News7 Logo

ଲୋକଙ୍କ ସମସ୍ୟା ବୁଝିଲେ, ଆଉ ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶୃତି

NEWS7
and

ଆନନ୍ଦପୁର ୧୧।୦୯ : ଚେୟାରରେ ବସାଇଲେ। ସମସ୍ୟା ଶୁଣିଲେ, ଆଉ ଗଲା ବେଳେ ନିଜ ପକେଟରୁ ଜଳଖିଆ ଖର୍ଚ୍ଚ ଦେଲେ ଉପଜିଲ୍ଲାପାଳ। କେନ୍ଦୁଝର  ଜିଲ୍ଲା ଆନନ୍ଦପୁର ବ୍ଲକ ବାଉଁଶଗଡ଼ ପଞ୍ଚାୟତରୁ ଆସିଛି ଏପରି ଘଟଣା । ଯାହାକୁ ନେଇ ଚାରିଆଡୁ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟୁଛି ।

ଆନନ୍ଦପୁର ବ୍ଲକ ବାଉଁଶଗଡ଼ ପଞ୍ଚାୟତ ସଡଙ୍ଗୀ ଗାଁର ୯ଜଣ ବୃଦ୍ଧ-ବୃଦ୍ଧା ଆସି ଉପଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ । ବାରମ୍ବାର ଆବେଦନ ପରେ ମଧ୍ୟ ସେମାନଙ୍କ ଭତ୍ତା ମିଳୁନାହିଁ। ଶେଷରେ ଉପଜିଲ୍ଲାପାଳଙ୍କୁ ନିଜର ସମସ୍ତ ଅଭିଯୋଗ ସଂପର୍କରେ ଅବଗତ କରାଇଥିଲେ । ଏହାପରେ ଉପଜିଲ୍ଲାପାଳ ସମସ୍ତଙ୍କ ଅଭିଯୋଗ ଶୁଣିବା ସହ ଆବେଦନ ପତ୍ର ଗ୍ରହଣ କରିଥିଲେ । ଆଉ ଯଥାଶୀଘ୍ର ଭତ୍ତା କରାଇଦେବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । କେବଳ ଏତିକି ନୁହେଁ ଆବେଦନ କରିବାକୁ ଆସିଥିବା ଆଶାୟୀଙ୍କୁ ପାଖରେ ବସାଇବା ସହ ନିଜ ପକେଟରୁ ଜଳଖିଆ ନିମନ୍ତେ ଟଙ୍କା ଦେଇଥିଲେ ।ଶେଷରେ ମୁଖ୍ୟମନ୍ତ୍ରୀଙ୍କ ବସ୍‌ ସେବାରେ ଉପଜିଲ୍ଲାପାଳଙ୍କ ନାଁ କହି ମାଗଣାରେ ଯିବାକୁ ପରାମର୍ଶ ଦେଇଥିଲେ ।    ​​​​​​​