ଅଜବ ଏକ ଗାଁ', ଗର୍ଭବତୀ ହେବାକୁ ଆସନ୍ତି ମହିଳା, ଟଙ୍କା ଦେଇ ରଖନ୍ତି ଯୌନ ସମ୍ପର୍କ

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ : ଭାରତରେ ବର୍ଷ ବର୍ଷ ଧରି ଚାଲିଆସୁଛି ଅନେକ ସଂସ୍କୃତି । କିଛି ସଂସ୍କୃତି ଦୁନିଆରେ ଅଜଣା ତ ଆଉ କିଛି ଶୁଣିବାକୁ ଲାଗିଥାଏ ଅଜବ । ଏପରି ଅନେକ ସ୍ଥାନ ଅଛି ଯାହା ଲୋକମାନେ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି । ଆଉ କିଛି ଜନଜାତି ଅଛନ୍ତି ଯେଉଁମାନେ କ୍ୟାମେରା ଠାରୁ ଦୂରରେ ରହି ଆଧିବାସୀ ଜୀବନ ବିତାଉଛନ୍ତି। 

ଏପରି ଏକ ବିଚିତ୍ର ସଂସ୍କୃତି ଅଛି ଦେଶରେ । ଏହି ସ୍ଥାନକୁ ଗର୍ଭବତୀ ହେବାକୁ ଏଠାକୁ ଆସନ୍ତି ବିଦେଶୀ ମହିଳା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହି ଗାଁଟି ଲଦାଖରେ ରହିଛି । ଗାଁ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଏହାର ବିଶେଷତ୍ୱ ହେଉଛି ଏଠାରେ ଥିବା ପୁରୁଷ । ଯେଉଁମାନଙ୍କ ସହିତ ବିଦେଶୀ ମହିଳାମାନେ ଗର୍ଭବତୀ ହେବାକୁ ଚାହାଁନ୍ତି । 

ଲଦାଖ ଏହାର ସୌନ୍ଦର୍ଯ୍ୟ ପାଇଁ ବେଶ୍ ଜଣାଶୁଣା। କିନ୍ତୁ କାର୍ଗିଲ ଠାରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ ଆର୍ଯ୍ୟ ଭ୍ୟାଲି ଏଠାରେ ଥିବା ପୁରୁଷମାନଙ୍କ ପାଇଁ ପ୍ରସିଦ୍ଧ । ୟୁରୋପର ଝିଅ ଏବଂ ମହିଳାମାନେ ଗର୍ଭବତୀ ହେବାକୁ ଇଚ୍ଛା ରଖି ଏହି ଗାଁକୁ ଆସନ୍ତି । କିନ୍ତୁ ଗର୍ଭବତୀ ହେବା ପରେ ସେମାନେ ନିଜ ଦେଶକୁ ଫେରିଯାଆନ୍ତି । 

ତେବେ ବିଦେଶୀ ଝିଅମାନଙ୍କର ଏହି ଇଚ୍ଛା ପଛରେ ରହିଛି ଅଜବ କାରଣ । ବାସ୍ତବରେ ଭାରତରେ ପରାଜୟ ପରେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍ ଫେରୁଥିଲେ । ସେତେବେଳେ ତାଙ୍କ ସୈନ୍ୟବାହିନୀର କିଛି ଲୋକ ଏହି ଗାଁରେ ରହିଥିଲେ। ସେମାନେ ରହୁଥିବା ଗାଁର ନାମ ‘ଆର୍ଯ୍ୟ ଉପତ୍ୟକା’ ଥିଲା । ସେ ବ୍ରୋକୋପା ଜନଜାତିର ସଦସ୍ୟ ଭାବରେ ପରିଗଣିତ ହୋଇଥିଲେ ଏବଂ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍ ସେନାର ବଂଶଧର ବୋଲି କୁହାଯାଏ। 

ବର୍ତ୍ତମାନ ଆର୍ଯ୍ୟ ଭ୍ୟାଲି ଗାଁ ଏହି ଜନଜାତି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ଇଉରୋପୀୟ ମହିଳାମାନେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍ ପରି ପିଲା ଜନ୍ମ କରିବା ପାଇଁ ଏହି ଗାଁକୁ ଆସନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଏଠାରେ ଥିବା ପୁରୁଷମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ଯଦି ସେ ଗର୍ଭବତୀ ହୁଅନ୍ତି, ତେବେ ସେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍ ପରି ଏକ ସନ୍ତାନ ଜନ୍ମ କରିବେ।

ଏହାବ୍ୟତୀତ ଏଠାକୁ ଆସୁଥିବା ଇଉରୋପୀୟ ମହିଳାମାନେ ବ୍ରୋକୋପା ଜନଜାତିର ପୁରୁଷମାନଙ୍କୁ ସେମାନଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ ଟଙ୍କା ଦିଅନ୍ତି । ଗର୍ଭବତୀ ହେବା ପରେ ମହିଳାମାନେ ନିଜ ଦେଶକୁ ଫେରିଯାଆନ୍ତି। ଦାବି କରାଯାଇଛି ଯେ ଆଜି ମଧ୍ୟ ଆର୍ଯ୍ୟ ଉପତ୍ୟକାରେ ଦୁଇ ହଜାରରୁ ଅଧିକ ଶୁଦ୍ଧ ଆର୍ଯ୍ୟ ଜୀବିତ ଅଛନ୍ତି।

ଏହି ଲୋକଙ୍କ ପୋଷାକ ମଧ୍ୟ ବହୁତ ଭିନ୍ନ । ଉଭୟ ପୁରୁଷ ଓ ମହିଳା ରଙ୍ଗୀନ ଏବଂ ବହୁତ ଭିନ୍ନ ଭିନ୍ନ ପୋଷାକ ପିନ୍ଧନ୍ତି । ଏହାବ୍ୟତୀତ ଏମାନେ ବ୍ରୋକ୍ସକାଡ୍‌ ଭାଷା କୁହନ୍ତି । କିନ୍ତୁ ଏମାନଙ୍କୁ ହିନ୍ଦୀ ଭାଷା ଜଣା । ତେଣୁ ଏମାନଙ୍କ ସହ ହିନ୍ଦୀ ଭାଷାରେ ମଧ୍ୟ କଥା ହୋଇ ହେବ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.