ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଦମ୍ପତି, ଋଣଭାର ଯୋଗୁ ନେଲେ ଚରମ ନିଷ୍ପତ୍ତି

Published By : Prameya-News7 Bureau | July 02, 2025 IST

ନୂଆପଡ଼ା: ସହି ହେଲାନି ଋଣ ବୋଝ। ନେଲେ ଚରମ ନିଷ୍ପତ୍ତି। ଆଗକୁ ଡେଇଁ ଜୀବନ ହାରିଦେଲେ ଦମ୍ପତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ଖରିଆର ରୋଡ଼ ଓ ନୂଆପଡ଼ା ମଝିରେ ଥିବା କଲ୍ୟାଣପୁର ରେଳ ଫାଟକ ପାଖରେ। ମୃତକ ହଲେ ଯଦୁରାମ ପାଣ୍ଡେ ଓ ତାଙ୍କ ପତ୍ନୀ ଜାମବାଇ ପାଣ୍ଡେ।

ସୂଚନା ଅନୁଯାୟୀ, ମୃତକ ନୂଆପଡା ଥାନା ସିଲଦା ଗ୍ରାମର ଯଦୁରାମ ପାଣ୍ଡେ ଓ ଜାମବାଇ ପାଣ୍ଡେ ଅନେକ ଋଣ ନେଇଥିଲେ। ଦିନକୁ ଦିନ ଋଣଭାର ବଢ଼ିଚାଲିଥିଲା। ଉଧାର ଫେରାଇବାକୁ ଚାପ ପକାଇଚାଲିଥିଲେ ସାହୁକାର। ହେଲେ ଋଣ ସୁଝିପାରୁନଥିଲେ ଦମ୍ପତି। ଏମିତିରେ ଏଥରୁ ମୁକ୍ତି ପାଇଁ ଚରମ ନିଷ୍ପତ୍ତି ନେଇ ଟ୍ରେନ ଆଗକୁ ଡେଇଁ ଏହି ଦମ୍ପତ୍ତି ଜୀବନ ହାରିଥିବା ଅଭିଯୋଗ ହୋଇଛି। ତେବେ ରେଳବାଇ ପୋଲିସ ଶବ ଜବତ କରି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.