୨୦୧୫୦ଟି ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ନିଜସ୍ୱ ଘର ନାହିଁ, ୩୮୯୦ କେନ୍ଦ୍ର ଭଡ଼ା ଘରେ ଚାଲିଛି

NEWS7
delhi-government-announces-ev-policy-20

ଭୁବନେଶ୍ୱର ୦୬।୧୨ : ରାଜ୍ୟରେ ମୋଟ ୭୪୨୨୪ଟି ଅଙ୍ଗନଓ୍ୱାଡି କେନ୍ଦର ଅଛି । ସେଥିମଧ୍ୟରୁ ୨୦୧୫୦ଟି ଅଙ୍ଗନଓ୍ୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ୩୮୯୦ ଅଙ୍ଗନଓ୍ୱାଡି କେନ୍ଦ୍ର ଭଡ଼ା ଘରେ ଚାଲୁଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେହିପରି ମନ୍ତ୍ରୀ ଆହୁର ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୫୦ଟି ଅଙ୍ଗନଓ୍ୱାଡ଼ି କେନ୍ଦ୍ର ପାଇଁ ୧୨ ଲକ୍ଷ ହିସାବରେ ୬ କୋଟି ଟଙ୍କାର ମଞ୍ଜୁର ହୋଇଛି । ଗୋଟିଏର ଅଙ୍ଗନବାଡ଼ି କାର୍ଯ୍ୟ ଆରମ୍ଭ ହୋଇଛି। ଏ ସବୁ ଅଙ୍ଗନବାଡ଼ି କେନ୍ଦ୍ର ସହରାଞ୍ଚଳରେ ଉଦ୍ଦିଷ୍ଟ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ହୋଇସାରିଛି। ରାଜ୍ୟରେ ଏବେ ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡା ଘରେ ଚାଲୁଛି। ୧୦୪୬୯ଟି ଅଙ୍ଗନବାଡି କମ୍ୟୁନିଟି ସେଣ୍ଟରରେ ଚାଲିଛି। ବାକି ୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।