LIVE TV

ଆସିଗଲା ଦିଲ୍ଲୀରେ କୃତ୍ରିମ ବର୍ଷା କରିବାର ତାରିଖ !  କାନପୁରରୁ ଉଡ଼ାଣ ଭରିଲା ଏହି ସ୍ୱତନ୍ତ୍ର ବିମାନ

NEWS7
Cloud Seeding 'Mission'

ନୂଆଦିଲ୍ଲୀ : ଦୀପାବଳି ପରେ ଭୟଙ୍କର ବାୟୁ ପ୍ରଦୁଷଣର ସମ୍ମୁଖୀନ ଦିଲ୍ଲୀରେ ଆଗାମୀ ତିନି ଦିନରେ ପ୍ରଥମ ଥର କୃତ୍ରିମ ବର୍ଷା ଦେଖିବାକୁ ମିଳିପାରେ। ଗୁରୁବାର ଏକ ସେସନା ବିମାନ କ୍ଲାଉଡ୍‌ ସିଡିଂ ମିଶନ ପାଇଁ ବାହାରି ସାରିଛି। ଗୋଟିଏ ଦିନ ପୂର୍ବରୁ ହିଁ ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଥିଲେ ଯେ, ଶୀତ ସମୟରେ ଦିଲ୍ଲୀ –ଏନସିଆରର ବିଷାକ୍ତ ଧୂଆ (ସ୍ମଗ୍‌)କୁ ସଫା କରିବା ଉଦ୍ଦେଶ୍ୟରେ କରାଯାଇ ଥିବା ବହୁପ୍ରତୀକ୍ଷିତ କୃତ୍ରିମ ବର୍ଷାର ପ୍ରୟୋଗ ପାଇଁ ଉପଯୁକ୍ତ ବାଦଲ ନାହିଁ। ସେ ଏହା ମଧ୍ୟ କହିଥିଲେ ଯେ, ଭାରତୀୟ ପାଣିପାଗ ବିଜ୍ଞାନ ( ଆଇଏମଡି) ସରକାରଙ୍କୁ ୨୫ ଅକ୍ଟୋବର ଯାଏ ଏନେଇ କୌଣସି ଆଶା ଦେଇ ନାହିଁ।

ନ୍ୟୁଜ୍‌ ୧୮ରେ ପ୍ରକାଶିତ ରିପୋର୍ଟ ଅନୁସାରେ, କ୍ଲାଉଡ୍‌ ସିଡିଂ ଅପରେସନ ପାଇଁ ସେସନା ବିମାନ କାନପୁରରୁ ମିରଟ ପାଇଁ ପ୍ରସ୍ଥାନ ହୋଇପାରେ। ଯଦି ପାଣିପାଗର ସ୍ଥିତି ଅନୁକୂଳ ହୁଏ, ତ ଆଗାମୀ ତିନି ଦିନରେ କେବେ ବି କୃତ୍ରିମ ବର୍ଷା କରାଯାଇ ପାରେ। ଅଧିକାରୀମାନେ କହିଛନ୍ତି ଯେ, ଏହି ଅପରେସନ ଅତ୍ୟନ୍ତ ଗୋପନୀୟ ଏବଂ ଏହାର ବିବରଣୀ ପୂରା ହେବା ପରେ ସେୟାର କରାଯିବ।

କ୍ଲାଉଡ୍‌ ସିଡିଂ ଟେକନିକ୍‌ ଅନୁସାରେ , ସେସନା ବିମାନର ଉଭୟ ଡେଣା ତଳେ ଆଠରୁ ଦଶ ପକେଟ୍‌ ଲଗାଯାଇଛି। ଏହି ବ୍ୟାଗ୍‌ ଗୁଡ଼ିକରେ ରାସାୟନିକ ସାମଗ୍ରୀ (ସିଡିଂ ସାମଗ୍ରୀ) ଜମା ଅଛି। ବର୍ଷା ଆରମ୍ଭ କରିବା ପାଇଁ , ଏହି ରାସାୟନିକକୁ ପଦାର୍ଥକୁ କକପିଟ୍‌ରୁ ନିୟନ୍ତ୍ରିତ କରି ବାଦଲ ତଳେ ମୁକ୍ତ କରାଯିବା ସହ ବିସ୍ଫୋରଣ କରାଯିବ, ଯେଉଁଥିରେ ବର୍ଷା ଆରମ୍ଭ ହୋଇ ପାରେ।

ଅଧିକାରୀମାନେ କହିଛନ୍ତି ଯେ, ଏହି ପାୟରୋଟେକ୍ନିକ୍‌ ପ୍ରକ୍ରିୟା ଫ୍ଲେୟର୍ସ ( ରାସାୟନିକ ଆଲୋକ) ଜାରି କରିବ, ଯାହା ବାଦଲ ସହ ପ୍ରତିକ୍ରିୟା କରି ବର୍ଷା ଆରମ୍ଭ କରି ଦେବ। ସେ କହିଛନ୍ତି ଯେ, ଏହି କ୍ଲାଉଡ୍‌ ସିଡିଂ ଅପରେସନର ଆନୁମାନିକ ପ୍ରଭାବ କ୍ଷେତ୍ର ପାଖାପାଖି ୧୦୦କିଲୋମିଟର ହେବ। ୨୨ ଅକ୍ଟୋବରରେ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଥିଲେ ଯେ, ଯେମିତି ହିଁ ସ୍ଥିତି ଅନୁକୂଳ ହେବ, ପରୀକ୍ଷଣ ଆରମ୍ଭ କରିଦିଆ ଯିବ। ସେ କହିଛନ୍ତି, ଯେଉଁ ଦିନ ଆମକୁ ଉପଯୁକ୍ତ ବାଦଲ ମିଳିବ, ଆମେ ତୁରନ୍ତ ପରୀକ୍ଷଣ କରିବୁ, କାରଣ ଅନୁମତି ନେଇ ଉଡ଼ାଣର ବ୍ୟବସ୍ଥା ଯାଏ ସବୁ ପ୍ରସ୍ତୁତି ପୂର୍ବରୁ ସଂପୂର୍ଣ୍ଣ ହୋଇ ସାରିଛି।

ଗତ ସପ୍ତାହରେ ଏହା ସଙ୍କେତ ଦିଆଯାଇ ଥିଲା ଯେ, ଏହି ପରୀକ୍ଷଣ ଦୀପାବଳି ପରେ କୌଣସି ବି ଦିନ ହୋଇପାରେ। ବିଜେପି ନେତୃତ୍ୱରେ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇ ଥିବା ଦିଲ୍ଲୀ ସରକାରଙ୍କ ଏହି କ୍ଲାଉଡ୍‌ ସିଡିଂ ପ୍ରକଳ୍ପ ବିଭିନ୍ନ କାରଣରୁ ଅନେକ ଥର ସ୍ଥଗିତ କରାଯାଇଛି। ପ୍ରଥମେ ଏହା ଜୁଲାଇ ପାଇଁ ନିର୍ଧାରିତ ଥିଲା, କିନ୍ତୁ ଏହାକୁ ମନସୁନ୍ କାରଣରୁ ପୁଣି ବଦଳୁ ଥିବା ପାଣିପାଗର ପାଟର୍ନ ଓ ବ୍ୟବଧ୍ୟାନର କାରଣରୁ ସ୍ଥଗିତ ରଖାଯାଇଛି ଏବଂ ଏବେ ଏହା ଉପଯୁକ୍ତ ବାଦଲର ଅଭାବ କାରଣରୁ ସ୍ଥଗିତ ରହିଥିଲା।