ଧନୁ ରାଶି ବ୍ୟକ୍ତିଙ୍କୁ ଦିନରେ ନୂତନ ସୁଯୋଗ ମିଳିବ, ମନ ଶାନ୍ତ ଓ ସକାରାତ୍ମକ ରହିବ

NEWS7
cyclist-dies-after-being-hit-by-oil-tanker-in-bhadrak

ମେଷ- କାର୍ଯ୍ୟକ୍ଷେତ୍ରରେ କିଛି ନୂତନ ସୁଯୋଗ ମିଳିପାରେ। ଧନଲାଭର ସମ୍ଭାବନା ରହିଥିବାରୁ ମନ ଖୁସି ରହିବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ଏବଂ ଘରୋଇ ପରିବେଶ ଶାନ୍ତ ରହିବ। ସ୍ୱାସ୍ଥ୍ୟ ଦିଗରେ ସାଧାରଣ ସାବଧାନତା ରଖିବା ଭଲ।

ବୃଷ- କାମରେ ଧୈର୍ଯ୍ୟ ଧରି କାମ କଲେ ଭଲ ଫଳ ମିଳିବ। ଅର୍ଥ ସମ୍ବନ୍ଧୀୟ କାମରେ ସାବଧାନ ରହିବା ଆବଶ୍ୟକ। ପରିବାରରେ ଛୋଟ ଛୋଟ ଖୁସିର ମୁହୂର୍ତ୍ତ ଆସିପାରେ। ମନୋବଳ ଭଲ ରଖିଲେ ସମସ୍ୟା ସହଜରେ ସମାଧାନ ହେବ।

ମିଥୁନ- ନୂତନ ଚିନ୍ତାଧାରା ଓ ଯୋଜନା ଆପଣଙ୍କୁ ଆଗକୁ ନେଇଯିବ। ବ୍ୟବସାୟ କିମ୍ବା କାର୍ଯ୍ୟରେ ଲାଭର ସମ୍ଭାବନା ରହିଛି। ବନ୍ଧୁମାନଙ୍କ ସହ ମିଳନ ହେବାର ଯୋଗ ରହିଛି।ଶାରୀରିକ ଓ ମାନସିକ ଶକ୍ତି ବଢ଼ିବ।

କର୍କଟ- ଧନ ବ୍ୟୟ କିଛି ବଢ଼ିପାରେ ତେଣୁ ଖର୍ଚ୍ଚରେ ସଂୟମ ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ନିଜ କ୍ଷମତା ପ୍ରମାଣ କରିବାର ସୁଯୋଗ ମିଳିବ। ପରିବାରର ବଡ଼ମାନଙ୍କ ଆଶୀର୍ବାଦ ମିଳିବ। ସ୍ୱାସ୍ଥ୍ୟ ଦିଗରେ ଅଳ୍ପ ସତର୍କତା ରଖିବା ଆବଶ୍ୟକ।

ସିଂହ- ପରିଶ୍ରମର ଫଳ ମିଳିବାର ସମୟ ଆସିପାରେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବାର ସମ୍ଭାବନା ରହିଛି। ପରିବାର ଓ ବନ୍ଧୁମାନଙ୍କ ସହ ଆନନ୍ଦମୟ ସମୟ କଟିପାରେ। ନୂତନ ଯୋଜନା ଆରମ୍ଭ କରିବାରେ ଦିନ ଭଲ ରହିବ।

କନ୍ୟା- କାମରେ କିଛି ବାଧା ଆସିପାରେ। କିନ୍ତୁ ଧୈର୍ଯ୍ୟ ଧରିଲେ ସମାଧାନ ମିଳିବ। ଆର୍ଥିକ ଦିଗରେ ଧୀରେ ଧୀରେ ଉନ୍ନତି ଦେଖାଯିବ। ପରିବାର ସଦସ୍ୟଙ୍କ ସହଯୋଗ ମନକୁ ଶାନ୍ତ କରିବ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ତୁଳା- ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ ଏବଂ କାମରେ ସଫଳତା ମିଳିପାରେ। ଧନଲାଭର ଯୋଗ ରହିଥିବାରୁ ଅର୍ଥ ସ୍ଥିତି ଭଲ ହେବ। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ରହିବାରୁ ମନ ମଧ୍ୟ ଖୁସି ରହିବ।

ବିଛା- କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଧନ ଆଗମନ ଥିଲେ ମଧ୍ୟ ଖର୍ଚ୍ଚ ବଢ଼ିପାରେ। ପରିବାର ସହ ଆଲୋଚନା କରି କାମ କଲେ ଭଲ ଫଳ ମିଳିବ। ସ୍ୱାସ୍ଥ୍ୟ ପାଇଁ ସମୟରେ ବିଶ୍ରାମ ଆବଶ୍ୟକ।

ଧନୁ- ନୂତନ ସୁଯୋଗ ଓ ଲାଭର ସମ୍ଭାବନା ଦେଖାଯିବ। କାର୍ଯ୍ୟକ୍ଷେତ୍ରରେ ବଡ଼ମାନଙ୍କ ସହଯୋଗ ମିଳିବ। ପରିବାର ସହ ଖୁସିର ସମୟ କଟିପାରେ। ମନ ଶାନ୍ତ ଓ ସକାରାତ୍ମକ ରହିବ।

ମକର- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ମନୋବଳ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ଭଲ ସୁଯୋଗ ମିଳିପାରେ। ପରିବାରରେ ସମ୍ମାନ ଓ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ ଓ ନୂତନ ଯୋଜନାରେ ସଫଳତା ମିଳିପାରେ।

କୁମ୍ଭ- କିଛି କାମରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଧନ ବ୍ୟୟ ଅଳ୍ପ ବଢ଼ିପାରେ ତେଣୁ ସତର୍କ ରହିବା ଭଲ। ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ମନକୁ ଶାନ୍ତ କରିବ। ଧୈର୍ଯ୍ୟ ଧରି କାମ କଲେ ଶେଷରେ ସଫଳତା ମିଳିବ।

ମୀନ- ଆପଣଙ୍କ ପାଇଁ ଶୁଭ ଦିନ ରହିପାରେ। ଧନଲାଭ କିମ୍ବା ନୂତନ ସୁଯୋଗ ମିଳିବାର ଯୋଗ ରହିଛି। ପରିବାର ଓ ବନ୍ଧୁମାନଙ୍କ ସହ ସୁଖଦ ସମୟ କଟିପାରେ। ମନ ଖୁସି ଓ ଉତ୍ସାହିତ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ– 8249826682