ବ୍ରହ୍ମପୁର ୨୩।୦୬ : ଗୋପାଳପୁର ଗଣଦୁଷ୍କର୍ମ ମାମଲା । କ୍ରାଇମବ୍ରାଞ୍ଚ ଛାନ୍ଭିନ୍ ଜୋରଦାର । ଏହିକ୍ରମରେ ସୋମବାର ଗିରଫ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ସ୍ପଟ୍ ଯିବ କ୍ରାଇମ୍ବ୍ରାଞ୍ଚ । ସେଠାରେ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମ୍ବ୍ରାଞ୍ଚ ।
ଖବର ଅନୁଯାୟୀ, ଗୋପାଳପୁର ବେଳାଭୂମିରେ ଗତ ୧୫ ତାରିଖରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଛାନ୍ଭିନ୍ କରୁଛି କ୍ରାଇମ୍ବ୍ରାଞ୍ଚ ଟିମ୍ । ଏହି ମାମଲାରେ ୪ ନାବାଳକ ସହ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଟିଆଇ ପରେଡ ହୋଇଥିବା ବେଳେ ସମସ୍ତଙ୍କ ଡିଏନଏ ନମୁନା ସଂଗ୍ରହ ହୋଇଛି । ସମସ୍ତ ଡିଏନ୍ଏ ନମୁନା ଭୁବନେଶ୍ୱର ସ୍ଥିତ ଫୋରେନସିକ୍ ଲାବକୁ ପଠାଇଛି । ଏହିକ୍ରମରେ ସୋମବାର ଗିରଫ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ସ୍ପଟକୁ ଯିବ କ୍ରାଇମ୍ବ୍ରାଞ୍ଚ । ସେଠାରେ ସିନ୍ ରିକ୍ରିଏସନ୍ର କରିପାରେ ତଦନ୍ତକାରୀ ଟିମ୍ ।
ଅନ୍ୟପଟେ ଗଣଦୁଷ୍କର୍ମ ମାମଲାରେ ସାକ୍ଷ୍ୟପ୍ରମାଣ ଯୋଗାଡ଼ କରୁଛି ତଦନ୍ତକାରୀ ଟିମ୍ । ଅଭିଯୁକ୍ତମାନେ କେତେବେଳେ ବେଳାଭୂମିରେ ପହଞ୍ଚିଥିଲେ ଓ ସେମାନଙ୍କୁ କେଉଁମାନେ ଦେଖିଥିଲେ ତାହା ମଧ୍ୟ ଯାଞ୍ଚ ଚାଲିଛି । ଏପିରିକି ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ବେଳାଭୂମିରେ କେଉଁମାନେ ଦେଖିଥିଲେ ଏବଂ କେତେବେଳେ ସେମାନେ ସେଠାରେ ପହଞ୍ଚିଥିଲେ ସବୁ ବିଷୟ ପଚରାଉଚରା ଚାଲିଛି। ଅଭିଯୁକ୍ତମାନେ ମଦ୍ୟପାନ କରିଥିଲେ । ଏଣୁ ସ୍ଥାନୀୟ ମଦ ଦୋକାନ ଓ ବେଳାଭୂମିରେ ଲାଗିଥିବା କିଛି ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି । ଅଭିଯୁକ୍ତମାନେ ଘଟଣା ପରେ କିଭଳି ପୁଣି ଗାଁକୁ ଫେରିଥିଲେ ଏବଂ ଅପରାଧ ଘଟାଇବା ପରେ ସେମାନେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ସବୁ ଦିଗରୁ ତଦନ୍ତ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ ।