ଦିନକ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ; ଅନ୍ତିମ କ୍ୟାମ୍ପେନରେ କମ୍ପୁଛି ରାଜଧାନୀ

Published By : Prameya-News7 Bureau | February 03, 2025 IST

ନୂଆଦିଲ୍ଲୀ: ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ୭୦ ଆସନ ବିଶିଷ୍ଟ କେନ୍ଦ୍ର ଶାସିତ ଅଞ୍ଚଳରେ ପଡ଼ିବ ଭୋଟ୍ । ମତଦାନକୁ ମଝିରେ ଗୋଟିଏ ଦିନ ବାକି ରହିଥିବା ବେଳେ ଆଜି ସଂଧ୍ୟାରେ ସରିବ ପ୍ରଚାର । ତେଣୁ ଅନ୍ତିମ ଦିନରେ କ୍ୟାମ୍ପେନରେ କମ୍ପୁଛି ରାଜଧାନୀ । ତୃତୀୟ ଥର ପାଇଁ ଆମ୍ ଆଦମୀ ପାର୍ଟି ଦିଲ୍ଲୀବାସୀଙ୍କ ବିଶ୍ବାସଭାଜନ ହେବାକୁ ଚେଷ୍ଟା କରୁଛି । ଲୋକଙ୍କ ସାମ୍ନାରେ ପ୍ରତିଶ୍ରୁତ ପାହାଡ଼ ଛିଡ଼ା କରୁଛନ୍ତି ନେତା । ସେପଟେ କ୍ଷମତା ଯୁଦ୍ଧରେ ଦିଲ୍ଲୀ ଗଡ଼ରୁ ଆପ୍ ହଟାଇବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ପ୍ରଚାର ମୈଦାନରେ ପ୍ରଧାନମନ୍ତ୍ରୀଙ୍କ ବିଗ୍ରେଡ୍ ଭୋଟ୍ ହାତେଇବାକୁ ଜୋରଦାର ପ୍ରୟାସ କରୁଛନ୍ତି । ଏଥିରୁ ବାଦ୍ ପଡ଼ିନାହିଁ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ । ଶିଲ୍ଲା ଦିକ୍ଷୀତଙ୍କ ପରେ ୧୫୦ ବର୍ଷର ପୁରୁଣା ଦଳ ଦିଲ୍ଲୀରେ ଆଉ ବିଜୟ ସ୍ବାଦ ଚାଖିନାହିଁ । ତେଣୁ ଏଥର ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ କ୍ଷମତାକୁ ଫେରିବା ପାଇଁ ଲଢ଼େଇ ଜାରି ରଖିଛି ।

ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଯୁଦ୍ଧ ଲାଗିଛି । ଏହା  ମୁଖ୍ୟତଃ ଭାରତୀୟ ଜନତା ପାର୍ଟି ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଦେଖିବାକୁ ମିଳିଛି । ବିଜେପି ଭୋଟରଙ୍କ ସାମ୍ନାରେ ଆପ୍ ସରକାରଙ୍କ ଅବକାରୀ ନୀତି ଘୋଟାଲାକୁ ଉଠାଇଛି । ଏଥିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଟାଣିଛି । ଆପ୍ ସରକାରଙ୍କ ଜାଣିଶୁଣି ଏଭଳି ଏକ ବଡ଼ ଘୋଟାଲା କରିଥିଲା ପ୍ରଚାର ବେଳେ ବିଜେପି ନେତା କହିଛନ୍ତି । ଅନ୍ୟପଟେ ରାଜଧାନୀରେ ବିଜେପି ସରକାର ଆସିଲେ, ଡବଲ ଇଞ୍ଜିନ ସରକାରରେ ବିକାଶ ଦୁଇଗୁଣା ହେବ ବୋଲି କହିଛନ୍ତି । 

ଅନ୍ୟପଟେ ଦିଲ୍ଲୀ ଗଡ଼ରେ ଲଗାତାର ତୃତୀୟ ଥର ବିଜୟ ପ୍ରାଣମୂଚ୍ଛା ଉଦ୍ୟମ ଚଳାଇଛି ଆମ୍ ଆଦମୀ ପାର୍ଟି । ଭୋଟ୍ ହାତେଇବାକୁ ଦୁଇଟି ପାଳିର ସଫଳତାକୁ ଭୋଟରଙ୍କ ସାମ୍ନାରେ ରଖିଛି ଦଳ । ବିଶେଷ ରାଜଧାନୀରେ ଶିକ୍ଷା, ସ୍ବାସ୍ଥ୍ୟ ଫୋକସ୍ କରୁଛି ଦଳ । ସେହିପରି କେନ୍ଦ୍ର ଶାସିତ ଅଞ୍ଚଳରେ ଲାଚୁ ରହିଥିବା ବିଭନ୍ନ ଲୋକାଭିମୁଖୀ ଯୋଜନାକୁ ମଧ୍ୟ ଗ୍ରାସ୍ ରୁଟରେ ରିଖି ନିଜେ କେଜ୍ରିଓ୍ବାଲ ଭୋଟ୍ ଭିକ୍ଷା କରୁଛନ୍ତି । 

ଦିଲ୍ଲୀରେ ମୋଟ୍ ୧.୫୫ କୋଟି ପଞ୍ଜୀକୃତ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରେ ୮୩.୪୯ ଲକ୍ଷ ପୁରୁଷ ଭୋଟର ରହିଥିବା ବେଳେ ୭୧.୭୪ ଲକ୍ଷ ମହିଳା ଭୋଟର ରହିଛନ୍ତି । ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମ କରି ୨.୦୮ ଲକ୍ଷ ଭୋଟର  ପ୍ରଥମ କରି ନିଜର ମତାଧିକାର ସାବ୍ୟସ୍ତ କରିବେ । ସେହିପରି ୨୦-୨୯ ବର୍ଷ ମଧ୍ୟରେ ୨୫.୮୯ ଲକ୍ଷ ଯୁବ ଭୋଟର ରହିଛନ୍ତି । ୧,୨୬୧ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି । ୮୫ ବର୍ଷରୁ ଅଧିକ ବୟସ୍କ ୧.୦୯ ଲକ୍ଷ ରହିଛନ୍ତି ।.... 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.