ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଆଳି ବ୍ଲକ୍ କୋଲଢ଼ିଅ ପଞ୍ଚାୟତ ମହାନ୍ତିଗାଁରେ। ମୃତ ମହିଳାଙ୍କ ନାଁ କାଜଲ ମହାନ୍ତି (୪୦)। ଗ୍ରାମବାସୀଙ୍କ ଅଭିଯୋଗ ମହିଳା ଜଣକ ଗାଧୋଇବାକୁ ଯାଇଥିବାବେଳେ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଛି।
ସୂଚନା ଅନୁଯାୟୀ, ଖରସ୍ରୋତା ନଦୀ ସହିତ ସଂଲଗ୍ନ ତଅଁଳାଡ଼ିହା ଜୋରକୁ ଗାଧେଇବାକୁ ଯାଇଥିଲେ କାଜଲ। ହେଲେ ଦୀର୍ଘ ସମୟ ଧରି ନଫେରିବାରୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିବାରୁ ଜୋର ନିକଟରେ ତାଙ୍କର କପଡ଼ା ମିଳିଥିଲା। ଏମିତିରେ ତାଙ୍କୁ କୁମ୍ଭୀର ଟାଣିନେଇଥିବା ସନ୍ଦେହ କରିବା ସହ ଗ୍ରାମବାସୀ ନଦୀରେ ଖୋଜାଖୋଜି କରିଛନ୍ତି। ହେଲେବି ମହିଳାଙ୍କ ପତ୍ତା ମିଳିନାହିଁ l
ତେବେ ମହିଳାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ମଧ୍ୟ ସହାୟତା ନିଆଯାଇଛି। ଗତବର୍ଷ ମଧ୍ୟ ଏଠାରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।