‘ସମ୍ବିଧାନ ଓ ଗଣତନ୍ତ୍ର ଆମର ସବୁଠୁ ବଡ଼ ଶକ୍ତି, ଅପରେସନ ସିନ୍ଦୂର ଇତିହାସରେ ଲିପିବଦ୍ଧ ହୋଇ ରହିବ’

Published By : Prameya-News7 Bureau | August 14, 2025 IST

ନୂଆଦିଲ୍ଲୀ: ସ୍ଵାଧୀନତା ଦିବସକୁ ନେଇ ସମଗ୍ର ଦେଶରେ ଉତ୍ସବର ମାହୋଲ ଲାଗି ରହିଛି। ଅଗଷ୍ଟ ୧୫ରେ ପୂରା ଦେଶରେ ୭୯ତମ ସ୍ଵାଧୀନତା ଦିବସ ପାଳନ କରାଯିବ। ସ୍ଵାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ଦେଶବାସୀଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଅଗଷ୍ଟ ୧୫ କେବଳ ସ୍ଵାଧୀନତାର ପର୍ବ ନୁହେଁ ବରଂ ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ। ଆମର ସମ୍ବିଧାନ ଓ ଗଣତନ୍ତ୍ରଠୁ ବଳି ଆଉ କିଛି ନୁହେଁ ଏବଂ ଏହା ଆମର ସବୁଠୁ ବଡ଼ ଶକ୍ତି। ସ୍ଵାଧୀନତା ପରେ ସମସ୍ତଙ୍କୁ ମତାଧିକାର ମିଳିଛି ଏବଂ ଭାରତ ଗଣତନ୍ତ୍ରର ମାର୍ଗରେ ସମସ୍ତ ପ୍ରତିବନ୍ଧକ ସତ୍ତ୍ଵେ ସଫଳତା ହାସଲ କରିଛି। ରାଷ୍ଟ୍ରପତି ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସେମାନଙ୍କ ବଳିଦାନ କାରଣରୁ ଆମେ ୭୮ ବର୍ଷ ପୂର୍ବେ ସ୍ଵାଧୀନତା ମିଳିଥିଲା।

ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଅପରେସନ ସିନ୍ଦୂର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଏହି ଅଭିଯାନ ଦେଶ ଇତିହାସରେ ଆତଙ୍କବାଦ ବିରୋଧରେ ମାନବତା ଲଢେଇର ଏକ ଉଦାହରଣ ଭାବେ ଲିପିବଦ୍ଧ ହୋଇ ରହିବ। ଏହା ଭାରତର ପହଲଗାମ ହମଲା ଉପରେ ନିର୍ଣ୍ଣାୟକ ଓ ଦୃଢ ପ୍ରତିକ୍ରିୟା ଥିଲା। ଏହା ପ୍ରମାଣ କରିଛି ଯେ, ଆମର ସଶସ୍ତ୍ର ସେନା ରାଷ୍ଟ୍ରର ରକ୍ଷା ପାଇଁ ପ୍ରତିଟି ସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ। 

ରାଷ୍ଟ୍ରପତି ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ସ୍ଵାଧୀନତା ମିଳିବା ପରେ ଆମେ ଏମିତି ଏକ ଗଣତନ୍ତ୍ରର ମାର୍ଗ ଆପଣେଇଛୁ, ଯେଉଁଠି ପ୍ରତିଟି ଯୋଗ୍ୟ ନାଗରିକଙ୍କୁ ମତାଧିକାର ମିଳିଛି। ଅର୍ଥାତ ଆମେ ନିଜକୁ ନିଜ ଭବିଷ୍ୟତ ସ୍ଥିର କରିବାର ଅଧିକାର ମିଳିଛି। ପ୍ରତିବନ୍ଧକ ସତ୍ତ୍ଵେ ଭାରତୀୟ ସଫଳତାପୂର୍ବକ ଗଣତନ୍ତ୍ରକୁ ଆପଣେଇଛନ୍ତି। ଆମ ପାଇଁ ସମ୍ବିଧାନ ଓ ଗଣତନ୍ତ୍ର ସବୁଠୁ ଉପରେ ରହିଛି। 

ରାଷ୍ଟ୍ରପତି ଅଗଷ୍ଟ ୧୫କୁ ଦେଶର ସାମୂହିକ ସ୍ମୃତିରେ ଲିପିବଦ୍ଧ ଏକ ଐତିହାସିକ ଦିନ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଲମ୍ବା ନିପନିବେଶବାଦଙ୍କ ଶାସନ ସମୟରେ ପିଢି ପର୍ଯ୍ୟନ୍ତ ସବୁ ଭାରତୀୟ ଏହି ଦିନକୁ ନେଇ ସ୍ଵପ୍ନ ଦେଖୁଥିଲେ। ଦେଶର ପ୍ରତିଟି କୋଣ  ଅନୁକୋଣରେ ସମସ୍ତ ଭାରତୀୟ ବିଦେଶୀ ଶାସନର ଶୃଙ୍ଖଳକୁ ଭାଙ୍ଗିବାକୁ ଚାହୁଁଥିଲେ। ସେମାନଙ୍କର ସଂଘର୍ଷ ଅତୁଟ ଆଶାବାଦରେ ଭରି ରହିଥିଲା, ଯେଉଁଥି ପାଇଁ ସ୍ଵାଧୀନତା ପରେ ବି ଦେଶର ବିକାଶ ଆଗକୁ ବଢିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.