ଘୂର୍ଣ୍ଣିବାତ୍ୟା ଅସ୍‌ନା ପ୍ରଭାବ: ୩୨ ହଜାର ଲୋକ ସ୍ଥାନାନ୍ତର, ୧୮ ହଜାର ଉଦ୍ଧାର

Published By : Prameya-News7 Bureau | August 30, 2024 IST

Cyclone Asna forms off Gujarat coast

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆସନା ଯୋଗୁ ଗୁଜରାଟ ଉପକୂଳରେ ଗୀଭର ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ଅବପାତର ପ୍ରଭାବ ଗୁଜରାଟର କଛ ଓ ପାକିସ୍ତାନ ନିକଟରେ ରହିଛି।

୧୯୭୬ ପରଠାରୁ ଅଗଷ୍ଟ ମାସରେ ଆରବ ସାଗରରେ ଏହା ପ୍ରଥମ ଘୂର୍ଣ୍ଣିବାତ୍ୟା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।

କଞ୍ଚ ଉପକୂଳରେ ଥିବା ଏହି ଘୂର୍ଣ୍ଣିବଳୟ ପାକିସ୍ଥାନ ଏବଂ ଉତ୍ତର-ପୂର୍ବ ଆରବ ସାଗର ଆଡ଼କୁ ବ୍ୟାପିଛି। ଏବଂ ଏହା ଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୬ କିମି ବେଗରେ ପଶ୍ଚିମ ଦିଗକୁ ଗତି କରୁଛି। ବର୍ତ୍ତମାନ ଏହା ଏକ ଘୂର୍ଣ୍ଣି ବାତ୍ୟାରେ ପରିଣତ ହୋଇଯାଇଛି।

ଏହାର ପ୍ରଭାବରେ ବର୍ତ୍ତମାନ ଗୁଜରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଗତ ୪ଦିନରେ ୩୨ ଜଣଙ୍କର ମୃତ୍ୟ ହୋଇଛି। ୧୮ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି।  

ବେଶି କ୍ଷତିଗ୍ରସ୍ତ ହୋଇଛି ଭଦୋଦରା ସିଟି। ବିଶ୍ୱମିତ୍ର ନଦୀର ଜଳସ୍ତର ୩୨ ଫୁଟ୍‌ରୁ ୩୭ ଫୁଟକୁ ବୃଦ୍ଧି ପାଇଛି। ଅନେକ ତିଳିଆ ଅଞ୍ଚଳରେ ବନ୍ୟାପାଣି ପଶିଯାଇଛି। ୩୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟା ପାଇଁ ସୁରକ୍ଷାକର୍ମୀ   ଓ ହେଲିକପ୍ଟର ମହଯୁଦ ରହିଛି। 

ଚଳିତ ବର୍ଷ ଜୁନ ୧ରୁ ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ଭାରତରେ ହାରାହାରି ଠାରୁ ଅଧିକ ୭ ପ୍ରତିଶତ ବର୍ଷା ହୋଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାରି ଭିତରେ ଗୁଜରାଟର ଅହମଦାବାଦ ଓ ଗାନ୍ଧୀନଗରରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନୀ ରାମଶରାୟ ଯାଦବ ପୂର୍ବାନୁମାନ କରିଛନ୍ତି। ଗତ ୨୪ ଘଣ୍ଟାରେ କଛ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଜୁନ ୧ ତାରିଖରେ ଠାରୁ ଏପର୍ଯ୍ୟନ୍ତ ଗୁଜରାଟରେ ୮୮୨ ମିଟର ବର୍ଷା ହୋଇଛି।

ପାଣିପାଗ ବିଜ୍ଞାନୀ ଶ୍ରୀ ଯାଦବ ଆହୁରି କହିଛନ୍ତି ଯେ ଗୁଜରାଟରେ ସାଧାରଣ ବର୍ଷା ଠାରୁ ୫୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ସୌରାଷ୍ଟ୍ର ଓ କଛରେ ମଧ୍ୟ ସାଧାରଣ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। 

ସେହିପରି ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେବଳ ବର୍ଷା ନୁହେଁ ଘଡ଼ ଘଡ଼ି ମଧ୍ୟ ମାରିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.