ସ୍ପିଡ ଲିମିଟକୁ ନେଇ ଦ୍ଵନ୍ଦ୍ଵ, ୩୧୬ ନମ୍ବର ଜାତୀୟ ରାଜପଥ ଗାଡ଼ି ଚାଳକଙ୍କ ପାଇଁ ପାଲଟିଛି ମୁଣ୍ଡ ବିନ୍ଧାର କାରଣ

NEWS7
cyclone-update-5845888-people-have-been-evacuated-said-odisha-cm-mohan-charan-majhi

ପିପିଲି: କାର ,ବାଇକ ,ଅଟୋ,ଟ୍ରକ ନେଇ ଆପଣ ଭବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଛନ୍ତିକି ! ଯଦି ଯାଉଛନ୍ତି ହୋଇଯାନ୍ତୁ ସତର୍କ... କେତେବେଳେ କୋଉ ସମୟରେ ଆପଣଙ୍କ ମୋବାଇଲ କୁ ମୋଟା ଅଙ୍କର ଫାଇନ କଟିଛି ବୋଲି ଆସିପାରେ। ରାଜ୍ୟ ପରିବହନ ତରଫରୁ SMS , ପୁରୀ ଭୁବନଶ୍ୱର ଜାତୀୟ ରାଜପଥରେ ପ୍ରତି ପାଞ୍ଚ କିଲୋମିଟର ଦୂରରେ ଲାଗିଛି କ୍ୟାମେରା। ଗାଡି ଚାଳକଙ୍କ ପ୍ରତିଟି ଗତିବିଧି ଉପରେ ନଜର ରଖୁଛି ପରିବହନ ବିଭାଗ । ଏପଟେ ଗାଡିର ସ୍ପିଡ଼ କୋଉ ଗାଡି ସ୍ପିଡ଼ କେତେ ଭିତରେ ଯିବ ତାକୁ ନେଇ ଦ୍ଵନ୍ଦ୍ଵରେ ଗାଡି ଚାଳକ ।

ଦ୍ଵନ୍ଦ୍ଵ ବଢ଼ାଉଛି ପୁରୀ ଭୁବନେଶ୍ଵର ୩୧୬ ନମ୍ବର ଜାତୀୟ ରାଜପଥରେ ଲଗାଯାଇଥିବା ପୃଥକ ପୃଥକ ବଡ଼ ବଡ଼ ହୋଡିଂ । ଗୋଟେ ପଟେ ପୁରୀ ଜିଲ୍ଲାପାଳଙ୍କ ଆଦେଶ ଅଛି ବୋଲି ସ୍ପଟ ଭାବରେ ହୋଡିଂରେ ଲଗାଯାଇଛି। ବାଇକ ୫୦, କାର ୭୦ ଓ ଟ୍ରକ ୫୦ ସ୍ପିଡରେ ଉକ୍ତ ଜାତୀୟ ରାଜପଥରେ ଯିବେ । ଅନ୍ୟପଟେ ଜାତୀୟ ରାଜପଥ ତରଫରୁ ଅନ୍ୟ ଏକ ହୋଡିଂରେ ଲଗାଯାଇଛି। ଯେଉଁଥିରେ ବାଇକ ୬୦, ଅଟୋ ୪୦, କାର ୮୦, ଟ୍ରକ ୬୦ ସ୍ପିଡ଼ରେ ଯାଇ ପାରିବେ ବୋଲି ଲେଖା ହୋଇଛି। ପ୍ରକୃତରେ ଯିବେ ଯଦି କାହା ନିର୍ଦ୍ଦେଶ ମାନିକି ଯିବେ। ଗାଡି ଚାଳକ କାହା କଥା ମାନି କୋଉ ସ୍ପିଡରେ ଗାଡି ଚଲାଇବେ ।

ଏହାକୁ ନେଇ ଚାଳକ ଦ୍ଵନ୍ଦ୍ଵରେ ଥିବା ବେଳେ ଏପଟେ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଫାଇନ ଚାଲାଣ କାଟିବା ପାଇଁ ଛଞ୍ଚାଣ ଆଖିରେ ଅନାଇ ବସିଛି ପ୍ରତି ପାଞ୍ଚ କିଲୋମିଟର ବ୍ୟବଧାନରେ ଲାଗିଥିବା ବଡ଼ ବଡ଼ ସିସିଟିଭି କ୍ୟାମେରା। କାହାର କେଉଁ ସମୟରେ ଚାଲାଣ କଟାଯାଉଛି କେହି ଜାଣିପାରୁନଥିବା ବେଳେ ଏବେ NHରେ ଲଗାଯାଇଥିବା ଭିନ୍ନ ଭିନ୍ନ ହୋଡିଂ ଦେଖି ଅଶ୍ୱର୍ଯ୍ୟ ଗାଡି ଚାଳକ।

ପ୍ରଶାସନ କରୁଛି ଭୁଲ। ଏପଟେ ମୋଟା ଅଙ୍କର ଫାଇନ ଗଣୁଛନ୍ତି ଲୋକେ। ଯଦି ଲକ୍ଷ ଲକ୍ଷ ଗାଡି ଚାଳକଙ୍କୁ ଦ୍ବଦ୍ଵରେ ପକାଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ରର ବିଭାଗ ତେବେ ତାଙ୍କ ଉପରେ କାର୍ଯ୍ୟଅନୁଷ୍ଠାନ ନେବ କିଏ ? କୋଟି କୋଟି ଟଙ୍କା ରାଜସ୍ଵ ନେଉଛନ୍ତି ସରକାର, କିନ୍ତୁ ଏଭଳି ତ୍ରୁଟି ଖୁବ ଶୀଘ୍ର ସୁଧାରିବା ଆବଶ୍ୟକ ରହୁଛି ବୋଲି ସାଧାରଣରେ ଦାବି ହେଉଛି ।