News7 Logo

ଘର ସମ୍ମୁଖରୁ ରକ୍ତାକ୍ତ ମୃତଦେହ ଉଦ୍ଧାର : ହତ୍ୟାକାଣ୍ଡରେ ସ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ କଲେ ପରିବାର ଲୋକ

NEWS7

କଣ୍ଟାବାଞ୍ଜି ୨।୦୯: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଡେଙ୍ଗପଦର ଗାଁରେ ଘଟିଛି ହତ୍ୟାକାଣ୍ଡ । ଘର ସମ୍ମୁଖରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ବେଳେ ରକ୍ତାକ୍ତ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଡେଙ୍ଗପଦର ଗାଁର ସନ୍ତୋଷ ପରାଭୋଇଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି ।

ପରିବାର ଲୋକଙ୍କ କହିବା ଅନୁସାରେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାତିରେ କେହି ଆକ୍ରମଣ କରି ହତ୍ୟା କରିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ପଚରାଉଚରା କରିଥିବା ବେଳେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଅସୁସ୍ଥ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଟିଟିଲାଗଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିବାର ଲୋକେ ହତ୍ୟା ପଛରେ ତାଙ୍କ ସ୍ତ୍ରୀଙ୍କ ହାତ ରହିଥିବା ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରିଥିବା ବେଳେ ଶବ ଜବତ କରି ଟିଟିଲାଗଡ ଡାକ୍ତରଖାନାକୁ ପଠାଇଛି । ଏହି ହତ୍ୟାକାଣ୍ଡରେ କିଏ ସମ୍ପୃକ୍ତ, ଣ ପାଇଁ ହତ୍ୟାକାଣ୍ଡ ଘଟିଛି ସମସ୍ତ ଦିଗକୁ ତଦନ୍ତ କରୁଛି ପୋଲିସ ।