ଭାରତରେ ଲଞ୍ଚ ହେଲା ଇ-ପାସପୋର୍ଟ, ଜାଣନ୍ତୁ କିପରି କରିବେ ଆବେଦନ?

NEWS7
delhi-cm-meet-union-home-minister-and-tweet-the-meeting

ନୂଆଦିଲ୍ଲୀ ୭।୧: ଭାରତ ସରକାର ପାସପୋର୍ଟ ସେବାକୁ ଭବିଷ୍ୟତର ଆବଶ୍ୟକତା ଅନୁସାରେ ଅପଡେଟ୍ କରି ପାସପୋର୍ଟ ସେବା ୨.୦ ଅଭିଯାନରେ ଇ-ପାସପୋର୍ଟ ସୁବିଧା ବାଧ୍ୟତାମୂଳକ କରିଛନ୍ତି। ଏହି ନୂଆ ପାସପୋର୍ଟ କାଗଜ ପାସପୋର୍ଟର ଏକ ସ୍ମାର୍ଟ ଡିଜିଟାଲ ସଂସ୍କରଣ ଅଟେ। ଏହାକୁ ବୈଶ୍ୱିକ ସୁରକ୍ଷା ମାନକକୁ ଧ୍ୟାନରେ ରଖି ତିଆରି କରାଯାଇଛି। ଏବେ ନାଗରିକ ନୂଆ ପାସପୋର୍ଟ ପାଇଁ ଆବେଦନ କଲେ ବା ପୁରୁଣା ପାସପୋର୍ଟ ନବିକରଣ କଲେ ତାଙ୍କୁ ଅତ୍ୟାଧୁନିକ ଟେକ୍ନୋଲଜିରେ ତିଆରି ଚିପ୍ ଲଗା ଇ-ପାସପୋର୍ଟ ଜାରି କରାଯିବ।

ଇ-ପାପସପୋର୍ଟର ସବୁଠୁ ବଡ଼ ସୁବିଧା ହେଉଛି ଏହାର କଭର ଭିତରେ ଏକ ଛୋଟ ମାଇକ୍ରୋଚିପ୍ ରହିଛି। ଏହି ଆଧୁନିକ ଚିପ୍ ରେ ବ୍ୟକ୍ତିର ସୂଚନା ଯେପରି ଡିଜିଟାଲ ଫଟୋ, ଫିଙ୍ଗରପ୍ରିଣ୍ଟ ଓ ଅନ୍ୟ ବାୟୋମେଟ୍ରିକ ଡାଟା ସୁରକ୍ଷିତ ଉପାୟରେ ଷ୍ଟୋର ଥାଏ। ସୁରକ୍ଷା ଦୃଷ୍ଟିରୁ ଏହା କ୍ରାନ୍ତିକାରୀ, କାରଣ ଏହା ସହିତ କୌଣସି ପ୍ରକାରର ଅନିୟମିତତା ଅଥବା ଏହାର ନକଲ କରିବା ପ୍ରାୟ ଅସମ୍ଭବ। ଏହି ଚିପ୍ ନା କେବଳ ଆପଣଙ୍କ ପରିଚୟକୁ ସୁରକ୍ଷିତ କରୁଛି ବରଂ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଆପଣଙ୍କ ଇମିଗ୍ରେସନ ପ୍ରକ୍ରିୟାକୁ ତ୍ୱରିତ କରିବ।

ଅତ୍ୟାଧୁନିକ ବୈଷୟକି ଜ୍ଞାନ କୌଶଳରେ ତିଆରି ହୋଇଥିଲେ ବି ଇ-ପାସପୋର୍ଟ ଫିରେ କୌଣସି ବୃଦ୍ଧି ହୋଇ ନାହିଁ। ଏକ ସାଧାରଣ ୩୬ ପୃଷ୍ଠାର ବୁକଲେଟ୍ ନିମନ୍ତେ ଆପଣଙ୍କୁ ମାତ୍ର ୧,୫୦୦ ଟଙ୍କା ଦେବାକୁ ପଡିବ। ତେବେ ୬୦ ପେଜର ବୁକଲେଟ ପାଇଁ ଏହି ଫି ୨,୦୦୦ ଟଙ୍କା ରଖାଯାଇଛି। ତତ୍କାଳ ସେବାର ଲାଭ ନେବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏ ବାବଦ ବ୍ୟୟ ୩,୫୦୦ ଟଙ୍କା ହୋଇଥିବା ବେଳେ ଭାରତର ଯେ କୌଣସି ନାଗରିକ ହୁଏତ ଛୋଟ ପିଲା ହୋଇ ପାରେ ବା ୭୫ ବର୍ଷ ବୟଷ୍କ ବୃଦ୍ଧ ଏଥି ପାଇଁ ଆବେଦନ କରିପାରିବେ। ତେବେ ଆପଏଣ୍ଟମେଣ୍ଟରେ ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଦିଆଯିବ।

ଯଦି ଆପଣଙ୍କ ପାଖରେ ଏବେ ପୁରୁଣା ପାସପୋର୍ଟ ଅଛି ଓ ତାହା ବୈଧ ଅଛି ତେବେ ଏହାକୁ ବଦଳାଇବା ପାଇଁ ତରତର ହେବାର ଆବଶ୍ୟକତା ନାହିଁ। ପୁରୁଣା ପାସପୋର୍ଟ ଶେଷ ତିଥି ପର୍ଯ୍ୟନ୍ତ କାମ କରିବ। ନୂଆ ଚିପ ଲଗା ପାସପୋର୍ଟ ଆପଣଙ୍କ ପାସପୋର୍ଟ ଏକ୍ସପାୟର ହେଲେ ଅଥବା ହଜିଗଲେ ଜାରି କରାଯିବ। ଆବେଦନ ପ୍ରକ୍ରିୟା ଲାଗି ଆଧାରକାର୍ଡ, ପାନକାର୍ଡ, ଜନ୍ମ ପ୍ରମାଣପତ୍ର ଭଳି ଜରୁରି କାଗଜପତ୍ରର ଆବଶ୍ୟକତା ରହିଛି। ତେବେ ଆବେଦନ କରିବା ସମୟରେ ଏହା ନିଶ୍ଚିତ କରାଯିବା ଉଚିତ ଯେ ଆବେଦନକାରୀଙ୍କ ବିରୋଧରେ ଯେପରି କୌଣସି ଗୁରୁତର ଅପରାଧିକ ରେକର୍ଡ ନଥାଏ।