LIVE TV

କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପୁରୀ ଆସିବା ପାଇଁ କଲେ ନିମନ୍ତ୍ରଣ

NEWS7
dcm

ଭୁବନେଶ୍ୱର ୧୩।୧୦ : କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିଲେ ଉପମୁଖ୍ୟମନ୍ତ୍ରୀ । ପୁରୀରେ ହେବାକୁ ଥିବା ଏନର୍ଜି କନ୍ଫରେନ୍ସରେ ଯୋଗ ଦେବାକୁ ଉପମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି । ଏହାସହ ରାଜ୍ୟର ବଳକା ଚାଉଳ ଏଫ୍‌ସିଆଇ ଉଠାଇବାକୁ ଦାବି ମଧ୍ୟ ରଖିଛନ୍ତି । ସେହିପରି କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କରି ରାଜ୍ୟର ବିକାଶମୂଳକ କାମକୁ ଆହୁରି ଆଗକୁ ନେବାକୁ ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ।