ନୂଆଦିଲ୍ଲୀ: ବିଜ୍ଞାପନ ଦେଖାଇ ଯାହା ନାହିଁ ତାହା ଦାବି କଲେ ଆଉ ଚଳିବ ନାହିଁ। ପ୍ରଡକ୍ଟ ବିକ୍ରି କରିବାର ଅଛି ତ କମ୍ପାନୀଙ୍କୁ ସଠିକ୍ ବିଜ୍ଞାପନ ଦେଖାନ୍ତୁ, ନହେଲେ ଡାବର ଭଳି ଅବସ୍ଥା ଭୋଗିବାକୁ ପଡ଼ିବ। ପ୍ରକୃତରେ ଡାବର କମ୍ପାନୀ ଏଭଳି ବିଜ୍ଞାପନ ଦେଖାଇ ବର୍ତ୍ତମାନ ହରଡ଼ଘଣାରେ ପଡ଼ିଛି। ଯାହାକୁ ନେଇ ଏବେ ଦିଲ୍ଲୀ ହାଇକୋର୍ଟ କମ୍ପାନୀକୁ ନୋଟିସ୍ ପଠାଇଛି।
ପ୍ରକୃତରେ, ଡାବର ଟୁଥ୍ପେଷ୍ଟ ନେଇ ଏକ ବିଜ୍ଞାପନ କରିଥିଲା। ଯେଉଁଥିରେ ସେ କହିଥିଲା ଯେ ଟୁଥପେଷ୍ଟରେ ଥିବା ଫ୍ଲୋରାଇଡ୍ ପିଲାମାନଙ୍କର ଆଇକ୍ୟୁ ହ୍ରାସ କରିପାରେ। ଏହା ହାଡ଼କୁ ଦୁର୍ବଳ କରିବା ସହିତ ଦାନ୍ତରେ ଦାଗ ଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିପାରେ। ବିଜ୍ଞାପନ ନେଇ ହାଇକୋର୍ଟରେ ଏକ ମାମଲା ଦାୟର ହେବା ପରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର (ଏପ୍ରିଲ ୧୧) ଡାବର ଇଣ୍ଡିଆ ଲିମିଟେଡକୁ ଫ୍ଲୋରାଇଡ୍-ଆଧାରିତ ଟୁଥପେଷ୍ଟ ବିରୋଧରେ ନିଜର ଦାବି ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ- ବୈଦ୍ୟନାଥ ଉତ୍ପାଦ ପ୍ରତି ଯୁବ ବର୍ଗଙ୍କ ବଢୁଛି ଆଗ୍ରହ, ଓଡିଶାରେ ବି ଅଭିବୃଦ୍ଧି ଘଟୁଛି: ରାମକ୍ରୀଷ୍ଣା ଶର୍ମା
ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କମ୍ପାନୀ ଦେଖାଇଥିବା ବିଜ୍ଞାପନର ବୈଜ୍ଞାନିକ ଆଧାରିତ ପ୍ରମାଣ ଦର୍ଶାଇବାକୁ କହିଛନ୍ତି। ପ୍ରକୃତରେ ଡାବରର ବିଜ୍ଞାପନରେ ଏଭଳି ଦାବିଗୁଡ଼ିକ ଉପରେ ରୋକ ଲଗାଇବାଇକୁ କୋଲଗେଟ୍-ପାମୋଲିବ କମ୍ପାନୀ ହାଇକୋର୍ଟରେ ମାମଲା ଦାୟର କରିଥିଲା। ଯାହାର ଶୁଣାଣି କରି ଜଷ୍ଟିସ୍ ଅମିତ ବଂଶଲ କମ୍ପାନୀକୁ ଏଭଳି ନୋଟିସ୍ କରିଛନ୍ତି।
କୋଲଗେଟ୍ରେ ଅଭିଯୋଗ ଭ୍ରମାତ୍ମକ ବିଜ୍ଞାପନ ଦେଖାଉଛି ଡାବର
କୋଲଗେଟ୍ ଅଭିଯୋଗ କରିଛି ଯେ ଡାବରର ଏହି ବିଜ୍ଞାପନ ସମ୍ପୂର୍ଣ୍ଣ ଭ୍ରମାତ୍କମ ଏବଂ ଫ୍ଲୋରାଇଡ୍-ମିଶ୍ରିତ ଟୁଥପେଷ୍ଟଗୁଡ଼ିକୁ ବିରୋଧରେ ଏକ ଅପପ୍ରଚାର।
କମ୍ପାନୀ ଏପରି ବିଜ୍ଞାପନ ମାଧ୍ୟମରେ ପରୋକ୍ଷରେ କୋଲଗେଟ୍ ଟୁଥପେଷ୍ଟକୁ ଟାର୍ଗେଟ କରୁଛି ବୋଲି କମ୍ପାନୀ ଅଭିଯୋଗ କରିଥିଲା। ଜଷ୍ଟିସ୍ ବଂଶଲ ଡାବର ଏବଂ କୋଲଗେଟକୁ ସେମାନଙ୍କର ଉତ୍ତର ଦାଖଲ ପାଇଁ ଦୁଇ ସପ୍ତାହ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୭ ତାରିଖରେ ହେବ।
କୋଲଗେଟ୍ ତର୍କ ରଖିଛି ଯେ ୱାର୍ଲ୍ଡ ଓରାଲ ହେଲ୍ଥ ଡେ ରେ ଡାବର ଟାଇମ୍ସ ଅଫ ଇଣ୍ଡିଆକୁ ଏକ ବିଜ୍ଞାପନ ଦେଇଥିଲେ। ଯେଉଁଥିରେ 'ଆପଣଙ୍କ ପ୍ରିୟ ଟୁଥପେଷ୍ଟରେ ଫ୍ଲୋରାଇଡ୍ ଅଛି କି?' ଟ୍ୟାଗଲାଇନ ଲେଖାଥିଲା। ଏହା ଟ୍ୟାଗ୍ ଲାଇନ୍ ପରୋକ୍ଷରେ କୋଲଗେଟୁ ଟାର୍ଗେଟ୍ କରୁଥିଲା। କାରଣ ଯେଉଁଦିନ କୋଲଗେଟ ନିଜର ଫ୍ଲୋରାଇଡ୍ ଥିବା ଟୁଥପେଷ୍ଟର ପ୍ରମୋସନ କରିଥିଲା ସେହିଦିନ ହିଁ ଏହି ବିଜ୍ଞାପନ ପ୍ରକାଶ ପାଇଥିଲା ବୋଲି କମ୍ପାନୀ ତର୍କ ରଖିଛି।
କୋଲଗେଟ୍ ଆହୁରି କହିଛି ଯେ ଦାନ୍ତ କ୍ଷୟ ରୋକିବା ପାଇଁ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ଅଧିକାରୀମାନେ ନିୟନ୍ତ୍ରିତ ପରିମାଣରେ (୧୦୦୦ ପିପିଏମ୍ ପର୍ଯ୍ୟନ୍ତ) ଫ୍ଲୋରାଇଡ୍ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ହେଲେ ଡାବରର ଏଭଳି ଅଭିଯାନ ଚଳାଇ ଅନୁଚିତ ଉପାୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଛି। କାରଣ, ଏହା ନିଜ ପ୍ରଡକ୍ଟର ତୁଳନାତ୍ମକ ମୂଲ୍ୟ ଦାବି କରିବା ପରିବର୍ତ୍ତେ, ସମଗ୍ର କ୍ୟାଟେଗୋରୀର ଉତ୍ପାଦକୁ ଖରାପ କହୁଛି।
ପଢନ୍ତୁ- କ୍ୟୁଆର୍ କ୍ୱିଶିଂ ସ୍କାମ: ନକଲି QR କୋଡର ଶିକାର ଗ୍ରାହକ, କେମିତି ହେଉଛି ଏଭଳି ଠକେଇ?
ସେପଟେ ଡାବର କହିଛି ଯେ ଏହାର ଆଇନଗତ ଅଧିକାର ସତ୍ତ୍ୱେ ଏହା ବିଜ୍ଞାପନରୁ 'ପ୍ରିୟ' ଶବ୍ଦଟିକୁ ହଟାଇ ଦେବ। ତଥାପି, କମ୍ପାନୀ ଏହାର ବିଜ୍ଞାପନ ସମର୍ଥନରେ ଯୁକ୍ତି ଦର୍ଶାଇ କହିଛି ଯେ ବିଜ୍ଞାପନଗୁଡ଼ିକ ଅଧ୍ୟୟନ ଆଧାରରେ ଦେଖା ଯାଇଛି। ଗ୍ରାହକମାନଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ସମ୍ଭାବ୍ୟ ବିପଦକୁ ଉଜାଗର କରାଯାଇଛି। ମାମଲାରେ ପରବର୍ତ୍ତି ଶୁଣାଣି ଏପ୍ରିଲ ୨୭ ତାରିଖରେ ହେବ।