ନୂଆଦିଲ୍ଲୀ, ୧୧|୧୧: ଦିଲ୍ଲୀ ବିସ୍ଫୋରଣ ପଛରେ କାହାର ହାତ ଅଛି ତାକୁ ନେଇ ଲାଗି ରହିଛି ସସପେନ୍ସ । ଏହା କେଉଁ ଆତଙ୍କବାଦୀ ସଙ୍ଗଠ ନ କରିଛି ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଘଟଣା ପଛର ମାଷ୍ଟରମାଇଣ୍ଡ ଉମର ମହମ୍ମଦକୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବିସ୍ଫୋରଣ ପାଇଁ ଉଚ୍ଚ ମାନର ମିଲିଟାରୀ ଏକ୍ସପ୍ଲୋସିଭ୍ ବା ବିସ୍ଫୋରକକୁ ବ୍ୟବହାର କରାଯାଇଥିବା ଆଶଙ୍କା କରାଯାଉଛି । ଏହା ପଛରେ ବିଦେଶୀ ଷଡଯନ୍ତ୍ର ଥିବା ମଧ୍ୟ ଅନୁମାନ କରୁଛି ପୋଲିସ ।

ସୂଚନାନୁସାରେ, ଅଘଟଣ ଦିନ ଉମରର ଆଇ-୨୦ କାର୍ ଦିନ ୨ଟା ୩୦ ମିନିଟରେ ଦିଲ୍ଲୀର କନ୍ନାଟ୍ ପ୍ଲେସରେ ବୁଲୁଥିଲା । ଏହା ବ୍ୟତୀତ ମୟୂର ବିହାରରେ କିଛି ସମୟ ପାଇଁ କାରଟି ଚଳପ୍ରଚଳ କରୁଥିଲା ।

ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛନ୍ତି ଯେ, ଉମର ଦିଲ୍ଲୀର ଅନେକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ କାରକୁ ଧରି ବୁଲୁଥିଲା । ଆକ୍ରଣଣ ପୂର୍ବରୁ ବିଭିନ୍ନ ସ୍ଥାନକୁ ସେ ନିରୀକ୍ଷଣ କରୁଥିଲା । କେଉଁଠି ଆକ୍ରମଣ କଲେ ଅଧିକ କ୍ଷୟକ୍ଷତି ହେବ ସେନେଇ ପ୍ଲାନ କରାଯାଉଥିଲା ।

ସୂତ୍ରାନୁସାରେ, ବିସ୍ଫୋରଣରେ ଉଚ୍ଚ ମାନର ମିଲିଟାରୀ ଏକ୍ସପ୍ଲୋସିଭ୍ ବ୍ୟବହାର କରାଯାଇଥାଇପାରେ । ଉମରକୁ ଦେଶ ବାହାରୁ କଣ୍ଟ୍ରୋଲ କରାଯାଉଥିଲା । ବିଦେଶରେ ବସିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ସେ କାମ କରୁଥିଲା । ବିସ୍ଫୋରଣର ଚେର ଅନ୍ୟ ଦେଶକୁ ଯାଇଛି । ସମସ୍ତ ଦିଗରୁ ତଦନ୍ତ କରାଯାଉଛି । କୁବ୍ ଶୀଘ୍ର ଘଟଣା ଉପରୁ ପରଦା ହଟିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।