ବାଲିଯାତ୍ରା ୨୦୨୫
LIVE TV

ନିଶ୍ଚିନ୍ତକୋଇଲିରେ ବେଆଇନ ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣ, ଜଣେ ମହିଳା ଗୁରୁତର

NEWS7
dead-body-of-a-new-born-baby-found-from-balijatra-field

ନିଶ୍ଚିନ୍ତକୋଇଲି୨।୧୧କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ନତକାଇ ପଞ୍ଚାୟତ ୩ ନମ୍ବର ଓ୍ବାର୍ଡରେ ବାଣ ବିସ୍ଫୋରଣ । ବେଆଇନ ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣ ହୋଇଥିବା ସୂଚନା । ବାଣ ବିସ୍ଫୋରଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ପ୍ରଭାସିନୀ ମଲ୍ଲିକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସର ତଦନ୍ତ ଜାରି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ଏଠାରେ ଭାଗ୍ୟଧର ମଲ୍ଲିକ ବେଆଇନ ଭାବେ ବାଣ ପ୍ରସ୍ତୁତି କରୁଥିଲେ । ସେ ଯେଉଁଠାରେ ଏହି ବାଣ ପ୍ରସ୍ତୁତି କରୁଥିଲେ ତାହା ଜନବସତି ମଧ୍ୟରେ ଅବସ୍ଥିତ ଥିଲା । ଅର୍ଥାତ ନିଜ ଘରେ କୁଟୀର ଶିଳ୍ପ ଭଳି ବାଣ ପ୍ରସ୍ତୁତି ଚାଲିଥିଲା । ବାରମ୍ବାର ସ୍ଥାନୀୟ ଅଞ୍ଚଳବାସୀ ଏହି ବେଆଇନ ବାଣ ପ୍ରସ୍ତୁତି କାରଖାନାକୁ ବନ୍ଦ କରିବା ପାଇଁ ସ୍ଥାନୀୟ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ନିଶ୍ଚିନ୍ତକୋଇଲି ଥାନା ପୋଲିସ । ଫଳରେ ବୁଧବାର ମଧ୍ୟାହ୍ନ ସମୟରେ କୌଣସି କାରଣରୁ ବାଣରେ ନିଆଁ ଲାଗିଯିବାରୁ ତାହା ଭୀଷଣ ବିସ୍ଫୋରଣ ଘଟିଥିଲା ।

ବାଣ ତିଆରି ବା ପ୍ରସ୍ତୁତ କରାଯାଉଥିବା ଘରଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ନିକଟରେ ଥିବା ଘର ଗୁଡ଼ିକ ଦୋହଲି ଯାଇଥିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହି ବିସ୍ଫୋରଣରେ ବାଣ ପ୍ରସ୍ତୁତି କରୁଥିବା ଜଣେ ମହିଳା ଅତି ଗୁରୁତର ହୋଇ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ମହିଳାଙ୍କ ନାମ ପ୍ରଭାସିନୀ ମଲ୍ଲିକ ।