ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦାଉଦୀ ବୋହରା ସମୁଦାୟ । ଏକ ପ୍ରତିନିଧିମଣ୍ଡଳ ପିଏମ୍ ମୋଦିଙ୍କ ସହିତ ସାକ୍ଷତ କରିଛନ୍ତି । ଗୁରୁବାର ଏହି ଭେଟଘାଟ୍ ହୋଇଛି । ସାକ୍ଷାତ ବେଳେ ଓ୍ବାକଫ୍ ସଂଶୋଧନ ଆଇନ ଲାଗୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମୁଦାୟ ପ୍ରତିନିଧି । ଏହା ସହିତ ଏହି ଆଇନକୁ ଐତିହାସିକ ବୋଲି କହିଛନ୍ତି । ଓ୍ବାକଫ ଆଇନ୍ ଲାଗୁ ନେଇ ଲମ୍ବା ସମୟ ଧରି ସେମାନେ ଦାବି କରି ଆସୁଥିଲେ । ସରକାର ଏହି ଆଇନ ଲାଗୁ କରିବା ପରେ ସଂଖ୍ୟା ଲଘୁ ସମୁଦାୟର ଦାବି ପୂରଣ ହୋଇଛି ।
ଦାଉଦୀ ବୋହରା ପ୍ରତିନିଧିମଣ୍ଡଳ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସମୟ ଆଲୋଚନା କରିଥିଲେ । ଏହି ସମୟ ପିଏମ୍ କହିଥିଲେ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ବାସ’ ଭିଜନରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଦାଉଦୀ ବୋହରା ସମ୍ପ୍ରଦାୟ ସହିତ ଭେଟଘାଟ୍ ବେଳେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରେନ୍ ରିଜିଜୁ ଉପସ୍ଥିତ ଥିଲେ ।
#WATCH | A delegation of the Dawoodi Bohra community met PM Modi today to thank him for the Waqf Amendment Act.
— ANI (@ANI) April 17, 2025
They said it was a long-pending demand of the community. They reposed faith in PM’s vision of 'Sabka Saath, Sabka Vikas, Sabka Vishwas'. pic.twitter.com/JKuO8nP33o
ପ୍ରଧାନମନ୍ତ୍ରୀ କ’ଣ କହିଲେ ?
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୋହରା ସମ୍ପ୍ରଦାୟ ସହିତ ଓ୍ବାକଫ୍ ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସ୍ତୃତ ଆଲୋଚନା କରିଥିଲେ । ପ୍ରତିନିଧି ମଣ୍ଡଳ ସହିତ ମଧ୍ୟ ପିଏମଙ୍କ ପ୍ରତିଟି ବଚନକୁ ଧ୍ୟାନର ସହିତ ଶୁଣୁଥିଲେ । ଦାଉଦୀ ବୋହରା ସମ୍ପ୍ରଦାୟର ବିକାଶ ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ଓ ସେମାନଙ୍କର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସାକ୍ଷାତକାର ସରକାର ଓ ସଂଖ୍ୟାଲଘୁ ସମୁଦାୟ ମଧ୍ୟରେ ମଜଭୁତ ସମ୍ପର୍କକୁ ସଙ୍କେତ୍ ହେଉଛି ।