଯୁକ୍ତ ପୋଲିସ ସବ୍-ଇନ୍ସପେକ୍ଟରଙ୍କୁ ଗିରଫ ପାଇଁ ଚଢ଼ଉ ଜାରି ରହିଛି ।

ମାମଲାକୁ ଭୁଲ ଭାବେ ଉପସ୍ଥାପନ କରିବା ଅଭିଯୋଗରେ କାନପୁର ପୋଲିସ କମିଶନର ରଘୁବୀର ଲାଲ ଡେପୁଟି କମିଶନର ଅଫ୍ ପୋଲିସ (ପଶ୍ଚିମ) ଦିନେଶ ଚନ୍ଦ୍ର ତ୍ରିପାଠୀ ଓ ନିଲମ୍ବିତ ସଚେନ୍ଦି ଥାନା ଅଧିକାରୀ (ଏସ୍ଏଚ୍ଓ) ବିକ୍ରମ ସିଂହଙ୍କୁ ହଟାଇଛନ୍ତି ।ସୂଚନା ଥାଉକି, ସପ୍ତମରୁ ପଢ଼ା ଛାଡ଼ିଥିବା ନାବାଳିକା ପୀଡ଼ିତାଙ୍କୁ ସୋମବାର ରାତି ୧୦ଟାରେ ଏକ ଏସ୍ୟୁଭିରେ ଅପହରଣ କରି ନିଆଯାଇଥିଲା । ପରେ ରେଳ ଧାରଣା ନିକଟବର୍ତ୍ତୀ ଏକ ନିକାଞ୍ଚନ ସ୍ଥାନରେ ତାଙ୍କୁ ଏସ୍ୟୁଭି ମଧ୍ୟରେ ଗଣବଳାତ୍କାର କରାଯାଇଥିଲା ।

ଅଭିଯୁକ୍ତମାନେ ୨ ଘଣ୍ଟା ଧରି ଯୌନ ଉତ୍ପୀଡ଼ନ ଦେବା ପରେ ତାଙ୍କୁ ଅଚେତ ଅବସ୍ଥାରେ ତାଙ୍କ ଘର ବାହାରେ ଛାଡ଼ି ପଳାଇଥିଲେ । ପୀଡ଼ିତାଙ୍କ ବୟାନକୁ ଆଧାର କରି ସବ୍-ଇନ୍ସପେକ୍ଟର ଅମିତ କୁମାର ମୌର୍ଯ୍ୟ ଓ ୟୁଟ୍ୟୁବର ଶିବବରନ ଯାଦବଙ୍କ ବିରୋଧରେ ଏଫ୍ଆଇଆର୍ ହୋଇଛି । ଯାଦବକୁ ଇତିମଧ୍ୟରେ ଗିରଫ କରାଯାଇଛି । ଏସ୍ଆଇ ମୌର୍ଯ୍ୟକୁ ଧରିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି । ଅପରାଧରେ ବ୍ୟବହୃତ ଏସ୍ୟୁଭିଟି ମୌର୍ଯ୍ୟ ନାମରେ ପଞ୍ଜିକୃତ ହୋଇଛି ।