ଗାଧୋଇବାକୁ ନଦୀରେ ଯାଇଥିଲେ ଗାଈ ଚରାଳି, ମିଳୁନି ପତ୍ତା : କୁମ୍ଭୀର ଟାଣି ନେଇଥିବା ସନ୍ଦେହ

Published By : Prameya-News7 Bureau | August 19, 2025 IST

ପଟ୍ଟାମୁଣ୍ଡାଇ ୧୯।୮: ଗାଧୋଇବା ବେଳେ ଗାଈ ଚରାଳୀଙ୍କୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମାଣିକିପାଟଣା ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବ୍ୟକ୍ତି ଜଣକ ମାଣିକିପାଟଣା ପଞ୍ଚାୟତ ମାଣିକପାଟଣା ଗ୍ରାମର ପଞ୍ଚାନନ ଦାସ ଦାସ ବଲି ଜଣାପଡ଼ିଛି । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ପଞ୍ଚାନନ ବ୍ରାହ୍ମଣୀ ନଦୀର ନଗଡ଼ ଘାଟ ନିକଟରେ ଏକ ପଠାକୁ ଗାଈ ଚରାଇବାକୁ ଯାଇଥିଲେ । ଗାଈ ଚରାଇବା ସମୟରେ ସେ ଗାଧୋଇବାକୁ ନଦୀକୁ ଯାଇଥିଲେ l ନଦୀକୁ ଯାଇ ଦୀର୍ଘ ସମୟ ଧରି ଫେରିନଥିଲେ । ଦୀର୍ଘ ସମୟ ଧରି ନଫେରିବାରୁ ତାଙ୍କ ସାଙ୍ଗରେ ଯାଇଥିବା ଲୋକ ଖୋଜାଖୋଜି କରି ନଦୀ ନିକଟକୁ ଆସିଥିଲେ । ନଦୀ ନିକଟକୁ ଆସି ପଞ୍ଚାନନଙ୍କ କପଡା ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀ ନଦୀରେ ଖୋଜାଖୋଜି ଆରମ୍ଭ କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍ ସାହାଯ୍ୟରେ ଖୋଜାଖୋଜି କରୁଥିବା ଜଣାପଡିଛି l ତେବେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା କିଛି ପ୍ରତ୍ୟେକ୍ଷଦର୍ଶୀ କହୁଥିବା ସୂଚନା ମିଳିଛି ।

You Can Read:

ଫେସବୁକ୍ ଓ ଗୁଗୁଲକୁ ଲେଖାଯାଇଛି ଚିଠି, ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.