ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା? ପୋଲିସର ଛାନ୍‌ଭିନ୍

Published By : Prameya-News7 Bureau | June 07, 2024 IST

ସାଲେପୁର ୭/୬: ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ। ପୋଲିସର ଛାନ୍‌ଭିନ୍‌ । ଶୁକ୍ରବାର ସକାଳୁ ସାଲେପୁର ବ୍ଲକ ମୁର୍କୁଣ୍ଡି ଗାଁ ନିକଟ ଚିତ୍ରୋତ୍ପଳା ନଦୀରେ ଭାସୁଥିଲା ମୃତଦେହ । ଗାଁ ଲୋକ ରୁଣ୍ଡ ହୋଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । 

ମୃତକଙ୍କ ବୟସ ୪୦ରୁ ୪୫ ବର୍ଷ ହେବା ନେଇ ଅନୁମାନ କରାଯାଉଛି । ସେ କଳାରଙ୍ଗର ପ୍ୟାଣ୍ଟ ପିନ୍ଧିଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ଯୁବକ ଜଣକ କିଏ ? ମୃତ୍ୟୁ କେମିତି ହେଲା ? ସେ ସଂପର୍କରେ ଛାନ୍‌ଭିନ୍‌ ଚଲାଇଛି ପୋଲିସ । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.