ବାଲିଯାତ୍ରା ୨୦୨୫
LIVE TV

ଗେରୁଆକୁ ଭାରତର ଜାତୀୟ ପତାକା କରିବାକୁ ହୋଇଥିଲା ସୁପାରିସ, ମାତ୍ର ଗାନ୍ଧୀ ଜୀ...: ଭାଗବତ

NEWS7
david-beckham-will-watch-india-new-zealand-semi-final-in-wankhede

ନୂଆଦିଲ୍ଲୀ: ଆରଏସଏସ ପ୍ରମୁଖ ମୋହନ ଭାଗବତ ଭାରତର ଜାତୀୟ ପତାକାକୁ ନେଇ ବଡ଼ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ସଂଘ ଜାତୀୟ ପତାକାର ସମ୍ମାନ କରେ। ସଂଘ ସର୍ବଦା ତ୍ରିରଙ୍ଗା ପତାକା ସହ ଛିଡ଼ା ହୋଇଛି। ସଂଘର ପତାକା ଓ ତ୍ରିରଙ୍ଗା  ବିଷୟରେ ପ୍ରଶ୍ନ ହେବାରୁ ସଂଘ ପ୍ରମୁଖ କହିଛନ୍ତି, ଜାତୀୟ ପତାକା ୧୯୩୩ରେ ସ୍ଥିର କରାଯାଇଥିଲା। ପତାକା କମିଟି ସର୍ବସମ୍ମତିକ୍ରମେ ପାରମ୍ପରିକ ଗେରୁଆକୁ ସ୍ଵାଧୀନତା ଭାରତର ଜାତୀୟ ପତାକା କରିବାକୁ ସୁପାରିସ କରିଥିଲା। ମାତ୍ର ସେହି ସମୟରେ ଗାନ୍ଧୀ ଜୀ ହସ୍ତକ୍ଷେପ କରିଥିଲେ ଏବଂ କେଉଁ କାରଣରୁ ସେ କହିଥିଲେ ପତାକାରେ ତିନୋଟି ରଙ୍ଗ ରହିବ ଏବଂ ସବା ଉପରେ ରହିବ ଗେରୁଆ ରଙ୍ଗ।

ମୋହନ ଭାଗବତ କହିଛନ୍ତି, ଗେରୁଆ ପତାକା ବନାମ ତ୍ରିରଙ୍ଗାକୁ ନେଇ କୌଣସି ପ୍ରଶ୍ନ ନାହିଁ। ପ୍ରତ୍ୟେକ କମ୍ୟୁନିଷ୍ଟ ପାର୍ଟିର ଲାଲ ପତାକା ରହିଛି। କଂଗ୍ରେସ ପାର୍ଟିର ଚରଖା ସହିତ ତ୍ରିରଙ୍ଗା ରହିଛି। ରିପବ୍ଲିକନ ପାର୍ଟିର ନୀଳ ରଙ୍ଗର ପତାକା ରହିଛି। ଏଥିପାଇଁ ଆମ ପାଖରେ ଆମର ଗେରୁଆ ପତାକା ରହିଛି। ଆମେ ଜାତୀୟ ପତାକାର ସମ୍ମାନ କରୁ ବୋଲି ଭାଗବତ କହିଛନ୍ତି।

ଭାଗବତ ସଂଘ ସ୍ଥାପନାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବେଙ୍ଗାଲୁରୁରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି। ଆରଏସଏସ ଉପରେ ବିନା ପଞ୍ଜିକରଣରେ କାମ କରିବାର ଅଭିଯୋଗ ଉପରେ ଭାଗବତ କହିଛନ୍ତି, ତାଙ୍କ ସଂଗଠନର ବ୍ୟକ୍ତି  ମଧ୍ୟ ମାନ୍ୟତାପ୍ରାପ୍ତ ଅଟନ୍ତି। ବିନା ପଞ୍ଜିକରଣରେ ସଂଘ ଚାଲୁନି।

ଭାଗବତ ସ୍ପଷ୍ଟ କରିଛନ୍ତି ଯେ, ଆମେ ମାନ୍ୟତାପ୍ରାପ୍ତ ସଂଗଠନ। ଆୟକର ବିଭାଗ ଓ ଅଦାଲତ ଆରଏସଏସକୁ ବ୍ୟକ୍ତିକୁ ଏକ ସଂଗଠନ ମାନିଛି ଏବଂ ଆୟକରରୁ କୋହଳ କରିଛି। ଆମ ଉପରେ ତିନି ଥର ପ୍ରତିବନ୍ଧକ ଲାଗିଛି। ଏଥିପାଇଁ ସରକାର ଆମକୁ ମାନ୍ୟତା ଦେଇଛି। ଯଦି ଆମର ଅସ୍ଥିତ୍ଵ ନ ଥିଲା, ତେବେ କେଉଁ ଆଧାରରେ ଆମ ଉପରେ ପ୍ରତିନନ୍ଧକ ଲଗାଯାଇଥିଲା।