ସ୍ୱିଜରଲ୍ୟାଣ୍ଡର ବୈଶ୍ୱିକ ଆର୍ଥିକ ମଞ୍ଚରୁ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଜାଣନ୍ତୁ କହିଲେ କ’ଣ?

NEWS7
delhi-excise-policy-scam-home-ministry-aap-arvind-kejriwal-ed-case

ଡାଭୋସ ୨୧।୧: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱିଜରଲ୍ୟାଣ୍ଡରେ ଚାଲିଥିବା ‘ୱାର୍ଲଡ ଇକୋନମିକ ଫୋରମ’ରେ ବୁଧବାର ଜୋର ଦେଇ କହିଛନ୍ତି ଯେ ଆଗାମୀ କିଛି ବର୍ଷରେ ଭାରତ ନିଶ୍ଚିତ ରୂପେ ବିଶ୍ୱର ତୃତୀୟ ସର୍ବ ବୃହତ୍ତ ଅର୍ଥବ୍ୟବସ୍ଥାରେ ପରିଣତ ହେବ। ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ କହିଛନ୍ତି ଯେ ଏହା ୨୦୨୮ ସୁଦ୍ଧା ଅଥବା ଏହା ପୂର୍ବରୁ ମଧ୍ୟ ହୋଇପାରେ। ବିଶ୍ୱ ଆର୍ଥିକ ମଞ୍ଚର ବାର୍ଷିକ ବୈଠକ ଅବସରରେ ଅନୁଷ୍ଠିତ ଏକ ଅଧିବେଶନରେ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି ଯେ ଏଥି ପାଇଁ ଚିନ୍ତାର ଯାହା ବିଷୟ ତାହା ହେଉଛି ବିକଶିତ ଦେଶଙ୍କ ଋଣର କ’ଣ ହେବ ଓ ଏହାର ପ୍ରଭାବ ଭାରତ ଉପରେ କିପରି ରହିବ?

ଗୀତା ଗୋପୀନାଥ କହିଛନ୍ତି ତୃତୀୟ ସର୍ବ ବୃହତ୍ତ ଅର୍ଥ ବ୍ୟବସ୍ଥାରେ ପରିଣତ ହେବା ଭାରତ ପାଇଁ ଚିନ୍ତାର ବିଷୟ ନୁହେଁ; ଅସଲୀ ଚ୍ୟାଲେଞ୍ଜ ହେଉଛି ପ୍ରତି ବ୍ୟକ୍ତି ଆୟକୁ ଉଚ୍ଚସ୍ତର ପର୍ଯ୍ୟନ୍ତ ନେବା। ବୈଷ୍ଣବ କହିଛନ୍ତି ଯେ ପିଛିଲା ଏକ ଦଶନ୍ଧୀରେ ଦେଶରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିଛି, ଯାହା ବହୁତ ବୁଝି ବିଚାରୀ, ସ୍ପଷ୍ଟ ରୂପେ ପରିଭାଷିତ କରି ଓ କେନ୍ଦ୍ରୀୟ ନିଷ୍ପାଦନ ଆଧାରିତ। ସେ ଚାରି ସ୍ତମ୍ବ ଭୈତିକ, ଡିଜିଟାଲ ଓ ସାମାଜିକ ଭିତ୍ତିଭୂମିରେ ସାର୍ବଜନିକ ନିବେଶ ସହିତ ସମାଜର ପୁରା ବିକାଶ, ଦେଶର ବିକାଶ ସହିତ ମେନୁଫେକ୍ଚରିଂ ଓ ଇନୋଭେସନର ସରଳିକରଣ କଥା ଉଲ୍ଲେଖ କରିଛନ୍ତି। କହିଛନ୍ତି ଆମେ ଏ ସବୁକୁ ତିଆରି କରାଯାଇଥିବା ଟେକ୍ନୋଲଜି ପ୍ଲାଟଫର୍ମ ସହିତ ଯୋଡିଛୁ।

ଏଣୁ ଆଗାମୀ ୫ ବର୍ଷରେ ଭାରତ ୬-୮% ବାସ୍ତବିକ ବିକାଶ,୨-୪% ମଧ୍ୟମ ମୁଦ୍ରାସ୍ଫୀତି ଓ ୧୦-୧୩% ନାମ ମାତ୍ର ବିକାଶ ଦେଖିବ। ଏଣୁ ଆମେ ଏବେ ଆତ୍ମବିଶ୍ୱାସର ସହ କହୁଛୁ ସମାଜର ସବୁ ବର୍ଗକୁ ଏହାର ଲାଭ ମିଳିବ। ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ସରକାରଙ୍କ ପ୍ରାଥିମିକତା ହେଉଛି ଗରିବଙ୍କ ସୁରକ୍ଷା, ଏଥି ଯୋଗୁ ଦେଶର ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟତାରୁ ବାହାରକୁ ଆସି ପାରିଛନ୍ତି। ଗୀତା ଗୋପୀନାଥ କହିଛନ୍ତି ଯେ ଭାରତର ଅଭିବୃଦ୍ଧି ହାରକୁ ଜାପାନ ଓ ଜର୍ମାନ ସହ ତୁଳନା କରି ଦେଖିଲେ ଗଣିତ କହୁଛି ଭାରତ ସେହି ସ୍ଥାନରେ ପହଞ୍ଚିବ।

ତେବେ ଗୀତା ଗୋପୀନାଥ ପ୍ରଦୂଷଣକୁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଓ ଯୁଦ୍ଧକାଳୀନ ଭିତ୍ତିରେ ଏହି ସମସ୍ୟାର ସମାଧାନ ଜରୁରି ବୋଲି କହିଛନ୍ତି। ଏଥିରେ ଆମେରିକାର ଉଚ୍ଚ ଟାରିଫରେ ମଧ୍ୟ ଭାରତର ଅଭିବୃଦ୍ଧି କିପରି ସମ୍ଭବ ତାହା ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହା ଉପରେ ବୈଷ୍ଣବ କହିଛନ୍ତି ଯେ ଭାରତ ମଜଭୁତ ମାକ୍ରୋ ଓ ମାଇକ୍ରୋ ଫଣ୍ଡାମେଣ୍ଟାଲର ଏକ ନମନୀୟ ଅର୍ଥ ବ୍ୟବସ୍ଥା। ଉତ୍ପାଦକ ନିୟମିତ ନୂଆ ବଜାର ସନ୍ଧାନ କରୁଛନ୍ତି ଓ ରପ୍ତାନୀ ବଢୁଛି। ଖାସ ଏଥି ଯୋଗୁ ଭାରତ ଗତ ୧୦ ବର୍ଷ ହେଲା ସମଗ୍ର ବିଶ୍ୱ ନିମନ୍ତେ ଭାଲ୍ୟୁ ଚେନ୍ ପାର୍ଟନରରେ ପରିଣତ ହୋଇଛି।