ନୂଆଦିଲ୍ଲୀ: ଦିଲ୍ଲୀ କାର ବିସ୍ଫୋରଣ ଉପରେ ରାହୁଲ ଗାନ୍ଧୀ ଏକ୍ସ ପୋଷ୍ଟ କରିଛନ୍ତି । ସେ ଏହି ମାମଲାକୁ ‘ଦୁର୍ଘଟଣା’ ଦର୍ଶାଇ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ ସେ ଏକ୍ସ ପୋଷ୍ଟଛନ୍ତି । ସେ ଲେଖିଛନ୍ତି, ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ କାର ବିସ୍ଫୋରଣ ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ଚିନ୍ତାଜନକ । ଏହି ଦୁଃଖଦ ଦୁର୍ଘଟଣାରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁର ଖବର ଅତ୍ୟନ୍ତ ଦୁଃଖଦ ଅଟେ । ଏହି ଦୁଃଖ ସମୟରେ ମୁଁ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାର ସହିତ ଛିଡ଼ା ହୋଇଛି ଏବଂ ମୋର ଗଭୀର ସମବେଦନା ଜଣାଉଛି । ମୁଁ ଆଶା କରୁଛି ଯେ ସମସ୍ତ ଆହତ ଶୀଘ୍ର ସୁସ୍ଥ ହୁଅନ୍ତୁ ।

ଅନ୍ୟପଟେ ଏହି ମାମଲାର ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ମଧ୍ୟ ବୟାନ ଆସିଛି । ସେ ଏହି ବିସ୍ଫୋରଣକୁ ପାକିସ୍ତାନ ଦ୍ୱାରା କରାଯାଇଥିବା ଆକ୍ରମଣ ବୋଲି କହିଛନ୍ତି । ସଞ୍ଜୟ ସିଂହ କହିଛନ୍ତି, ଏହି ଆକ୍ରମଣ ଲାଲକିଲ୍ଲା ଉପରେ ହୋଇଛି, ଯାହା ଆମର ଗୌରବ । ସଞ୍ଜୟ ସିଂହ କହିଛନ୍ତି, ଏହି ହୀନ ଉଦ୍ୟମ ପାକିସ୍ତାନ ହିଁ କରିଥାଇପାରେ । ମୋଦୀ ସିଜଫାୟାର କରି ପାକିସ୍ତାନର ମନୋବଳକୁ ବଢାଇ ଦେଇଛନ୍ତି । ଯେଉଁ ଆତଙ୍କୀମାନେ ଆମ ନିର୍ଦ୍ଦୋଷ ନାଗରିକଙ୍କ ଜୀବନ ନେଇଛନ୍ତି, ସେମାନଙ୍କୁ ନିପାତ କରାଯିବା ଦରକାର । ଲାଲକିଲ୍ଲା ଉପରେ ଆକ୍ରମଣ ଆମ ଗୌରବର ପ୍ରତୀକ ଉପରେ ଆକ୍ରମଣ ।

ରାଜଧାନୀ ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ ଦୋହଲି ଯାଇଛି । ସଂଧ୍ୟା ୬.୫୨ ମିନିଟରେ i 20 ହୋଇଥିବା ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଗୁରୁତରଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା କହିଛନ୍ତି, 'ଆଜି ସଂଧ୍ୟା ୬.୫୨ ମିନିଟରେ ଧିମା ଗତିରେ ଏକ କାର ଆସି ରେଡ୍ ଲାଆଇନ୍ ପାଖରେ ଆସି ଆଟକି ଥିଲା । ଏହି ବିସ୍ଫୋରଣ ସେହି ଗାଡ଼ିରେ ହୋଇଛି ଓ ଏହାପରେ ଅନ୍ୟ ଗାଡ଼ିକୁ ନିଆଁ ବ୍ୟାପିଥିଲା । ସବୁ ଏଜେନ୍ସି ଏଫଏସଏଲ୍, ଏନଆଇଏ ଏଠାରେ ଉପସ୍ଥିତ ଅଛନ୍ତି । ଏହି ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣ ଆହାତ ହୋଇଛନ୍ତି । ସ୍ଥିତି ଉପରେ ଲଗାତାର ନୀରିକ୍ଷଣ ରଖାଯାଇଛି । ଗୃହ ମନ୍ତ୍ରୀ ଫୋନ କରିଥିଲେ ଓ ସବୁ ସୂଚନା ପ୍ରଦାନ କରାଯାଉଛି ।'

ବିସ୍ଫୋରଣରେ କେଉଁ ପ୍ରକାରର ବିସ୍ଫୋରକ ବ୍ୟବହାର କରାଯାଇଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ନୁହେଁ । ବିସ୍ଫୋରକ ସାମଗ୍ରୀ ସାମିଲ ଅଛି କି ନାହିଁ ତାହା ଉପରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ କାମ କରୁଛନ୍ତି । ପୋଲିସ ଅନୁଯାୟୀ, ବିସ୍ଫୋରଣ ବଡ଼ ଥିଲା, କାରଣ ଏହାର ଶବ୍ଦ ଏବଂ ପ୍ରଭାବ ଅତ୍ୟନ୍ତ ଶକ୍ତିଶାଳୀ ଥିଲା ।