LIVE TV

ୟୁକ୍ରେନ୍ ଉପରେ ରୁଷ୍‌ର ପୁଣି ଡ୍ରୋନ ଆକ୍ରମଣ; ୯ ମୃତ, ୫୩ ଆହତ

NEWS7
daringbadi-minor-delivery-issue-child-protection-commission-met-victim-in-mkcg

ନୂଆଦିଲ୍ଲୀ ୧୬।୧୧; ପୁଣି ୟୁକ୍ରେନ୍ ଉପରେ ପ୍ରଚଣ ଆକ୍ରମଣ କରିଛି ରୁଷ୍ । ବନ୍ଧୁକ ଥମିବାର ନାଁ ଧରୁନି । ଶାନ୍ତି ଫେରିବା ଆଶା ଆଶଙ୍କାରେ ରହିଛି । ଶୁକ୍ରବାର ରାତିରୁ ଶନିବାର ଯାଏ ରୁଷ୍ର ଆକ୍ରମଣରେ ଥରି ଉଠିଛି ୟୁକ୍ରେନ୍ । ବାଲାଷ୍ଟିକ୍ ମିସାଇଲ ମାଡ କରିଛି ରୁଷ୍ । ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୟୁକ୍ରେନ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି । ୫୩ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ୟୁକ୍ରେନ୍ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୟୁକ୍ରେନ୍ ଗତ ୨୪ ଘଣ୍ଟାରେ ରୁଷ ଆକ୍ରମଣରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଛି । ୫୩ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ରାତିରୁ ଶନିବାର ଯାଏ ୟୁ୍କ୍ରେନ୍ ଉପରେ ୩ଟି କେଏଚ୍-୪୭ଏମ୍୨ କିନଜହାର ବାଲାଷ୍ଟିକ୍ ମିସାଇଲ ସହ ୧୩୫ଟି ଡ୍ରୋନ୍ ଷ୍ଟ୍ରାଇକ୍ କରିଛି ରୁଷ୍ । ଅଲଗା ଅଲଗା ୧୩ଟି ଅଞ୍ଚଳକୁ ଡ୍ରୋନ୍ ଓ ମିସାଇସ ନୀକ୍ଷେପଣ କରିଛି । ୪ଟି ଅଞ୍ଚଳରେ ଡ୍ରୋନ୍ ଭଗ୍ନାବଶେଷ ମିଳିଛି ।

ଗତ ଅକ୍ଟୋବର ୩୧ ତାରିଖରେ ୟୁକ୍ରେନ୍ ପାୱାର ଗ୍ରୀଡ ଉପରେ ରୁଷ୍ ବଡ଼ ଆକ୍ରମଣ କରିଥିଲା । ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ବିଜୁଳି ସେବା ପ୍ରଭାବିତ ହୋଇଥିଲା । ୨୦୨୨ରୁ ରୁଷ୍-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବି ଜାରି ରହିଛି । ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରି ଦେଶର ଅନେକ ସ୍ଥାନକୁ କବଜାକୁ ନେଇଥିଲା ।