LIVE TV

ଦୀପାବଳିରେ ବାଣ ଫୁଟାଇବା ଉପରେ ସିଏମ୍ ରେଖା ଗୁପ୍ତାଙ୍କ ବଡ଼ ବୟାନ, ସରକାର ଯିବେ ସୁପ୍ରିମକୋର୍ଟ

NEWS7
rekha gupta

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ଜାନୁଆରୀ ୧ ଠାରୁ ସମସ୍ତ ପ୍ରକାରର ବାଣ ଉପରେ ବର୍ଷେ ପାଇଁ କଟକଣା ଲାଗୁ ହୋଇଛି । ଦୀପାବଳି ପାଖେଇ ଆସୁଛି ଏବଂ ଲୋକମାନେ ବାଣ ଫୁଟାଇବା ପାଇଁ ଉତ୍ସାହିତ ଅଛନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀରେ ସବୁଜ ବାଣ ତିଆରି କରିବାକୁ ଅନୁମତି ଦେଇଛନ୍ତି, କିନ୍ତୁ ଏହାର ବିକ୍ରି ଉପରେ କଟକଣା ଲଗାଇଛନ୍ତି । ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ବୟାନ ଦେଇଛନ୍ତି । ଦିଲ୍ଲୀ ସିଏମ୍ କହିଛନ୍ତି, ଦିଲ୍ଲୀ ସରକାର ପ୍ରମାଣିତ ସବୁଜ ବାଣ ବ୍ୟବହାର ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିବେ ।

ରେଖା ଗୁପ୍ତା କହିଛନ୍ତି, "ଆମେ ସୁପ୍ରିମକୋର୍ଟରେ ଲିଖିତ ଭାବରେ ଆମର ମତାମତ ଦାଖଲ କରିବୁ । ସରକାରୀ ନିୟମ ଏବଂ ପରିବେଶର ମାନଦଣ୍ଡ ପାଳନ କରୁଥିବା ନିରାପଦ ବାଣକୁ ଅନୁମତି ଦେବୁ।" ସେ କହିଛନ୍ତି ଯେ ଏହି ପଦକ୍ଷେପ ଜନସାଧାରଣଙ୍କ ଭାବନା ଏବଂ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବ ।

ରେଖା ଗୁପ୍ତା ଏକ୍ସ ପୋଷ୍ଟରେ କହିଛନ୍ତି, "ଦିଲ୍ଲୀବାସୀଙ୍କ ଭାବନାକୁ ସମ୍ମାନ ଜଣାଇ, ଦିଲ୍ଲୀ ସରକାର ଏହି ଦୀପାବଳିରେ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ପ୍ରମାଣିତ ସବୁଜ ବାଣ ବ୍ୟବହାରକୁ ଅନୁମତି ଦେବାକୁ ଅନୁରୋଧ କରିବେ । ସରକାର ବିଶ୍ୱାସ କରନ୍ତି ଯେ ଜନସାଧାରଣଙ୍କ ଭାବନା ଏବଂ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ଜରୁରି । ଏହି ପଦକ୍ଷେପର ଲକ୍ଷ୍ୟ ପରମ୍ପରାକୁ ସମ୍ମାନ ଦେବା ସହିତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବା।"

ରେଖା ଗୁପ୍ତା ଆହୁରି କହିଛନ୍ତି, "ସମସ୍ତ ସବୁଜ ବାଣି କେବଳ ପ୍ରାଧିକୃତ ସଂସ୍ଥା ଦ୍ୱାରା ନିର୍ମାଣ କରାଯିବ, ସମ୍ପୃକ୍ତ ବିଭାଗ ଦ୍ୱାରା ପରୀକ୍ଷଣ ସୁନିଶ୍ଚିତ କରାଯିବ । ଦିଲ୍ଲୀ ସରକାର ପରିବେଶ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଦିଲ୍ଲୀ ସରକାର ସମସ୍ତ ନିର୍ଦ୍ଦେଶାବଳୀ ଏବଂ ମାନଦଣ୍ଡକୁ ସମ୍ପୂର୍ଣ୍ଣ ପାଳନ କରିବେ ବୋଲି ସୁପ୍ରିମକୋର୍ଟଙ୍କୁ ନିଶ୍ଚିତ କରାଯିବ । ଆମର ଲକ୍ଷ୍ୟ ହେଉଛି ଏକ ସ୍ୱଚ୍ଛ ଏବଂ ସୁରକ୍ଷିତ ପରିବେଶ ସହିତ ଏକ ଖୁସିର ଦୀପାବଳି।"

ଉଲ୍ଲେଖଯୋଗ୍ୟ ଯେ ଯେ କିଛି ଦିନ ପୂର୍ବେ ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା ଦୀପାବଳି ସମୟରେ ବାଣ ଫୁଟାଇବା ବ୍ୟାନ ଉପରେ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ସିରସା କହିଥିଲେ ଯେ ପରିବେଶକୁ କ୍ଷତି ନ ପହଞ୍ଚାଇ ଲୋକମାନଙ୍କୁ ଏହି ପର୍ବ ପାଳନ କରିବାକୁ ଅନୁମତି ଦିଆଯିବା ଉଚିତ । ସେ କହିଥିଲେ ଯେ ଦୀପାବଳି କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କ ପରମ୍ପରା ଏବଂ ସଂସ୍କୃତି ସହିତ ଗଭୀର ଭାବରେ ଜଡିତ । ସେ କହିଥିଲେ ଯେ ଦୀପାବଳି ହେଉଛି ଉତ୍ସବ ଏବଂ ଆନନ୍ଦର ସମୟ, ଲୋକଙ୍କ ଭାବନା ଏବଂ ସାଂସ୍କୃତିକ ପରିଚୟ ସହିତ ଗଭୀର ଭାବରେ ଜଡିତ ।