୨ ହଜାର ମିଟର ଉଚ୍ଚ ବରଫାବୃତ ପର୍ବତ ଉପରେ ବାହା ହେଲେ ପ୍ରେମୀ ଯୁଗଳ, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | May 18, 2024 IST

NDTV

ନୂଆଦିଲ୍ଲୀ: ନିଜ ମ୍ୟାରେଜକୁ ସ୍ପେଶାଲ କରିବା ପାଇଁ ସମସ୍ତଙ୍କ ସ୍ୱପ୍ନ ଥାଏ। ବିଶେଷ କରି ଓ୍ୱେଡିଂ ଡେଷ୍ଟିନେସନ୍ ଉପରେ ଥାଏ ଫୋକସ୍। ବିବାହରେ କିଛି ଅଲଗା କରିବାକୁ କିଏ ବିଳାସପୂର୍ଣ୍ଣ ହୋଟେଲ ବାଛେ ତ ଆଉ କିଏ ସି ବିଚ୍। ହେଲେ ଏଠି ବରଫାବୃତ ପର୍ବତ ଉପରେ ବିବାହ କରିବାକୁ ସ୍ଥିର କରିଛନ୍ତି ପ୍ରେମୀ ଯୁଗଳ। ସମୁଦ୍ର ପତ୍ତନଠାରୁ ୨୨୨୨ ମିଟର ଉଚ୍ଚତାରେ ଥିବା ବରଫାବୃତ ପାହାଡ଼ ଉପରେ ବିବାହ କରିଛନ୍ତି । ସେମାନଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ମ୍ୟାରେଜର ଆରେଞ୍ଜମେଣ୍ଟ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ।

ସ୍ୱିଜରଲ୍ୟାଣ୍ଡର ଜର୍ମାଟ୍ ସହର। କେହି କେହି ଏହାକୁ କୁହନ୍ତି ଦୁନିଆର ଭୂସ୍ୱର୍ଗ। ଏହି ସହର ଯେତିକି ଶାନ୍ତ ସେତିକି ସୌନ୍ଦର୍ଯ୍ୟପୂର୍ଣ୍ଣ। ଏହି ସ୍ଥାନକୁ ନିଜର ମ୍ୟାରେଜ୍ ଭେନ୍ୟୁ ବାଛିଥିଲେ ନବ ଦମ୍ପତି। ରହିବା ପାଇଁ ବୁକ୍ ହୋଇଥିଲା ବରଫାବୃତ ପାହାଡ଼ ଉପରେ ଥିବା ବିଳାସପୂର୍ଣ୍ଣ ହୋଟେଲ ସ୍କି-ଚାଲେଟ୍। ପାହାଡ ଉପର ଓ୍ୱିଣ୍ଟର ଓ୍ୱଣ୍ଡରଓ୍ୱାର୍ଲ୍ଡରେ ଆୟୋଜିତ ମ୍ୟାରେଜ୍ ଥିଲା ବେଶ୍ ଆକର୍ଷଣୀୟ ଓ ରୋମାଞ୍ଚକର।  

ଏଠି ବର ଷ୍ଟାଇଲିସ୍ ଅନ୍ଦାଜରେ ଏଣ୍ଟ୍ରି କରୁଛନ୍ତି।  ଆଇସ୍ କ୍ୟୁବ୍ ବା ବରଫ ଭିତରୁ ନବବଧୁ ବାହାରୁଛନ୍ତି। ବ୍ଲୁ ଇଗଲ୍ କଷ୍ଟ୍ୟୁମ୍ରେ ଥିବା ଝିଅମାନେ କନ୍ୟାକୁ ସ୍ୱାଗତ କରୁଛନ୍ତି। ଗୀତ ଓ ଡ୍ୟାନ୍ସ ତାଳରେ ବର ଆସୁଛି।  ଧଳା ଗୋଲାପ କଷ୍ଟ୍ୟୁମ୍ରେ ଥିବା ସୁନ୍ଦରୀମାନେ ବରଫ ଉପରେ ବସି ଗୀତ ବି ଗାଉଛନ୍ତି। ବ୍ୟାକ୍ଗ୍ରାଉଣ୍ଡରେ ବରଫର ପୃଷ୍ଠଭୂମି ସୁନ୍ଦରତାକୁ ଆହୁରି ଦ୍ୱିଗୁଣିତ କରୁଛି। ଏହି ଦମ୍ପତି ଏକ ବିଶାଳ ବରଫ କ୍ୟୁବ୍ ଭିତରେ ପୋଜ୍ ଦେଉଥିବାବେଳେ ବରଫରୁ ଖୋଦିତ ଧଳା ଗୋଲାପ ଆହୁରି ସୁନ୍ଦର ଲାଗୁଛି। ଦେଖିଲେ ଲାଗିବ- ବରଫବୃତ ପର୍ବତକୁ ସୁହାଇଲା ପରି ସବୁ କିଛି ଡିଜାଇନ୍ କରାଯାଇଛି। 



Lebanese weddings ନାମକ ଇଭେଣ୍ଟ ମ୍ୟାନେଜମେଣ୍ଟ ଇନଷ୍ଟାଗ୍ରାମରେ ଏହି ଭିଡିଓ ଓ ଫଟୋ ଅପଲୋଡ୍ କରିଛି।  ଯେଉଁସବୁ ଭିଡିଓ ଓ ଫଟୋକୁ ଦେଖିଲେ ଆଖି ଲାଖି ହୋଇ ରହିଯିବ। ଏହି ପୋଷ୍ଟରୁ ୨୩ ହଜାରରୁ ଅଧିକ ଲାଇକ୍ କରିଥିବା ବେଳେ କମେଣ୍ଟ ବି ଦେଇଛନ୍ତି। ଏହା ବିବାହ ନୁହେଁ ସୁନ୍ଦର କାହାଣୀ ପରି। କାରଣ ନବଦମ୍ପତି ଯେପରି ବରଫର ଖଣ୍ଡ ଭିତରୁ ବାହାରକୁ ଆସୁଛନ୍ତି। ଇନଷ୍ଟା ପୋଷ୍ଟକୁ ନେଇ କମେଣ୍ଟ ଦେଇଛନ୍ତି ୟୁଜର୍ସ। ଜଣେ ୟୁଜର୍ସ କହିଛନ୍ତି- ଏହା ନିଶ୍ଚିତ ରୂପରେ ନିଆରା ବିବାହ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି- ହେ ଭଗବାନ... ଏପରି ବିବାହ ବହୁତ ଅଦ୍ଭୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.