ସବୁ ରିପୋର୍ଟ ମିଥ୍ୟା... ଟି-୨୦ ବିଶ୍ବକପକୁ ନେଇ ବଡ଼ ସୂଚନା ଦେଲେ ଜିଓ ଷ୍ଟାର- ଆଇସିସି

NEWS7
corona-virus-spread-in-70-countries-more-than-3000-mruta

ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ବକପ୍ କିଭଳି ଦେଖିହେବ ସେନେଇ ଚିନ୍ତା ବଢ଼ିଥିଲା। କ୍ଷତି ହେଉଛି ବୋଲି କହି ଜିଓ ଷ୍ଟାର ୨୦୨୬ ଟି-୨୦ ବିଶ୍ବକପ୍ ପ୍ରସାରଣ କରିବ ନାହିଁ ବୋଲି ମନା କରିଥିଲା । ଏମିତିକି ଆଇସିସି ଅନ୍ୟ ବ୍ରଡକାଷ୍ଟରଙ୍କ ସହ ସଂପର୍କ କରିଥିବା ନେଇ ମଧ୍ୟ ଖବର ମିଳିଥିଲା । କିନ୍ତୁ ଆଇସିସି ଏବେ ଏଭଳି ରିପୋର୍ଟକୁ ଖଣ୍ଡନ କରିଛି । ଏହାର ଅର୍ଥ, କ୍ରକେଟ ପ୍ରେମୀଙ୍କୁ ଆଉ ବ୍ୟସ୍ତ ହେବାର ନାହିଁ । ଟି-୨୦ ବିଶ୍ବକପ୍-୨୦୨୬କୁ ଆପଣମାନେ ଜିଓ ଷ୍ଟାରରେ ଦେଖିପାରିବେ ।

ଆଇସିସି ଏବଂ ଜିଓ ଷ୍ଟାର ଏକ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ, ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରସାରଣ ଚୁକ୍ତି ସମାପ୍ତ ହୋଇନାହିଁ ଏବଂ ଜିଓ ଷ୍ଟାର ଭାରତରେ ଆଇସିସିର ସରକାରୀ ମିଡିଆ ପାର୍ଟନର ଭାବରେ ରହିଛି । ଚୁକ୍ତି ସମାପ୍ତ ହୋଇଥିବା ନେଇ ସବୁ ରିପୋର୍ଟ ମିଛ । ସେହିଭଳି ଚୁକ୍ତିନାମା ଅନୁସାରେ, ସବୁ ସର୍ତ୍ତ ପୂରଣ କରିବ ଜିଓ ଷ୍ଟାର । ଆଇସିସିର ଆଗାମୀ ଇଭେଣ୍ଟଗୁଡ଼ିକର ମଧ୍ୟ ଜିଓ ଷ୍ଟାର ପ୍ରସାରଣ କରିବ । ଜିଓ ଷ୍ଟାର-ଆଇସିସି ମଧ୍ୟରେ ୨୦୨୭ ଯାଏଁ ଚୁକ୍ତି ହୋଇଥିବା ଜଣାପଡ଼ିଛି ।

ନିକଟରେ ଖବର ପ୍ରକାଶ ପାଇଥିଲା ଯେ, ଆର୍ଥିକ କ୍ଷତି ଯୋଗୁଁ JioStar T20 ବିଶ୍ୱକପ୍ ୨୦୨୬ ଏବଂ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟଗୁଡ଼ିକର ପ୍ରସାରଣ କରିବାକୁ ମନା କରିଦେଇଛି। ଜିଓ ଷ୍ଟାର କୋଟି କୋଟି ଟଙ୍କାର କ୍ଷତି ସହିଛି ବୋଲି ରିପୋର୍ଟ ଆସିଥିଲା । ଏପରିକି ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଏକ ନୂତନ ମିଡିଆ ପାର୍ଟନର ଖୋଜିବା ଆରମ୍ଭ କରିଛି ଏବଂ ୨.୪ ବିଲିୟନ ଡଲାର ଦାବି କରିଛି। ସୋନି ସ୍ପୋର୍ଟସ୍ ନେଟୱାର୍କ, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ୍ ଭିଡିଓ ଉଚ୍ଚ ମୂଲ୍ୟ ଯୋଗୁଁ ଇଭେଣ୍ଟର ପ୍ରସାରଣ କରିବାକୁ ମନା କରିଦେଇଛନ୍ତି। କିନ୍ତୁ, ଏହି ରିପୋର୍ଟଗୁଡ଼ିକ ମିଥ୍ୟା ବୋଲି ଜଣାପଡ଼ିଛି ।