LIVE TV

ସାତଦିନର ସଂଘର୍ଷର ହେଲା ଅନ୍ତ, ମାଆ ଭୋଲି-ଝିଅ କୁନୁକୁ ମିଳିଲା ନୂଆ ଘର

NEWS7
cow

ଭୁବନେଶ୍ୱର ୧୧/୧୦: ଶଙ୍ଖ ବାଜୁଛି, ହାତରେ ଆରତୀ ଥାଳି ସହ ଘର ମଧ୍ୟ ସଜା ହୋଇଛି। କିଛି ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ହେଉଛି ନିଶ୍ଚୟ। ଆଜ୍ଞା ହଁ ଏ ହେଉଛି ଗୃହ ପ୍ରବେଶ ବେଳର ଦୃଶ୍ୟ। ଆଉ ଜାଣିଛନ୍ତି କାହାର ଗୃହ ପ୍ରବେଶ ହେଉଛି ? ତେବେ ଥରେ ନଜର ପକାନ୍ତୁ ଆପଣ ନିଶ୍ଚିୟ ଚିହ୍ନି ପାରିବେ। ଏ ହେଉଛନ୍ତି ଭାଇରଲ୍ ହୋଇଥିବା ମା' ଗାଈ ଭୋଲି ଓ ତାର ଝିଅ କୁନୁ। ମାଆ ଆଉ ଝିଅକୁ ଫୁଲ ମାଳ ପକା ଯାଇଛି, ସିନ୍ଦୂର ଟୀକା ଲଗାଇବା ସହ ଆଳତୀ କରି ଗୃହ ପ୍ରବେଶ କରା ଯାଉଛି। ଗତ ସାତଦିନ ତଳେ ଭୋଲୀ ଆଗରେ କୁନୁ ର ଅକ୍ସିଡେଣ୍ଟ ହୋଇଥିଲା। 

ଗାଡ଼ି ଆକ୍ସିଡେଣ୍ଟ୍ ରେ ସ୍ପାଇନାଲ୍ ଇଞ୍ଜୁରି ହୋଇଥିଲା। ମୁଁହ ଖୋଲି କହି ପାରି ନଥିଲା ମା' ଭୋଲି ହେଲେ , ମାଆ ମନ ପରା ନିଜ ଛୁଆର କଷ୍ଟ କେମିତି ଦେଖିବ? ତେଣୁ ରାସ୍ତାରେ ଯାଉଥିବା ପଶୁ ଚିକିତ୍ସକ ଓ ଗୋ ସେବକଙ୍କୁ ଦେଖି ବାଟ ଓଗାଳି ଥିଲା ଭୋଲି। ନିଜ ଛୁଆର ଚିକିତ୍ସା କରାଇବାକୁ ପଶୁ ଚିକିତ୍ସକଙ୍କୁ ଡାକି ଆଣିଥିଲା। ଜଣେ ଗ୍ୟାରେଜ ମାଲିକ ମାଆ ଛୁଆଙ୍କୁ ଆଶ୍ରୟ ଦେଇଥିବା ବେଳେ ପଶୁ ଚିକିତ୍ସକ ଏବଂ ଗୋସେବକଙ୍କ ଲଗାତାର ପ୍ରୟାସ ଯୋଗୁ କୁନୁ ଆଜି ସମ୍ପୂର୍ଣ ସୁସ୍ଥ ହୋଇଛି।

ଆଶା ନଥିଲେ ମଧ୍ୟ ଭୋଲି ର ମମତା ଓ ପଶୁ ଚିକିତ୍ସକଙ୍କ ଇଚ୍ଛା ଶକ୍ତି ଆଗରେ ହାର୍ ମାନିଚି ଅସାଧ୍ୟ ସ୍ପାଇନଲ ଶୁଣିବାକୁ ମିଳିଲାଣି ଯେ କୁଆଡେ ନୂଆ ଘର ମିଳିବ। ଚିକିତ୍ସକ ମାନେ ଔଷଧ ଲଗେଇ ଛାଡ଼ି ଦେବା ପରେ ମାଆ ତା ଛୁଆକୁ ଚାଟି ପକାଉଛି ଆଉ ଠିଆ ହେବାକୁ ସାହାଯ୍ୟ କରୁଛି। ଶେଷରେ କୁନୁ ନିଜ ଗୋଡ଼ରେ ଠିଆ ହେବା ପରେ ମା ଭୋଲି ସହ ବୁଲାବୁଲି କରିଥିଲା। ଏ ଦୃଶ୍ୟ ଦେଖି ବେଶ୍ ଖୁସି ଓ ଭାବ ବିହ୍ବଳ ହୋଇଥିଲେ ଉଭୟ ପଶୁ ଡାକ୍ତର ଏବଂ ସହଯୋଗ କରିଥିବା ସ୍ଥାନୀୟ ବ୍ୟକ୍ତିମାନେ।

ଭାଇରାଲ୍ ଭୋଲି ଓ ତାର ଛୁଆର ନିଆରା ଓ ସଂଘର୍ଷ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ପରେ ଆଗେଇ ଆସିଥିଲେ ଗୋଟିଏ ସହୃଦୟ ଦମ୍ପତି। ନିଜ ଘରକୁ ଭୋଲି ଓ କୁନୁ କୁ ନେବାପାଇଁ ଅଡି ବସିଥିଲେ ବ୍ରହ୍ମାନନ୍ଦ ବାବୁ। ଗୋ ସୁରକ୍ଷା ସଂଗଠନ ସଦସ୍ୟଙ୍କୁ ପ୍ରଥମେ ରାଜି କରାଇଲେ ଏବଂ ଶେଷରେ ସର୍ବ ସମ୍ମୁଖରେ ବାଛୁରୀ କୁନୁ କୁ ପୋଷ୍ୟ ଗ୍ରହଣ କରିଥିଲେ। ମାଆ ଓ ଛୁଆଙ୍କୁ ରଖିବା ପାଇଁ  ଘରର ଗ୍ୟାରେଜକୁ ସଫାସୁତୁରା କରିବା ସହ ଫୁଲରେ ସଜେଇ ଦେଇଥିଲେ।

ଛୁଆକୁ ଏକ ମିନି ଭ୍ୟାନରେ ବସାଇ ଦେଇଥିଲେ ଗୋ ସେବକ। ଗାଡ଼ିରେ ଯାଉଥିଲା କୁନୁ ଆଉ ଛୁଆ ପଛରେ ଖୁସିରେ ଚାଲିଥିଲା ତାର ମାଆ ଭୋଲି। ଏ ଦୃଶ୍ୟ ଦେଖି ରାସ୍ତାରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ କିଛି ସମୟ ଅଟକି ରହି ଚାହୁଁ ଥିଲେ। ଦୁର୍ଘଟଣା ସ୍ଥଳରୁ ପାଖାପାଖି ତିନି କିଲୋମିଟର ଯିବା ପରେ ଆସିଥିଲା ନୂଆ ଘର।

ଭୋଲି ଆଉ କୁନୁର ଗୃହପ୍ରବେଶ କରାଇବାକୁ ହାତରେ ଫୁଲ ଧରି ଜଗି ରହିଥିଲେ ବ୍ରହ୍ମାନନ୍ଦ ସାହୁ ଓ ତାଙ୍କ ପତ୍ନୀ ସମେତ ସ୍ଥାନୀୟ ଅଞ୍ଚଳର ଅନେକ ପଶୁପ୍ରେମୀ। ଭୋଲି ଓ କୁନୁ କୁ ପାଇ ବ୍ରହ୍ମାନନ୍ଦଙ୍କ ପରିବାର ଖୁସିରେ ଆତ୍ମହରା ହୋଇଥିବା ବେଳେ ମାଆ ଓ ଛୁଆ ମଧ୍ୟ ନୂଆ ଘର ପାଇ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି।