LIVE TV

ଆସୁଛି ବାତ୍ୟା ‘ମୋନ୍ଥା’, ୨୮ରେ ଛୁଇଁବ ସ୍ଥଳଭାଗ, ପ୍ରବଳ ବର୍ଷାର ଆଲର୍ଟ

NEWS7
weather

ଭୁବନେଶ୍ୱର ୨୬।୧୦ : ଆସୁଛି ବାତ୍ୟା ମୋନ୍ଥା। ୨୮ ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ ମୋନ୍ଥାଆନ୍ଧ୍ର ଉପକୂଳ ଛୁଇଁବ। ଏହା ମଛଲିପାଟନମରୁ କଳିଙ୍ଗପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସମ୍ଭାବ୍ୟ ମୋନ୍ ଥା ଓଡ଼ିଶାରେ ମାଡ଼ ହେବନି । ରାଜ୍ୟରେ ବଡ଼ ଧରଣର କ୍ଷତି ପହ ଞ୍ଚାଇବ ନାହିଁ । ତଥାପି ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ବେଶି ପ୍ରଭାବିତ କରିବ । ୨୭ରୁ ରାଜ୍ୟରେ ବର୍ଷା ବଢ଼ିବ। ୨୮ ଓ ୨୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିବା ଆଶଙ୍କା ଅଛି I ପବନ ୬୦-୮୦ କିଲୋମିଟର ବେଗରେ ବହିବ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ଘନୀଭୂତ ହୋଇ ଭାଷଣ ବାତ୍ୟା ରୂପ ନେବ । ଅର୍ଥାତ ୯୦ରୁ ୧୧୦ କିଲୋମିଟର ବେଗରେ ମାଡ଼ ହେବ ପବନ। ଆସନ୍ତା ୨୮ ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ। ମଛଲିପଟନମରୁ କଳିଙ୍ଗ ପାଟନମ ମଧ୍ୟରେ କାକିନାଡ଼ାର ସାମାନ୍ୟ ଉତ୍ତରରେ ଲ୍ୟାଣ୍ଡଫଲ୍ କରିବ। ସେତେବେଳେ ସେଠାରେ ପବନ ବହୁଥିବ ୯୦ରୁ ୧୦୦ କିମି ବେଗରେ। ପବନ ଝଟକା ୧୧୦ କିମି ପର୍ଯ୍ୟନ୍ତ ଯାଇପାରେ। ମାଲକାନଗରି ଓ କୋରାପୁଟ ସୀମାରୁ କାକିନାଡ଼ା ପ୍ରାୟ ୨୦୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି। ୨୮ ରାତିରେ ଆନ୍ଧ୍ର ଅତିକ୍ରମ କରିବା ପରେ ୨୯ ତାରିଖ ସକାଳେ ମାଲକାନଗିରି ଜିଲ୍ଲା ଦେଇ ଓଡ଼ିଶାକୁ ପ୍ରବେଶ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେତେବେଳକୁ ଏହା ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମରୁ ସାଇକ୍ଲୋନିକ୍ ଷ୍ଟର୍ମ କୁ ହ୍ରାସ ପାଇ ସାରିଥିବ। ପବନର ବେଗ ୬୦ରୁ ୮୦ କିଲୋମିଟର ଏବଂ ଝଟକା ୯୦ କିଲୋମିଟର ରହିପାରେ ବୋଲି ଆଇଏମଡି ହିସାବ ଦେଇଛି।